ଗଞ୍ଜାମ ଜିଲ୍ଲାରେ ଛାତି ଥରାଇଲା ଭଳି ଲାଇଭ ମର୍ଡର, ଦେଖନ୍ତୁ ଭିଡିଓ...
Advertisement

ଗଞ୍ଜାମ ଜିଲ୍ଲାରେ ଛାତି ଥରାଇଲା ଭଳି ଲାଇଭ ମର୍ଡର, ଦେଖନ୍ତୁ ଭିଡିଓ...

ସିସିଟିଭିରେ କଏଦ ହତ୍ୟାକାଣ୍ଡର ଦୃଶ୍ୟ

ଗଞ୍ଜାମ ଜିଲ୍ଲାରେ ରାତି ସାଢ଼େ ୯ଟାରେ ଲାଇଭ ମର୍ଡର

ପିସିଆର ବ୍ୟୁରୋ, ଭୁବନେଶ୍ୱର: ଲାଇଭ ମର୍ଡର । ସିଏ ପୁଣି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ । ସମୟ ବି ବେଶି ନୁହେଁ । ମାତ୍ର ରାତି ସାଢ଼େ ୯ଟା । ଇଏ ହେଉଛି ରାଜ୍ୟର ଆଇନ ବ୍ୟବସ୍ଥା । ସିଏ ପୁଣି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଘଟୁଛି ହତ୍ୟାକାଣ୍ଡ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସ୍ଥାନୀୟ ଅଞ୍ଚଳରେ ଖେଳାଇଛି କୋକୁଆ ଭୟ । ଘଟଣା ଘଟିଥିଲା ଗତ ୨୧ ନଭେମ୍ବର ୨୦୧୯ରେ । ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇ ଯାଇଥିଲା ଏହି ଦୃଶ୍ୟ । ଆଉ ସେହି ମର୍ମନ୍ତୁଦ ଦୃଶ୍ୟରେ ଦେଖାଯାଇଛି, ଜଣେ ଯୁବକଙ୍କୁ କେତେଜଣ ଦୁର୍ବୃତ୍ତ ଠେଙ୍ଗା ଓ ପଥରରେ ଛେଚି ହତ୍ୟା କରୁଛନ୍ତି । ଏହି ଲାଇଭ ମର୍ଡରର ଦୃଶ୍ୟ ଏବେ ଭାଇରାଲ ହୋଇଛି । ଯୁବକଙ୍କୁ ପିଟି ପିଟି ହତ୍ୟାର ଲାଇଭ ଭିଜୁଆଲ ଭାଇରାଲ୍ ହେବାପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଚାଞ୍ଚଲ୍ୟ ।

fallback

ତେବେ ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ କିଏ ? କ'ଣ ତାଙ୍କର ପରିଚୟ ? ଅନୁସନ୍ଧାନରୁ ଜଣାପଡ଼ିଛି, ମୃତ ଯୁବକ ଜଣକ ହେଲେ ଶଙ୍କର ପାହନ । ଘର ସେହି କେଶପୁର ଅଞ୍ଚଳରେ । ତେବେ ତାଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି, ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ । ତେବେ କାହାକୁ ପ୍ରେମ କରୁଥିଲେ ଶଙ୍କର । କିଏ ବା କାହିଁକି ଏତେ ଜଘନ୍ୟ ଭାବରେ ତା'ଙ୍କୁ ହତ୍ୟାକଲା ? ଘଟଣାକୁ ବିତିଗଲାଣି ୫ ଦିନ । ତେବେ ଆଜିପର୍ଯ୍ୟନ୍ତ ଖୋଲାରେ ବୁଲୁଛନ୍ତି ହତ୍ୟାକାରୀ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସିସିଟିଭିରେ ହତ୍ୟାକାରୀମାନଙ୍କ ଚେହେରା ସ୍ପଷ୍ଟ ଭାବରେ ବାରି ହୋଇପଡୁଛି । ତଥାପି ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାରେ କିଏ ଅଟକାଉଛି, ତାହା ଏବେ ବଡ଼ପ୍ରଶ୍ନ ।