ଆଜିଠୁ ଲାଗୁ ହେବ କେନ୍ଦ୍ର ସରକାରଙ୍କ ଏହି ଆଦେଶ...
Advertisement

ଆଜିଠୁ ଲାଗୁ ହେବ କେନ୍ଦ୍ର ସରକାରଙ୍କ ଏହି ଆଦେଶ...

ଆଜିର ତାଜା ଅପଡେଟ୍ କହୁଛି, ଆକ୍ରାନ୍ତଙ୍କ ସଂଖ୍ୟା ୮୪୪୭ ଛୁଇଁଲାଣି । ସେହିପରି ମୃତକଙ୍କ ସଂଖ୍ୟା ୨୭୩ ରହିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜିର ତାଜା ଅପଡେଟ୍ କହୁଛି, ଆକ୍ରାନ୍ତଙ୍କ ସଂଖ୍ୟା ୮୪୪୭ ଛୁଇଁଲାଣି । ସେହିପରି ମୃତକଙ୍କ ସଂଖ୍ୟା ୨୭୩ ରହିଛି । ତେବେ ଏସବୁ ଭିତରେ କେନ୍ଦ୍ର ସରକାର ନିଜର ସମସ୍ତ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କୁ ଆଜିଠାରୁ ମନ୍ତ୍ରଣାଳୟରେ କାର୍ଯ୍ୟ ସମ୍ପାଦନ କରିବାକୁ ଆଦେଶ ଦେଇଛନ୍ତି । ତେବେ ଏହି ସମୟରେ ସାମାଜିକ ଦୂରତ୍ୱ ଯେପରି ବଜାୟ ରହିବ, ସେ ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସରକାର । 

LIVE UPDATES

  • ଆଜିଠୁ ମନ୍ତ୍ରଣାଳୟରେ କାମ କରିବେ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ । 
  • ରବିବାର ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୨ । ରବିବାର ଗୋଟିଏ ଦିନରେ ୨୨୧ ନୂଆ ମାମଲା । 
  • ତାମିଲନାଡ଼ୁରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ପାର୍ । 
  • ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଡେଇଁଥିବା ବେଳେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାରରେ ପହଞ୍ଚିଲାଣି । 
  • ଆମେରିକାରେ ସର୍ବାଧିକ ୨୨ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୫ ଲକ୍ଷ ୫୫ ହଜାର ରହିଛି ।