ପାଇଖାନା ଘରେ ବିତୁଛି ଜୀବନ

ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇବା ଯେମିତି ତାଙ୍କ ପାଇଁ ସାତ ସପନ ପାଲଟିଯାଇଛି ।

ପାଇଖାନା ଘରେ ବିତୁଛି ଜୀବନ

ଆଠଗଡ଼: ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର , ପାଇଖାନା ଘରେ ବିତୁଛି ଜୀବନ । କଟକ ଜିଲ୍ଲାର ଆଠଗଡ ବ୍ଲକ ବାଳି ଗାଁ ଧର୍ମପରୁରରେ ରୁହନ୍ତି ବୃଦ୍ଧା ସିକୃତି ମଙ୍ଗୁଆଳ । ମୁଣ୍ଡ ଉପରେ ଘର ନଥିବାରୁ ବାଧ୍ୟ ହୋଇ ସେ ଏକ ପାଇଖାନା ଘରେ ରହୁଛନ୍ତି । ଏମିତି ସେ ୩ ବର୍ଷ ହେଲାଣି ପାଇଖାନା ଘରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ଗ୍ରାମାଞ୍ଚଳରେ ଲୋକଙ୍କ ସୁବିଧା ପାଇଁ ସରକାରଙ୍କର  ଅନେକ ଯୋଜନା ରହିଛି କିନ୍ତୁ ଧର୍ମପୁରର ସିକୃତିଙ୍କ ପାଖରେ ଯେମିତି ସବୁ ଯୋଜନା ଫେଲ ମାରିଛି ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇବା ଯେମିତି ତାଙ୍କ ପାଇଁ ସାତ ସପନ ପାଲଟିଯାଇଛି । ଘରଟିଏ ପାଇଁ ବୃଦ୍ଧା ଜଣଙ୍କ ବିଭାଗୀୟ ଅଧିକାରୀଙ୍କୁ କାକୁତି ମିନତି କଲେ ସୁଦ୍ଧା କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି

ବୃଦ୍ଧାଙ୍କ ଜଣେ ପୁଅ ମଧ୍ୟ ଅଛନ୍ତି । ମାତ୍ର ସେ ମାନସିକ ବିକାରଗ୍ରସ୍ତ । ପୁଅକୁ ଧରି ଖରା ଶୀତରେ ପାଇଖାନା ଭିତରେ ଜୀବନ କାଟୁଛନ୍ତି । ୨୦୦୮ ମସିହାରେ ଇନ୍ଦିରା ଆବାସ ଯୋଜନା ପାଇଥିଲେ ଏବଂ ତାଙ୍କୁ ୧୦ ହଜାର ପ୍ରଥମ କିସ୍ତି ମିଳିଥିଲା । ତାପର ଠାରୁ ବୃଦ୍ଧା ଜଣଙ୍କ ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ଦୌଡିଦୌଡି ନୟାନ୍ତ ହେବା ପରେ  ଜାଣିବାକୁ ପାଇଲେ ଯେ  ତାଙ୍କ କାଗଜପତ୍ର ହଜିଯାଇଛି । ଗତ ତିନି ବର୍ଷ ତଳେ ବୃଦ୍ଧାଙ୍କ ରହୁଥିବା ଘର ପୋଡି ଯାଇଥିଲା । ସେହି ଦିନଠାରୁ ବୃଦ୍ଧା ଜଣଙ୍କ ନିରୁପାୟ ହୋଇ ପାଇଖାନାରେ  ରହି ଆସୁଛନ୍ତି । ତେବେ ଆଜକୁ ଦୀର୍ଘ ୩ ବର୍ଷ ହେଲା ସେ ଏପରି ଦୟନୀୟ ଅବସ୍ଥାରେ ନିଜର  ଜୀବନ କଟାଉଛନ୍ତି l 
 ଆଠଗଡ଼ ପ୍ରଶାସନର ଅଧିକାରୀ ଓ ନେତା ମନ୍ତ୍ରୀ ସୁକୃତି ମଙ୍ଗୁଆଳଙ୍କ ଘର ର ଅବସ୍ଥା ବହୁବାର ଦେଖିଥିଲେ ମଧ୍ୟ କେହିବି ବୃଦ୍ଧାଙ୍କ ଦୁଃଖ ଶୁଣୁ ନାହାଁନ୍ତି  । ଘଟଣାକୁ  ୩ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନାହିଁ ।