)
ନୂଆଦିଲ୍ଲୀ: କୋରୋନା ମୁକାବିଲା କ୍ଷେତ୍ରରେ ସାମୁହିକ ଶକ୍ତି ଉପରେ ଆଜି ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ଏଥିପାଇଁ ଆସନ୍ତା ରବିବାର ଦିନ ୯ ମିନିଟ ସମୟ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ଏହି ସମୟ ମଧ୍ୟରେ ସାମୁହିକ ଶକ୍ତିର ଅନୁଭବ ଏବଂ ବିଶ୍ୱାସ ପାଇଁ ଘରର ଦ୍ୱାର କିମ୍ବା ବାଲକୋନୀରେ ଛିଡ଼ା ହୋଇ ଆଲୁଅ ଜଳାଇବାକୁ ମୋଦି କହିଛନ୍ତି । ଯାହାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରଥମେ ଶଶି ଥରୁର କଡ଼ା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନ ସୋ ମ୍ୟାନ ଭାବେ ସେ ଅବିହିତ କରିଛନ୍ତି ।
ଦେଶବାସୀଙ୍କ ପାଇଁ ମୋଦି ଭିଡ଼ିଓ ବାର୍ତ୍ତା ଦେବା ପରେ ହିଁ ସାମ୍ନାକୁ ଆସିଛି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ଟ୍ୱିଟ । ଯେଉଁଥିଲେ ସେ କହିଛନ୍ତି, ''ଏବେ ମୁଁ ପ୍ରଧାନ ସୋ ମ୍ୟାନଙ୍କ କଥା ଶୁଣିଲି । ଲୋକଙ୍କ କଷ୍ଟ, ସେମାନଙ୍କ ଧାରଣା, ଆର୍ଥିକ ସମସ୍ୟା କିପରି ଦୂର ହୋଇପାରିବ, ସେନେଇ କିଛି ଏହି ବାର୍ତ୍ତାରେ ନଥିଲା । ଭବିଷ୍ୟତକୁ ନେଇ ମଧ୍ୟ କୌଣସି ଭିଜନ ନଥିଲା । କେବଳ ଏହା ଭାରତର ଫଟୋ-ଅପ୍ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ଫିଲ୍ ଗୁଡ ମୁମେଣ୍ଟ ଥିଲା । ''
Listened to the Pradhan Showman. Nothing about how to ease people’s pain, their burdens, their financial anxieties. No vision of the future or sharing the issues he is weighing in deciding about the post-lockdown. Just a feel-good moment curated by India’s Photo-Op PrimeMinister!
— Shashi Tharoor (@ShashiTharoor) April 3, 2020
ଆଜି କ'ଣ ବାର୍ତ୍ତା ଦେଇଥିଲେ ମୋଦି ?
ଆଜି ଏକ ଭିଡିଓ ବାର୍ତ୍ତାରେ ଦେଶବାସୀଙ୍କୁ କୋରୋନା ମୁକାବିଲା ପାଇଁ ଏକତାର ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଅପଲି କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ, ''କୋରୋନା ସଙ୍କଟ ଯୋଗୁ ସୃଷ୍ଟି ହୋଇଥିବା ଅନ୍ଧକାର ଓ ଅନିଶ୍ଚିତତାକୁ ସମାପ୍ତ କରି ଆମକୁ ଆଲୋକ ଏବଂ ନିଶ୍ଚିତତା ଆଡକୁ ଯିବାକୁ ପଡିବ । କୋରୋନା ସଙ୍କଟକୁ ଦୂର କରିବାକୁ ହେଲେ ଆମକୁ ଆଲୋକର ତୀବ୍ରତାକୁ ସବୁ ଦିଗରେ ବିସ୍ତାର କରିବାକୁ ପଡିବ । ଆସନ୍ତା ୫ ଏପ୍ରିଲ, ରବିବାର ଦିନ ରାତି ୯ଟାରେ ୧୩୦ କୋଟି ଭାରତୀୟଙ୍କୁ ସୁପର ପାୱାର୍ ଜାଗ୍ରତ କରିବାକୁ ହେବ ।''
ସେହି ସମୟରେ ଘରର ସମସ୍ତ ଆଲୁଅ ବନ୍ଦ କରିବା ସହ ଘରର ଦ୍ୱାର କିମ୍ବା ବାଲକୋନୀରେ ଛିଡ଼ା ହୋଇ ଏକ କ୍ୟାଣ୍ଡେଲ, ଦୀପ, ଫ୍ଲାସ୍ ଲାଇଟ୍ କିମ୍ବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ୯ ମିନିଟ୍ ପାଇଁ ଜଳାଇବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ କହିବା କଥା ହେଲା, ଯଦି ଘରର ସମସ୍ତ ଲାଇଟ ହୋଇଥାଏ ଏବଂ ଏଭଳି କିଛି ଆଲୁଅ ସମସ୍ତଙ୍କ ଘର ସାମ୍ନାରେ ଜଳେ, ତେବେ ଆମକୁ ଆଲୋକର ଶକ୍ତି ଅନୁଭବ ହେବ । ଆମ ଭିତରେ ବିଶ୍ୱାସଟିଏ ହେବ ଯେ ଆମେ ସଂଗ୍ରାମ କରୁଛୁ ।