ଲକ ଡାଉନ 4.0: ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମ
Advertisement

ଲକ ଡାଉନ 4.0: ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମ

ଲକ ଡାଉନ ବେଳେ ମେ ତାରିଖରେ 'ମନ କି ବାତ' କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି |   

ଲକ ଡାଉନ 4.0: ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜିଠୁ ସମଗ୍ର ଦେଶରେ ଲାଗୁ ହୋଇସାରିଛି ଲକଡାଉନ 4.0 | ଏହାର ଶେଷ ଅବଧି ହେଉଛି ମେ ୩୧ ତାରିଖ | ଏହି ଦିନ 'ମନ କି ବାତ' କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସମଗ୍ର ଦେଶରେ କୋରୋନାର ମୁକାବିଲା ପାଇଁ ଲକ ଡାଉନ ଚାଲିଥିବା ବେଳେ ତୃତୀୟ ଥର ଦେଶବାସୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ |   
ଏ ସମ୍ପର୍କରେ ଲୋକଙ୍କୁ ଜଣାଇ ପିଏମ ମୋଦି ଟ୍ୱିଟ କରି କହିଛନ୍ତି, ଚଳିତ ମେ ୩୧ ତାରିଖରେ #MannKiBaat କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଆପଣଙ୍କ ବିଚାର ଏବଂ ମତାମତ ପାଇବା ଅପେକ୍ଷାରେ ରହିଛି | ଆପଣ ଏହାକୁ ୧୮୦୦-୧୧-୭୮୦୦ ନମ୍ବରରେ କିମ୍ବା NaMo ଆପ୍ କିମ୍ବା MyGov ମାଧ୍ୟମରେ ପଠାଇ ପାରିବେ | 

ପୂର୍ବରୁ ଏପ୍ରିଲ ୨୬ ତାରିଖରେ 'ମନ କି ବାତ' କାର୍ଯ୍ୟକ୍ରମ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି | ଯେଉଁଥିରେ ସେ "ଦୋ ଗଜ କି ଦୂରୀ ବହୁତ ହେଁ ଜରୁରୀ" ମନ୍ତ୍ର ଦେଇଥିଲେ | କୋରୋନା ବିରୁଦ୍ଧରେ ଦେଶବାସୀ ଲଢେଇ କରୁଥିବା ନେଇ ଜଣାଇଥିଲେ | ଏପରି ସମୟରେ ପରସ୍ପର, ପରସ୍ପରକୁ ସହଯୋଗ କରିବା ପାଇଁ ଆଗେଇ ଆସିବା ଦରକାର | ଲୋକଙ୍କୁ ସମର୍ଥନ ଜଣାଇ ଶାସନତନ୍ତ୍ର ଏବଂ ପ୍ରଶାସନ ମଧ୍ୟ ଲଢେଇରେ ସାମିଲ ଅଛନ୍ତି | ଭାରତ ଭଳି ବିଶାଳ ଦେଶ ସର୍ବଦା ବିକାଶ ପାଇଁ ଯତ୍ନଶୀଳ |   

ଲକ ଡାଉନ ବେଳେ ଗ୍ରାମରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଜଣେ ଅନ୍ୟ ଜଣଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି | ଗରିବଙ୍କ ପାଇଁ ଖାଦ୍ୟ ଯୋଗାଇବା ଠାରୁ ଆରମ୍ଭ କରି ଲକ ଡାଉନ ନିୟମ ପାଳନ, ହସ୍ପିଟାଲ ବ୍ୟବସ୍ଥା, ମେଡିକାଲ ଉପକରଣ  କିମ୍ବା ଦେଶ ନିର୍ମାଣ ହେଉ ଆଜି ପୁରା ଦେଶ ଏକ ଲକ୍ଷ୍ୟ ଏବଂ ଏକ ଦିଗରେ କାର୍ଯ୍ୟରତ |