• ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୧ ଲକ୍ଷ ୨୧ ହଜାର ୩୧୧ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪ ହଜାର ୨ଜଣଙ୍କ ଜୀବନ
  • ଦିନକରେ ନୂଆ ୮୪ ହଜାର ୩୩୨ ନୂଆ ପଜିଟିଭ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଲା କିଲର କୋରୋନା
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୫୨ ପଜିଟିଭ ଚିହ୍ନଟ
  • UG/PG ପରୀକ୍ଷା ହେବ, ପୁଣି ୧୮ରେ ବୈଠକ
  • ଆଜି ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି
  • ଦିଲ୍ଲୀ ଲାଜପତ ନଗର କପଡା ସୋରୁମରେ ଅଗ୍ନିକାଣ୍ଡ, ୧୬ ଦମକଳ ନିୟୋଜିତ
  • ଇସ୍ତଫା ଦେଲେ ତେଲେଙ୍ଗାନା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇ. ରାଜେନ୍ଦ୍ର
  • କୃଷକ ଆନ୍ଦୋଳନ: ୨୬ରେ ରାଜଭବନ ଘେରାଓ

ନିର୍ମାଣ ପୂର୍ବରୁ ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ

ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଭାବେ ଜଣାଶୁଣା ଏରସମାର ତିନି ପଞ୍ଚାୟତ ଢିଙ୍କିଆ, ଗଡ଼କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତର ପ୍ରକଳ୍ପରୁ ପୋସ୍କୋ ଓହରି ଯିବା ପରେ ଏବେ ଏହି ସ୍ଥାନରେ ଜେ.ଏସ୍.ଡବ୍ଲ୍ୟୁ ଷ୍ଟିଲ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି । ୨୯୫୮ ଏକର ଜମିରେ ୧୩.୦୨ ମିଲିୟନ ପ୍ରକଳ୍ପ ସହ ୯୦୦ ମେଗାୱାଟର ନିଜସ୍ୱ ପାଓ୍ୱାର ପ୍ଲାଣ୍ଟ ଓ ୧୦ମିଲିୟନ ଟନର ସିମେଣ୍ଟ ପ୍ଲାଣ୍ଟ କରିବା ଯୋଜନା ରହିଛି । 

ନିର୍ମାଣ ପୂର୍ବରୁ ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ
ଫାଇଲ ଫଟୋ

ଜଗତସିଂହପୁର: ଜିଲ୍ଲାର ଏରସମା ବ୍ଲକ ପ୍ରସ୍ତାବିତ ପୋସ୍କୋ ସ୍ଥାନରେ ଏବେ ଜେ.ଏସ୍.ଡବ୍ଲ୍ୟୁ କରିବାକୁ ଯାଉଛି ଷ୍ଟିଲ ପ୍ଲାଣ୍ଟ । ଏହାକୁ ନେଇ ଆସନ୍ତା ଡିସେମ୍ବର ୨୦ରେ ପରିବେଶ ସଂକ୍ରାନ୍ତୀୟ ଜନଶୁଣାଣୀ ହେବାକୁ ଯାଉଥିବା ବେଳେ କମ୍ପାନୀ ଏବେ ପ୍ରକଳ୍ପ ପ୍ରତିଷ୍ଠା ନେଇ ଆରମ୍ଭ କରିଦେଇଛି ପ୍ରସ୍ତୁତି । ଏହି ପ୍ରକଳ୍ପରେ ସ୍ଥାନୀୟ କ୍ଷତିଗ୍ରସ୍ତଙ୍କୁ ପ୍ରାଧାନ୍ୟ ଦେବାପାଇଁ ବିଜେପି ଦାବି କରୁଥିବା ବେଳେ ପୋସ୍କୋ ଦେଇଥିବା ପ୍ରତିଶ୍ରୁତିକୁ ଜେ.ଏସ୍.ଡବ୍ଲ୍ୟୁକୁ ପୂରଣ କରିବା ପାଇଁ ଦାବୀ କରିଛନ୍ତି ପ୍ରକଳ୍ପ ସପକ୍ଷବାଦୀ । ଅନ୍ୟପଟେ ନିଜର ଜୀବିକା ପାଇଁ ପ୍ରକଳ୍ପକୁ ବିରୋଧ କରିବା ନେଇ ସଜବାଜ ହେଉଛନ୍ତି ବିରୋଧୀ ।

ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଭାବେ ଜଣାଶୁଣା ଏରସମାର ତିନି ପଞ୍ଚାୟତ ଢିଙ୍କିଆ, ଗଡ଼କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତର ପ୍ରକଳ୍ପରୁ ପୋସ୍କୋ ଓହରି ଯିବା ପରେ ଏବେ ଏହି ସ୍ଥାନରେ ଜେ.ଏସ୍.ଡବ୍ଲ୍ୟୁ ଷ୍ଟିଲ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି । ୨୯୫୮ ଏକର ଜମିରେ ୧୩.୦୨ ମିଲିୟନ ପ୍ରକଳ୍ପ ସହ ୯୦୦ ମେଗାୱାଟର ନିଜସ୍ୱ ପାଓ୍ୱାର ପ୍ଲାଣ୍ଟ ଓ ୧୦ମିଲିୟନ ଟନର ସିମେଣ୍ଟ ପ୍ଲାଣ୍ଟ କରିବା ଯୋଜନା ରହିଛି । ଜଟାଧାର ମୁହାଣରେ ଏହାର ଏକ ନିଜସ୍ୱ ବନ୍ଦର କରାଯିବ ।  ଆସନ୍ତା ଡିସେମ୍ବର ୨୦ତାରିଖରେ ଏହାକୁ ନେଇ କମ୍ପାନୀ କରିବାକୁ ଯାଉଛି ପରିବେଶ ସଂକ୍ରାନ୍ତୀୟ ଜନଶୁଣାଣି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ସିଧାସଳଖ ୧୨ ହଜାର ସ୍ଥାୟୀ ନିଯୁକ୍ତି  ଓ ପରୋକ୍ଷରେ ୪୫ ହଜାର ନିଯୁକ୍ତି ପାଇବେ । ଏହା ପୂର୍ବରୁ କିଭଳି ସେସବୁ ଅଞ୍ଚଳର ପାରିପାର୍ଶ୍ୱିକ ଉନ୍ନତି ହେବ, ସେନେଇ ଜେ.ଏସ.ଡବ୍ଲ୍ୟୁ କମ୍ପାନୀ ଏବେ ତା'ର ପଦକ୍ଷେପ ଆରମ୍ଭ କରିଦେଇଛି । ଅନ୍ୟପଟେ ପ୍ରକଳ୍ପ କରିବା ପୂର୍ବରୁ କିଭଳି କ୍ଷତିଗ୍ରସ୍ତମାନଙ୍କୁ ତାଙ୍କ ଜୀବିକା ବଦଳରେ ନିଯୁକ୍ତି ଦିଆଯିବା ସହ ପାରିପାର୍ଶ୍ୱିକ ଉନ୍ନତି ସହ ପରିବେଶ ଉପରେ ଗୁରୁତ୍ୱ ଦେବାକୁ ଦାବି କରିଛି ବିଜେପି ।

ପୋସ୍କୋ ପ୍ରକଳ୍ପ ସମୟରେ ଦୀର୍ଘ ୮ବର୍ଷ ଧରି ପୋସ୍କୋ ସପକ୍ଷବାଦୀ ଓ ବିରୋଧୀ ସୃଷ୍ଟି ହୋଇ ପ୍ରାୟ ପାଞ୍ଚ ଜଣଙ୍କର ଜୀବନ ଯାଇଛି । ହେଲେ ୨୦୧୩ ମସିହା ପର ଠାରୁ ଏହି ଅଞ୍ଚଳ ଶାନ୍ତ ପଡ଼ିଥିବା ବେଳେ ଜେ.ଏସ୍.ଡବ୍ଲ୍ୟୁ ପ୍ରକଳ୍ପ ଘୋଷଣା ହେବା ପରେ ଏବେ ସପକ୍ଷବାଦୀ ଓ ବିପକ୍ଷବାଦୀ ମେଳି ଆରମ୍ଭ କଲେଣି । ଗୋଟିଏ ପଟେ ସପକ୍ଷବାଦୀ ଯୁକ୍ତି ବାଢିଛନ୍ତି ଯେ, ଅତୀତ ଦିନରେ ପୋସ୍କୋ ପ୍ରକଳ୍ପକୁ ନେଇ ଯାହା ଘଟି ଯାଇଛି ଜେ.ଏସ୍.ଡବ୍ଲ୍ୟୁ କମ୍ପାନୀକୁ ନେଇ ତାହାର ଯେମିତି ପୁନରାବୃତ୍ତି ନହେଉ, ସେ ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ । ଯଦି କମ୍ପାନୀକୁ ପ୍ରକଳ୍ପ କରିବାର ଅଛି, ତେବେ ସରକାରଙ୍କ ଜରିଆରେ ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ସହ ଆଲୋଚନା କରି ସେମାନଙ୍କ ଦାବୀ ପୂରଣ କଲେ ପ୍ରକଳ୍ପ ହେବାର କୌଣସି ଆପତ୍ତି ନାହିଁ ବୋଲି ସପକ୍ଷବାଦୀ କହିଛନ୍ତି ।

ଅନ୍ୟପଟେ ଡିସେମ୍ବର ୨୦ରେ ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରିବ ବୋଲି ଚେତାବନୀ ଦେଇଛନ୍ତି ପ୍ରକଳ୍ପ  ବିରୋଧୀ । ପୋସ୍କୋ କମ୍ପାନୀକୁ ଯେଉଁ ଭଳି ବିରୋଧ କରା ଯାଇଥିଲା ଜେ.ଏସ୍.ଡବ୍ଲ୍ୟୁକୁ ମଧ୍ୟ ସେଭଳି ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ । ଏନେଇ କମ୍ପାନୀ ବିରୋଧରେ ତିନିଟି ପଞ୍ଚାୟତରେ ଶୋଭଯାତ୍ରା କରାଯିବା ସହ ଏରସମାର ବାଲିତୁଠ ଠାରେ କମ୍ପାନୀ ହଠାଅ ବିରୋଧରେ କରାଯିବ ସମାବେଶ । ପୋସ୍କୋ ପରେ ଏବେ ଆଉ ଏକ ବୃହତ୍ ପ୍ରକଳ୍ପକୁ ନେଇ ଗୋଟିଏ ପଟେ ସର୍ତ୍ତମୂଳକ ସମର୍ଥନ ତ ଆଉ ଗୋଟିଏ ପଟେ ନିଜର ଭିଟାମାଟି ପାଇଁ ବିରୋଧୀଙ୍କ ସଜବାଜ । ତେବେ ଆଗକୁ କ'ଣ ରୂପରେଖ ନେଉଛି ତାହା ଡିସେମ୍ବର ୨୦ରେ ହେବାକୁ ଥିବା ଜନଶୁଣାଣି ପରେ ହିଁ ଜଣାପଡ଼ିବ ।