ବସ୍ତି ଉଚ୍ଛେଦକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ
Advertisement

ବସ୍ତି ଉଚ୍ଛେଦକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ

ପର୍ଦ୍ଧିଆପାଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ ସେମାନେ ଭୂମିହୀନ ଲୋକେ ,ଏଠାରେ ସେମାନେ  ଦୀର୍ଘ ବର୍ଷ ପୂର୍ବେ  ଥିବା ଏକ ଗୋଚର ଜମି ରେ ବସତି ସ୍ଥାପନ କରିଥିଲେ।

ବସ୍ତି ଉଚ୍ଛେଦକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ

ଅଜୟ ନାଥ, ସମ୍ବଲପୁର: ସମ୍ବଲପୁର ମହାନଗର ନିକଟରେ ଥିବା ପର୍ଦ୍ଧିଆପାଲିର ସୌରଭ ନଗର ବସ୍ତିକୁ ଉଚ୍ଛେଦ ପାଇଁ ନୋଟିସ ଦେଇଛି ଜିଲ୍ଲା ପ୍ରଶାସନ। ଏହାକୁ ବିରୋଧ କରି ତଥା  ସମସ୍ତଙ୍କୁ ଥଇଥାନ୍ ଦାବିରେ ଅଞ୍ଚଳବାସୀ ସ୍ଥାନୀୟ ରେଙ୍ଗାଲି ବିଧାୟକ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସମ୍ବଲପୁର ଜିଲ୍ଲାପାଳ, SMC କମିଶନର ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି ।

ପର୍ଦ୍ଧିଆପାଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ ସେମାନେ ଭୂମିହୀନ ଲୋକେ ,ଏଠାରେ ସେମାନେ  ଦୀର୍ଘ ବର୍ଷ ପୂର୍ବେ  ଥିବା ଏକ ଗୋଚର ଜମି ରେ ବସତି ସ୍ଥାପନ କରିଥିଲେ। ବିଜୁଳି, ପାଣି, ରାସ୍ତା ତଥା ସର୍ବନିମ୍ନ ମୌଳିକ ସୁବିଧା ବିନା ୭୦ ପରିବାର ଏଠାରେ ସୌରଭ ନଗର ନାମକ ଏକ ବସ୍ତି ଗଢ଼ିଥିଲେ। ଏ ଅଫିସ, ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ଏବେ ବିଜୁଳି ଆସିଛି ଓ ପିଇବା ପାଣି କିଛି ବ୍ୟବସ୍ଥା ମଧ୍ୟ ହୋଇଛି। ଏଠାରେ ଥିବା  ଅଧିକାଂଶ  ଲୋକ ଦିନ ମଜୁରିଆ ପରିବାର। 

ତେବେ ଏଠାରେ ଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ସରକାରୀ ନୋଟିସ ଦିଆହୋଇଥିବା ବେଳେ ସେମାନଙ୍କ ବସ୍ତିକୁ ଲାଗି ଏକ ଘରୋଇ ସ୍କୁଲ ଏକ ସରକାରୀ  ଜମିର ଏକ ବଡ଼ ଅଂଶ ଜବର ଦଖଲ କରିଛି। ତାହାକୁ କାହିଁକି ଜିଲ୍ଲା ପ୍ରଶାସନ ନୋଟିସ ହେଇନାହି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ। ଏନେଇ ସମ୍ବଲପୁର ବିକାଶ ମଞ୍ଚର ସହାୟତାରେ ଜିଲ୍ଲା ପ୍ରଶାସନର ଏପରି କାର୍ଯ୍ୟଶୈଳୀକୁ ବିରୋଧ କରୁଛନ୍ତି ଅଞ୍ଚଳବାସୀ। ପ୍ରଥମେ ବର୍ଷ ବର୍ଷ ଧରି ଘର କରିକି ରହିଥିବା ଭୁମିହୀନ ଲୋକଙ୍କୁ ଥଇଥାନରେ ବସ୍ତି ଉଚ୍ଛେଦ କରିବାକୁ ଦାବି କରିଛନ୍ତି । ଏଭଳିକି ଯେଉଁ ନୋଟିସ ତାଙ୍କୁ ଦିଆଯାଇଛି ସେଥିରେ ତାରିଖ ନ ଥିବାର ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।ସେମାନେ ଦାବି କରିଛନ୍ତି ଯେ  ସରକାର ପ୍ରଥମେ ଭୂମିହୀନଙ୍କୁ ଥଇଥାନ କରନ୍ତୁ ତାପରେ ଯାଇ ଉଛେଦ କରିବେ।