LIC ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା, କ୍ରେଡିଟ୍ କାର୍ଡରେ ପେମେଣ୍ଟ କଲେ ଲାଗିବନି ଫିସ୍
Advertisement

LIC ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା, କ୍ରେଡିଟ୍ କାର୍ଡରେ ପେମେଣ୍ଟ କଲେ ଲାଗିବନି ଫିସ୍

ଯଦି ଆପଣ ଜୀବନ ବୀମା ନିଗମ(ଏଲଆଇସି)  ଗ୍ରାହକ ତ ଆପଣଙ୍କ ପାଇଁ ଭଲ ଖବର ଅଛି ଽ  ଏଲଆଇସି ଡିଜିଟାଲ ପେମେଣ୍ଟକୁ ଅଗ୍ରାଧିକାର ଦେବାକୁ ଖାସ୍ ସୁବିଧାର ଶୁଭାରମ୍ଭ କରିଛି ଽ 

ଫାଇଲ ଫଟୋ

ନୂଆଦିଲ୍ଲୀ: ଏବେ ଆପଣ କ୍ରେଡିଟ୍ କାର୍ଡ ଦ୍ୱାରା ଏଲଆଇସିର ପ୍ରିମିୟମ୍ ଜମା କରିପାରିବେ । ଯଦି ଆପଣ ଏଲଆଇସି ପିମିୟମ୍ ପୈଠ କରୁଛନ୍ତି, ଆପଣଙ୍କୁ ଫିସ୍ ଲାଗିବନାହିଁ । ବର୍ତ୍ତମାନ ଯାଏ ଏହା ଉପରେ ଫିସ୍ ନିଆଯାଉଥିଲା ।  ଏଲଆଇସିର ଏହି ସୁବିଧା ଡିସେମ୍ୱର ୧ରୁ ଲାଗୁ ହୋଇଯାଇଛି । 

ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂଚନା ଅନୁଯାୟୀ, ଏବେ କ୍ରେଡିଟ୍ କାର୍ଡ ଜରିଆରେ ରିନ୍ୟୁଆଲ୍ ପ୍ରିମିୟମ୍, ନୂଆ ପ୍ରିମିୟମ୍ ଏବଂ ଲୋନର ପ୍ରିମିୟମ୍ ଏବଂ ପଲିସି ଉପରେ ନିଆଯାଉଥିବା ଲୋନର ସୁଧ ଆଦି ଜମା କରିବାକୁ ଏଲଆଇସି ଫିସ୍ ନେବନାହିଁ । 

ଏଲଆଇସ୍ ସୂଚନା ଅନୁଯାୟୀ ଗ୍ରାହକ ଦେଶରେ ଲାଗୁ କଲେକ୍ଟିଂ ସିଷ୍ଟମ୍, କାର୍ଡଲେସ୍ ପେମେଣ୍ଟ ଏବଂ ପଏଣ୍ଟ ଅଫ୍ ସେଲ୍ ମେସିନ ସାହାଯ୍ୟରେ କ୍ରେଡିଟକାର୍ଡ ସ୍ୱାଇପ୍ କରି ରାଶି ଜମା କରିପାରିବେ ।  

fallback
  
ଏହାକୁ ଛାଡ଼ିଦେଲେ ଏଲଆଇସ୍ ଗ୍ରାହକଙ୍କ ପାଇଁ My LIC ଆପ ଲଞ୍ଚ କରିଛି ।  ଏହି ଆପ୍ ଜରିଆରେ ଅନଲାଇନରେ ଟ୍ରାଞ୍ଜାକସନ୍ କରିପାରିବେ ।

ଦୁଇ ବର୍ଷରୁ ଅଧିକ ସମୟ ଧରି ଲାପ୍ସ ହୋଇଯାଇଥିବା ପଲିସକୁ ଚାଲୁ କରିବାକୁ ସୁଯୋଗ ଦେଇଥିଲା ଏଲଆଇସି । ୧ ଜାନୁଆରୀ, ୨୦୧୪ ବୀମା ନିୟମ ନିୟମ ଅନୁଯାୟୀ ଲେପ୍ଟ ପଲିସିକୁ ଦୁଇ ବର୍ଷ ମଧ୍ୟରେ ଚାଲୁ ହୋଇପାରିବ । 

ଆହୁରି ପଢନ୍ତୁ; ଆଜିଠୁ ୪ ଦିନିଆ ୱାଇନାଡ ଗସ୍ତରେ ଯିବେ ରାହୁଲ