ଟ୍ରାକରେ ଦୌଡ଼ିଲା ଲୋକାଲ ଟ୍ରେନ, ସତର୍କତା ନିୟମ ଜାରି
X

ଟ୍ରାକରେ ଦୌଡ଼ିଲା ଲୋକାଲ ଟ୍ରେନ, ସତର୍କତା ନିୟମ ଜାରି

ପୁଣି ଥରେ ଟ୍ରାକରେ ଡୌଦିବା ଆରମ୍ଭ କରିଛି ମାୟାନଗରୀ ମୁମ୍ବାଇର ଜୀବନ ରେଖା କୁହାଯାଉଥିବା ଲୋକାଲ ଟ୍ରେନ |

ଟ୍ରାକରେ ଦୌଡ଼ିଲା ଲୋକାଲ ଟ୍ରେନ, ସତର୍କତା ନିୟମ ଜାରି

ମୁମ୍ବାଇ: ଦେଶରେ କୋରୋନା ତାଣ୍ଡବ ଜାରି ରହିଥିବା ବେଳେ ଜୁନ ୧୫ ତାରିଖ ସୋମବାରଠୁ ପୁଣି ଥରେ ଟ୍ରାକରେ ଦୌଡିଛି ମାୟାନଗରୀ ମୁମ୍ବାଇର ଜୀବନ ରେଖା କୁହାଯାଉଥିବା ଲୋକାଲ ଟ୍ରେନ | କେବଳ ଜରୁରୀ ସେବା ସହ ଜଡିତ ଲୋକଙ୍କୁ ଏଥିରେ ଯାତ୍ରା କରିବାର ସୁଯୋଗ ମିଳିବ | ଆଜିଠୁ ପଶ୍ଚିମ ରେଲୱେର ବିରାର, ଚର୍ଚଗେଟ ଏବଂ ଦହାନୁ ସହିତ ୭୩ଟି ଲୋକାଲ ଟ୍ରେନ ଚଳାଚଳ ଆରମ୍ଭ କରିଛି |           

ଏହି ସମସ୍ତ ଟ୍ରେନ ସକାଳ ସାଢେ ୫ଟାରୁ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ସେବା ଯୋଗାଇବ | ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଜୀବନରେଖା ଭାବେ ପରିଚିତ ଲୋକାଲ ଟ୍ରେନ | ଦୈନିକ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଯାତ୍ରୀ ଏହା ଉପରେ ନିର୍ଭରଶୀଳ |       
ଏହି ଟ୍ରେନ ସେବା ତିନୋଟି ଲାଇନରେ ବିଭକ୍ତ | ୱେଷ୍ଟର୍ଣ୍ଣ ଲାଇନ ଚର୍ଚ୍ଚଗେଟରୁ ବିରାର ମଧ୍ୟରେ ଯୋଗାଯୋଗ କରୁଥିବା ବେଳେ, ସେଣ୍ଟ୍ରାଲ ଲାଇନ ଛତ୍ରପତି ଶିବାଜୀ ଟର୍ମିନାସରୁ କଲ୍ୟାଣକୁ ଏବଂ ତୃତୀୟ ଲାଇନ ହାର୍ବର ଲାଇନକୁ ଯୋଡିଥାଏ | 
 
ୱେଷ୍ଟର୍ଣ୍ଣ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ କରି ଦିଆଯାଇଛି | ପଶ୍ଚିମ ରେଲୱେର ୧୨ଟି ଡବା ବିଶିଷ୍ଟ ୭୩ଟି ଲୋକାଲ ଟ୍ରେନ ଟ୍ରାକରେ ଦୌଡିବା ଆରମ୍ଭ କରିଛି | ବିରାରରୁ ଦହାଣୁ ମଧ୍ୟରେ ୮ଟି ଲୋକାଲ ଟ୍ରେନ ଚଳାଚଳ କରୁଛି |  ପ୍ରତି ୧୫ ମିନିଟରେ ଲୋକାଲ ଟ୍ରେନ ଚଳାଚଳ କରିବ | କେବଳ ଜରୁରୀ ସହ ଜଡିତ ଲୋକଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିଛି |   

ଅନ୍ୟପଟେ ସେଣ୍ଟ୍ରାଲ ରେଲୱେର ୨୦୦ଟି ଲୋକାଲ ଟ୍ରେନ ଚଳାଚଳକୁ ଆରମ୍ଭ କରାଯାଇଛି| ସିଏସଆର(CSR)ରୁ କସାରା, କରଜନ, କଲ୍ୟାଣ, ଠାଣେ ମଧ୍ୟରେ ଏହି ସେବାକୁ ଆରମ୍ଭ କରାଯାଇଛି | ଏହା ବ୍ୟତୀତ ପନବେଲ ପାଇଁ ଲୋକାଲ ଟ୍ରେନ ସେବାକୁ କାର୍ଯ୍ୟକ୍ଷମ କରାଯାଇଛି | 

ଷ୍ଟେସନରେ ପ୍ରବେଶ ପାଇଁ ପରିଚୟ ପତ୍ର(id card) ଦେଖାଇବାକୁ ପଡିବ | ଟ୍ରେନ ଟିକେଟ୍ ନେବାବେଳେ ସରକାରୀ ଆଇଡି କାର୍ଡ ଦେଖାଇବାକୁ | କର୍ମଚାରୀଙ୍କୁ ରଙ୍ଗ କୋଡ୍ ସହିତ QR କୋଡ୍ ଆଧାରିତ ଇ-ପାସ୍  ଦିଆଯାଇଛି | ଅସୁସ୍ଥ ଏବଂ କଣ୍ଟେନମେଣ୍ଟ ଜୋନର ଲୋକେ ଷ୍ଟେସନରେ ପ୍ରବେଶ କରିପାରିବେ ନାହିଁ |

ଜଣେ ଯାତ୍ରୀ ଅନ୍ୟ ଯାତ୍ରୀଙ୍କ ଠାରୁ ଦୁଇ ଗଜ ଦୂରତା ରକ୍ଷା କରିବେ | ପ୍ରାୟ ୧୨୦୦ ଯାତ୍ରୀ କ୍ଷମତା ବିଶିଷ୍ଟ କୋଚରେ କେବଳ ୭୦୦ ଯାତ୍ରୀ ଯାତ୍ରା କରିପାରିବେ | ପ୍ରତ୍ୟେକ ଷ୍ଟେସନରେ ମେଡିକାଲ କର୍ମଚାରୀଙ୍କ ସହ ଆମ୍ବୁଲାନ୍ସ ନିୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି |

 

 

 

 

 

Trending news