close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ତୁଳସୀ ବଞ୍ଚିଲେ, ସଞ୍ଜନା ବଞ୍ଚିବ

ଗୁଣିଆର ନିର୍ଦ୍ଦେଶ, ତୁଳସୀ ଗଛ ବଞ୍ଚିଲେ ବଞ୍ଚିଯିବ ଝିଅ

ତୁଳସୀ ବଞ୍ଚିଲେ, ସଞ୍ଜନା ବଞ୍ଚିବ
ଗୁଣିଆର ନିର୍ଦ୍ଦେଶ, ତୁଳସୀ ଗଛ ବଞ୍ଚିଲେ ବଞ୍ଚିଯିବ ଝିଅ

ବିଭୂତି ଭୂଷଣ ଦାସ, କେନ୍ଦୁଝର: କେନ୍ଦୁଝରରେ ବିଶ୍ୱାସ, ଅବିଶ୍ୱାସ ଓ  ଅନ୍ଧବିଶ୍ୱାସର ବୁଢ଼ୀଆଣି ଜାଲରେ ଛଟପଟ ବାପା-ମା'...ଝିଅକୁ କ୍ୟାନ୍ସର ରୋଗରୁ ମୁକ୍ତ କରିବାକୁ ତୁଳସୀ ଗଛ ଉପରେ ଭରସା... ଜିଇଁବାର ରାହା ଅନେକ । ଆଧୁନିକ ଯୁଗରେ ବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । ତୁଳସୀ ବଞ୍ଚିଲେ, ସଞ୍ଜନା ବଞ୍ଚିବ । ଏମିତି ଏକ ଅନ୍ଧବିଶ୍ୱାସର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝରରେ । ନିଜ ଝିଅକୁ କ୍ୟାନ୍ସର ରୋଗରୁ ମୁକ୍ତ କରିବାକୁ ଗୁଣିଆର ନିର୍ଦ୍ଦେଶରେ କିଭଳି ଅନ୍ଧବିଶ୍ୱାସର ଶିକାର ହୋଇଛନ୍ତି ନିରିହ ବାପା, ମା'... ସେ ବିଷୟରେ ଆଜି ଆମେ ଆପଣଙ୍କୁ ଦେଖାଇବୁ । ଚାଲନ୍ତୁ ଓଲଟାଇବା ଖବର ଡାଏରୀର ପରବର୍ତ୍ତୀ ପୃଷ୍ଠା ଆଉ ଦେଖିବା 'ତୁଳସୀ ବଞ୍ଚିଲେ, ବଞ୍ଚିବ ସଞ୍ଜନା'

ତୁଳସୀ ଗଛରେ ବନ୍ଧା ମଣିଷ ଜୀବନ । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଜିର ଆଧୁନିକ ଯୁଗରେ ବି କଥାକଥିତ ଗୁଣିଆମାନଙ୍କ ସାହାରା ନେଉଛି ମଣିଷ । କେନ୍ଦୁଝରରେ ଜଣେ କ୍ୟାନ୍ସରରେ ପୀଡ଼ିତ ୧୦ ବର୍ଷ ଝିଅର ଜୀବନ ବଞ୍ଚାଇବାକୁ ଗୁଣିଆର ସାହାରା ନେଇଛନ୍ତି ବାପା ମାଆ । ଆଉ ଗୁଣିଆର ପ୍ରରୋଚନାରେ ଘରର ମୁଖ୍ୟ ଦ୍ୱାର ପରିବର୍ତ୍ତନ କରାଇବା ସହ, ଅଗଣାରେ ତୁଳସୀ ଗଛ ଲଗାଇ । ବଞ୍ଚାଇବାକୁ ଅପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଗୁଣିଆ କହିବା ମୁତାବକ, ଯେତେଦିନ ତୁଲସୀ ଗଛ ବଞ୍ଚିଥିବ । ସେତେଦିନ ବଞ୍ଚି ରହିବ ଝିଅ । ଏପଟେ ସଞ୍ଜନା  କୋମାରେ ଥିବା ବେଳେ, ତୁଳସୀ ଗଛକୁ ଅନାଇ ବସିଛନ୍ତି ବାପା ମାଆ । ଘଟଣା ଏମିତି, କେନ୍ଦୁଝର ସଦରବ୍ଲକ ଧାତିକା ଗାଁର ଶୁକ୍ର ମହାକୁଡଙ୍କ ସାନ ଝିଅ ସଞ୍ଜନା । କିଛିମାସ ତଳେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗ ଜାଣି ନପାରିବାରୁ କଟକ ନେବାକୁ ପରାମର୍ଶ ଦେଲେ । କିନ୍ତୁ ଗରୀବ କାରଣରୁ ଘରେ ପଡିପଡି ଅବସ୍ଥା ଆହୁରି ବିଗିଡିଗଲା । ଘଟଣାକ୍ରମେ, ପ୍ରଥମେ ବ୍ରେନ ଟ୍ୟୁମର ଓ ପରେ କ୍ୟାନ୍ସର ହୋଇଥିବା ଅନୁମାନ କରାଗଲା ।  ଏବଂ କଟକ ବଡ଼ ମେଡିକାଲ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ପଠାଇଦେଲେ । ସେଠାରେ ତିନି ଚାରି ଦିନ ରହିବା ପରେ ଜଣାପଡିଲା ଯେ, ରୋଗ ପୁର୍ଣ୍ଣ ମାତ୍ରାରେ ସଂକ୍ରମଣ ହୋଇଯାଇଛି ଆଉକିଛି କରିହେବ ନାହିଁ । ସବୁଆଡୁ ନିରାଶ ହୋଇ ପରିବାରଲୋକ ଝିଅର ଜିବନ ବଞ୍ଚାଇବାକୁ ଗୁଣିଆର ସାହାରା ନେଲେ । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା କଥା, ଯଦି ପ୍ରଥମରୁ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥାନ୍ତ । ସଞ୍ଜନାକୁ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା । ଯେମିତି କଥାରେ ଅଛି ବୁଡିଯାଉଥିବା ଲୋକର କୁଟା ଖିଅକୁ ଭରସା । ସେମିତି ଝିଅର ଜୀବନ ବଞ୍ଚାଇବାକୁ ଗୁଣିଆକୁ ଭରସିଛନ୍ତି ବାପାମାଆ । ହେଲେ ଯେଉଁଠି ଆଜିର ଦିନରେ ମଣିଷ ଚନ୍ଦ୍ର ପୃଷ୍ଠକୁ ଯାଇପାରୁଛି, ସେହି ସମାଜରେ ସଞ୍ଜନାର ବାପାମାଆ ବା କେମିତି ଗୁଣିଆର ସାହାରା ନେଲେ । ଅନ୍ଧ ବିଶ୍ୱାସର ଅନ୍ଧ ଗଳିରୁ ବାହାରି ଆସି ପ୍ରଶାସନର ସହାୟତା ନେଇ ଡାକ୍ତର ପରାମର୍ଶ କଲେ, ସଞ୍ଜନା ଜୀବନରେ ଆଉ ଗୋଟିଏ ସକାଳର ସୂର୍ଯ୍ୟ ଉଦୟ ହୋଇପାରନ୍ତା ।