ପାକ୍ ସରକାରଙ୍କୁ କୋର୍ଟଙ୍କ ପ୍ରଶ୍ନ: ସରିଫଙ୍କୁ ବିଦେଶ ନ ଛାଡିବା ପାଇଁ କ'ଣ ତୁମକୁ ଭୋଟ ଦିଆଯାଇଥିଲା ?

ପାନାମା ଦୁର୍ନିତି ମାମଲାରେ ସଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ଆଶ୍ୱସ୍ତି । ଅଧିକ ଚିକିତ୍ସା ପାଇଁ ବିଦେଶ ଯିବାକୁ ତାଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ନୋ ଫ୍ଲାଇଂ ତାଲିକାରୁ ହଟିଛି ସରିଫଙ୍କ ନାଁ । ବିନା ସର୍ତ୍ତରେ ଏବେ ବିଦେଶ ଯାଇପାରିବେ ନୱାବ । ଏହାସହ ଇମରାନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଲାହୋର ହାଇକୋର୍ଟ । ଇମାରନ ସରକାର ସରିଫଙ୍କ ବିଦେଶ ଗସ୍ତ ଉପରେ ରୋକ୍ ଲଗାଇଥିଲେ । 

ପାକ୍ ସରକାରଙ୍କୁ କୋର୍ଟଙ୍କ ପ୍ରଶ୍ନ: ସରିଫଙ୍କୁ ବିଦେଶ ନ ଛାଡିବା ପାଇଁ କ'ଣ ତୁମକୁ ଭୋଟ ଦିଆଯାଇଥିଲା ?
ଫାଇଲ ଫଟୋ

ନୂଆଦିଲ୍ଲୀ: ପାନାମା ଦୁର୍ନିତି ମାମଲାରେ ସଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ଆଶ୍ୱସ୍ତି । ଅଧିକ ଚିକିତ୍ସା ପାଇଁ ବିଦେଶ ଯିବାକୁ ତାଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ନୋ ଫ୍ଲାଇଂ ତାଲିକାରୁ ହଟିଛି ସରିଫଙ୍କ ନାଁ । ବିନା ସର୍ତ୍ତରେ ଏବେ ବିଦେଶ ଯାଇପାରିବେ ନୱାବ । ଏହାସହ ଇମରାନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଲାହୋର ହାଇକୋର୍ଟ । ଇମାରନ ସରକାର ସରିଫଙ୍କ ବିଦେଶ ଗସ୍ତ ଉପରେ ରୋକ୍ ଲଗାଇଥିଲେ । 

ନଓ୍ୱାଜ ସରିଫଙ୍କ ଭାଇ ଶହବାଜ ସରିଫଙ୍କ ଏକ ଆବେଦନ ଉପରେ ଶୁଣାଣି କରି ନଓ୍ୱାଜଙ୍କୁ ଚିକିତ୍ସା ପାଇଁ ବିଦେଶ ଯିବାକୁ ଗ୍ରୀନ ସିଗନାଲ ଦେଇଛନ୍ତି ହାଇକୋର୍ଟ । ଏପରିକି ଏହି ଘଟଣାକୁ ନେଇ ଇମ୍ରାନ ସରକାରଙ୍କୁ ମଧ୍ୟ ଭତ୍ସନା କରିଛନ୍ତି । ସରିଫଙ୍କ ବିଦେଶ ଗସ୍ତ ଉପରେ ରୋକ୍ ଲଗାଇବା ପାଇଁ ଜନତା କଣ ଭୋଟ ଦେଇଥିଲେ କି ବୋଲି ପ୍ରଶ୍ନ କରିଥିଲେ ଲାହୋର ହାଇକୋର୍ଟ । ଏପରିକି ସରକାରଙ୍କୁ ଏଗଜିଟ୍ କଣ୍ଚ୍ରୋଲ ଲିଷ୍ଟରୁ ନଓ୍ୱାଜଙ୍କ ନାମ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

Nawaz Sharif

୭ ବର୍ଷ ପାଇଁ ସଜା କାଟୁଥିବା ସରିଫଙ୍କ ଶରୀରର ଅନେକ ଅଙ୍ଗ ଏବେ ସକ୍ରିୟ ନାହିଁ । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବାକୁ ହେଲେ ବିଦେଶରେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ  ଦୁର୍ନୀତି ମାମଲାରେ ନଓ୍ୱାଜ ସଜା କାଟୁଥିବାରୁ ତାଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇଥିଲେ ଇମ୍ରାନ୍ ସରକାର । ଯାହାକୁ ନେଇ ଲାହୋର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପିଏମଏଲ-ଏନର ଅଧ୍ୟକ୍ଷ ତଥା ନଓ୍ୱାଜ ସରିଫଙ୍କ ଭାଇ ଶହବାଜ ସରିଫ୍ । ତେବେ ଚିକିତ୍ସା ପାଇଁ ସରିଫ ଖୁବଶୀଘ୍ର ଇଂଲଣ୍ଡ ଯିବେ ବୋଲି ଜଣାପଡିଛି ।