ସେନାଧ୍ୟକ୍ଷ ପଦରୁ ଅବସର ନେଉଥିବା ଜେନେରାଲ ବିପିନ ରାୱତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ମନୋଜ ମୁକୁନ୍ଦ ।
Trending Photos
ନୂଆଦିଲ୍ଲୀ: ଆଜି ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଭନେ । ସେନାଧ୍ୟକ୍ଷ ପଦରୁ ଅବସର ନେଉଥିବା ଜେନେରାଲ ବିପିନ ରାୱତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ମନୋଜ ମୁକୁନ୍ଦ । ବର୍ତ୍ତମାନ ମନୋଜ ମୁକୁନ୍ଦ ସେନା ଉପମୁଖ୍ୟ ଭାବରେ ଦାୟିତ୍ୱ ତୁଲାଉଛନ୍ତି । ଗତ ସେପ୍ଟେମ୍ବର ମାସରୁ ସେ ଏହି ପଦରେ ଅଛନ୍ତି । ସେପଟେ ବିପିନ ରାୱତଙ୍କୁ ସିଡିଏସ ଭାବେ ନିଯୁକ୍ତି ମିଳିଛି ।
ସେନା ଉପମୁଖ୍ୟ ହେବା ପୂର୍ବରୁ ମନୋଜ ମୁକୁନ୍ଦ ଇଷ୍ଟର୍ନ କମାଣ୍ଡ ମୁଖ୍ୟ ଥିଲେ। ଉକ୍ତ ବାହିନୀ ଚାଇନା ସହ ଥିବା ଭାରତର ପାଖାପାଖି ୪୦୦୦ କିଲୋମିଟର ସୀମାକୁ ଜଗିଥାଏ। ତେବେ ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସାରିଛନ୍ତି ମନୋଜ ମୁକୁନ୍ଦ । ଜମ୍ମୁ-କଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନର ନେତୃତ୍ୱ ନେଇଥିଲେ। ଆହୁରି ମଧ୍ୟ ଇଷ୍ଟର୍ନ ଫ୍ରଣ୍ଟର ଇନଫାଣ୍ଟ୍ରି ବ୍ରିଗେଡ ମଧ୍ୟ ଥିଲେ।
ମନୋଜ ମୁକୁନ୍ଦ ଶ୍ରୀଲଙ୍କାରେ ଭାରତୀୟ ଶାନ୍ତି ବାହିନୀରେ ସାମିଲ ଥିଲେ । ଜାତୀୟ ପ୍ରତିରକ୍ଷା ଏକାଡେମୀ ଓ ଭାରତୀୟ ମିଲିଟାରୀ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ ସେ । ଜମ୍ମୁ-କଶ୍ମୀରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲେପ୍ଟନାଣ୍ଟ ଜେନେରାଲ ନାରାଭାନେଙ୍କୁ ‘ସେନା ମେଡାଲ’ରେ ସମ୍ମାନିତ କରାଯାଇଥିଲା । ଆଜିଠୁ ଆହୁରି ଗୁରୁ ଦାୟିତ୍ୱ ତୁଲାଇବେ ମନୋଜ ମୁକୁନ୍ଦ ।
ଆହୁରି ପଢ଼ନ୍ତୁ; ୨୦୧୯ର ଦୁଇ ଚର୍ଚ୍ଚିତ ପୁତୁରା, ସସପେନ୍ସ କାହାଣୀ