ଲକ ଡାଉନ 4.0: ଆରୋଗ୍ୟ ସେତୁ ଆପକୁ ନେଇ ନୂତନ ସରକାରୀ ଗାଇଡ ଲାଇନ ଜାରି
Advertisement
Article Detail0/zeeodisha/odisha682990

ଲକ ଡାଉନ 4.0: ଆରୋଗ୍ୟ ସେତୁ ଆପକୁ ନେଇ ନୂତନ ସରକାରୀ ଗାଇଡ ଲାଇନ ଜାରି

ଆରୋଗ୍ୟ ସେତୁ ନେଇ  ଜାରି ହୋଇଛି ନୂତନ ସରକାରୀ ଗାଇଡ ଲାଇନ | 

ଲକ ଡାଉନ 4.0: ଆରୋଗ୍ୟ ସେତୁ ଆପକୁ ନେଇ ନୂତନ ସରକାରୀ ଗାଇଡ ଲାଇନ ଜାରି

ନୂଆଦିଲ୍ଲୀ: ମେ ୧୮ ତାରିଖ ସୋମବାର ସମଗ୍ର ଦେଶରେ  ଲାଗୁ ହୋଇସାରିଛି ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ | ଆରୋଗ୍ୟ ସେତୁ ଆପ ସହ ଜଡିତ ନିୟମରେ ସୁଧାର ଅଣାଯାଇଛି | ଏହା ସହିତ ଏହି ଆପ ଡାଉନ ଲୋଡ କରିବା ବାଧ୍ୟତାମୂଳକ ଥିବା ବେଳେ, ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଅଣାଯାଇ ଏହାକୁ ବିକଳ୍ପ ଭାବେ ଦର୍ଶାଯାଇଛି | ଆରୋଗ୍ୟ ସେତୁ ଆପ କୋରୋନା ଭାଇରସ ସଂକ୍ରମଣ ବାବଦରେ ତଦାରଖ କରିଥାଏ | 

ରବିବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ସରକାର ଆରୋଗ୍ୟ ସେତୁ ଆପର ଫାଇଦା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି |  ଏହି ଆପ କୋରୋନା ଭାଇରସ ସମ୍ପର୍କିତ  ସମ୍ଭାବନା ବାବଦରେ ଅବଗତ କରିଥାଏ | ଯାହା ବ୍ୟକ୍ତି ଏବଂ ସମାଜ ପାଇଁ ସୁରକ୍ଷା କବଚ ସଦୃଶ୍ୟ| ଜାରି ହୋଇଥିବା ନୂତନ ଗାଇଡ ଲାଇନ ଅନୁସାରେ କାର୍ଯ୍ୟାଳୟ ଏବଂ କର୍ମସ୍ଥଳରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିଯୁକ୍ତିଦାତାଙ୍କୁ ସମସ୍ତ କର୍ମଚାରୀଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନ ଲୋଡ କରିବା ନେଇ ସ୍ପଷ୍ଟ କରିବା ଦରକାର | 

ପୂର୍ବରୁ ଆରୋଗ୍ୟ ସେତୁ ଆପ ଡାଉନ ଲୋଡ କରିବା ସମସ୍ତ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଥିଲା | ରବିବାର ଜାରି ହୋଇଥିବା ଗାଇଡ ଲାଇନରେ କୁହାଯାଇଛି କୌଣସି ଲୋକକୁ ଏହି ଆପ ଡାଉନ ଲୋଡ କରିବା ପାଇଁ ପରାମର୍ଶ ଦେଇପାରିବ | ଏହା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିପାରିବ |  

 

;