ହଜି ଯାଇଛି ଶୈଶବ, ପେଟ ପାଇଁ ସଂଘର୍ଷ
Advertisement

ହଜି ଯାଇଛି ଶୈଶବ, ପେଟ ପାଇଁ ସଂଘର୍ଷ

ନାବାଳିକା ସ୍ୱପ୍ନା ମୁଣ୍ଡ ଉପରେ ରହିଛି ଦୁଇ ଭାଇଙ୍କ ବୋଝ। ବେଳାଏ ଖାଇଲେ ଦୁଇଓଳି ଉପାସ ରହିବାକୁ ପଡୁଛି। ତିନି ଅନାଥ ଶିଶୁଙ୍କୁ ସାହାର ଦେବାକୁ ଅସହାୟ ବୁଢାବୁଢି ଅଜାଆଇଙ୍କ ପାଖରେ ସମ୍ଭଳ ନାହିଁ। ଯେଉଁ ବୟସରେ ବାପାମାଆଙ୍କ ପାଖରେ ଅଳି କରିବା କଥା ସେହି ବୟସର ଏମାନଙ୍କୁ ଭାଗ୍ୟ ଦାଉ ସାଧୁଛି।

  • ନାବାଳିକା ସ୍ୱପ୍ନା ମୁଣ୍ଡ ଉପରେ ରହିଛି ଦୁଇ ଭାଇଙ୍କ ବୋଝ
  • କେହି ବଂଶଧର ନାହାନ୍ତି କି  ଘର ସଜାଡିବାକୁ ସମ୍ବଳ ନାହିଁ
  • ବେଳାଏ ଖାଇଲେ ଦୁଇଓଳି ଉପାସ ରହିବାକୁ ପଡୁଛି
  • ତିନି ଅନାଥ ଶିଶୁଙ୍କୁ ସାହାର ଦେବାକୁ ଅସହାୟ ବୁଢାବୁଢି ଅଜାଆଇଙ୍କ ପାଖରେ ସମ୍ଭଳ ନାହିଁ
  • ଯେଉଁ ବୟସରେ ବାପାମାଆଙ୍କ ପାଖରେ ଅଳି କରିବା କଥା ସେହି ବୟସର ଏମାନଙ୍କୁ ଭାଗ୍ୟ ଦାଉ ସାଧୁଛି

Trending Photos

ହଜି ଯାଇଛି ଶୈଶବ, ପେଟ ପାଇଁ ସଂଘର୍ଷ
LIVE Blog

ସୁଚିତ୍ରା ସେଣ୍ଡ୍, ବୌଦ୍ଧ: ତିନି କୋମଳମତି ଶିଶୁଙ୍କୁ ଛାଡି ବାପା ଆରପାରିକୁ ଚାଲିଗଲେ। ତାର କିଛି ମାସ ପରେ ଜନ୍ମ କଲା ମା ପର କରି କୁଆଡେ ଚାଲିଗଲା। ବାପା ମା ଛେଉଣ୍ଡ ନାବାଳିକା ସ୍ୱପ୍ନା ମୁଣ୍ଡରେ ରହିଗଲା ଦୁଇ ଭାଇର ବୋଝ। ନା ଅଛନ୍ତି କେହି ବଂଶଧର କି ଘର ସଜାଡିବାକୁ କେହି ଆତ୍ମୀୟସ୍ୱଜନ। ବେଳାଏ ଖାଇଲେ ଦୁଇଓଳି ଉପବାସ ରହିବାକୁ ପଡୁଛି। ଅସହାୟ ଅଜା ଆଇଙ୍କ ପାଖରେ ଅତି ଦୟନୀୟ ଭାବେ ବିତୁଛି ତିନି ଅନାଥ ଶିଶୁଙ୍କ ଜୀବନ। ଏ ଘଟଣା ହେଉଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରା କଲୋନୀ ଅଞ୍ଚଳର ତିନି ଅନାଥ ଶିଶୁଙ୍କ କଥା।

fallbackନାବାଳିକା ସ୍ୱପ୍ନା ମୁଣ୍ଡ ଉପରେ ନାବାଳକ ଦୁଇ ଭାଇଙ୍କ ବୋଝ। କେହି ବଂଶଧର ନାହାନ୍ତି କି  ଘର ସଜାଡିବାକୁ ସମ୍ବଳ ନାହିଁ। ବେଳାଏ ଖାଇଲେ ଦୁଇଓଳି ଉପାସ ରହିବାକୁ ପଡୁଛି। ତିନି ଅନାଥ ଶିଶୁଙ୍କୁ ସାହାର ଦେବାକୁ ଅସହାୟ ବୁଢାବୁଢି ଅଜାଆଇଙ୍କ ପାଖରେ ସମ୍ଭଳ ନାହିଁ। ବଡଭଉଣୀ  ସ୍ୱପ୍ନା ବେହେରା  ବୟସ ମାତ୍ର ୧୪ ବର୍ଷ। ମଝିଆ  ଭାଇ କାହ୍ନା ବେହେରା ବୟସ ୧୧ବର୍ଷ  ଓ ସାନ ଭାଇ ସିଦ୍ଧାନ୍ତ ବେହେରା ବୟସ ୯ ବର୍ଷ। ଯେଉଁ ବୟସରେ ବାପାମାଆଙ୍କ ପାଖରେ ଅଳି କରିବା କଥା ସେହି ବୟସର ଏମାନଙ୍କୁ ଭାଗ୍ୟ ଦାଉ ସାଧୁଛି।  ଅନାଥ ହୋଇପଡିଛନ୍ତି ତିନି କୋମଳମତି ଶିଶୁ। ବାପା ସର୍ବେଶ୍ୱର ବେହେରା ଆଜକୁ ୫ ବର୍ଷତଳେ ଯକ୍ଷ୍ମା ରୋଗରେ ଶିକାର ହୋଇ ଚାଲିଗଲେ। ବାପାଙ୍କ  ଚିକିତ୍ସା ପାଇଁ ଜାଗାବାଡି ସବୁ ବିକ୍ରି ସରିଛି। ତାର କେଇଦିନ ପରେ ଏହି ତିନିଶିଶୁ ଙ୍କୁ ନିଜ ଗର୍ଭରେ ଜନ୍ମଦେଇଥିବା ମା କୁଆଡେ ଛାଡି ଚାଲି ଯାଇଛନ୍ତି। ଫଳରେ ଆଜକୁ ୫ ବର୍ଷ ହେବ ନିଜର ଭଙ୍ଗା ଦଦରା ଘରେ ଅସହାୟ ବୃଦ୍ଧା ଅଜା ଆଇଙ୍କ ପାଖରେ ଦୟନୀୟ ଭାବେ ଜୀବନ କାଟୁଛନ୍ତି ଦଳିତ ପରିବାରର ତିନି ଅନାଥ ଶିଶୁ। 

ପଞ୍ଚମ ଯାଏ ପାଠ ପଢିଥିବା ସ୍ୱପ୍ନାର ଆଗକୁ ପାଠପଢିବାକୁ ଇଚ୍ଛା ଅଛି। ଦୁଇଭାଇ ସ୍କୁଲ ପାଦ ମାଡିନାହାନ୍ତି। କାହାରି ପାଖରେ ଆଧାର କାର୍ଡ ମଧ୍ୟ  ନାହିଁ। ଫଳରେ ବୃଦ୍ଧା ଅଜାଆଇଙ୍କୁ ମିଳୁଥିବା ମାସିକ ୧୦ କେଜି ଚାଉଳରେ ପେଟକୁ ମାରି ବଞ୍ଚିବାର ରାହା ଖୋଜୁଛନ୍ତି ତିନି କୋମଳମତି ଶିଶୁ। ସେପଟେ ସରକାର ମାଗଣାରେ ରହିବା ଖାଇବା ସହିତ ଶିକ୍ଷା ବ୍ୟବସ୍ଥା ଭଳି ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ଆଜକୁ ୫ ବର୍ଷ ହେବ ଏଭଳି ଦୟନୀୟ ଭାବେ ତିନି ଅନାଥ ଶିଶୁ ଜୀବନ ଅତିବାହିତ କରୁଥିବା ବେଳେ ସ୍ଥାନୀୟ ସରପଞ୍ଚ ହୁଅନ୍ତୁ ବା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ସରକାର ଯୋଜନାର ବାସ୍ତବତା ଓ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅନାଥ ଶିଶୁଙ୍କୁ ସରକାର ତୁରନ୍ତ ସାହାଯ୍ୟ ଯୋଗାଇଦେବା ସହିତ ରହିବା,ଖାଇବା  ଯୋଗଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏବାବଦରେ କୌଣସି ଖବର ଜାଣିନଥିବା କହିବା ସହିତ ତାଙ୍କୁ ତୁରନ୍ତ ଥଇଥାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।