Advertisement
Article Detail0/zeeodisha/odisha661740
Zee OdishaOther Newsଲକ୍ ଡାଉନ୍: ଅମାନିଆଙ୍କୁ ସାବାଡ଼ କରୁଛି ବୌଦ୍ଧ ପୋଲିସ୍

ଲକ୍ ଡାଉନ୍: ଅମାନିଆଙ୍କୁ ସାବାଡ଼ କରୁଛି ବୌଦ୍ଧ ପୋଲିସ୍

୨୧ଦିନିଆ ଲକ୍ ଡ଼ାଉନର ଆଜି ଅଷ୍ଟମ ଦିନ । ବୌଦ୍ଧ ଜିଲ୍ଲରେ କଡ଼ାକଡ଼ିଭାବରେ ପାଳନ କରାଯାଉଛି ଲକ୍ ଡ଼ାଉନ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ହିମାଂଶୁ ଶେଖର ସାହୁ, ବୌଦ୍ଧ: କୋରୋନାକୁ ନେଇ ଲକ୍ ଡ଼ାଉନ ଘୋଷଣା ହେବା ପରେ ରାଜ୍ୟ ସରାକର ଆଗୁଆ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବୌଦ୍ଧ ଜିଲ୍ଲାରେ ଜିଲ୍ଳା ପ୍ରଶାସନ ତରଫରୁ ଆବାସିକା ବିଦ୍ୟାଳୟର ୨୫୦୦ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ଅର୍ଥ ପ୍ରଦାନ କରାଯାଇଛି । ସେହିପରୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଭଳି ଅନ୍ୟାନ୍ୟ ଭତ୍ତା ମଧ୍ୟ ଜିଲ୍ଲାରେ ଆଗୁଆ ୪ମାସ ପାଇଁ ବଣ୍ଟା ସରିଯାଇଥିବା ବେଳେ ପିଡ଼ିଏସ୍ ଚାଉଳ ବି ଶୀଘ୍ର ଗାଁ ଗାଁ ବୁଲି ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ବୋଲି ବୌଦ୍ଧ ଜିଲ୍ଲାପାଳ ଲଳାଟେନ୍ଦୁ ମିଶ୍ର କହିଛନ୍ତି ।

୨୧ଦିନିଆ ଲକ୍ ଡ଼ାଉନର ଆଜି ଅଷ୍ଟମ ଦିନ । ବୌଦ୍ଧ ଜିଲ୍ଲରେ କଡ଼ାକଡ଼ିଭାବରେ ପାଳନ କରାଯାଉଛି ଲକ୍ ଡ଼ାଉନ । ଜିଲ୍ଳାର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ୍ ପଇତାରା ମାରିବା ସହିତ କାଁ ଭାଁ ଯାତାୟତ କରୁଥବା କିଛି ଲୋକଙ୍କୁ ଅଟକାଉଛି ପୋଲିସ୍ । 

ସକାଳ ୬ରୁ ୧୨ ଯାଏ ପନିପରିବା ବଜାରରେ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରୁଥିବା ବେଳେ କିଛି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ୍ ସଜାଗ ରହିଥବା କହିଛନ୍ତି ବୌଦ୍ଧ ସଦର ଥାନା ଭାରପ୍ରାପ୍ତ ଅଧିକାରୀ । ଅନ୍ୟପଟେ ୨୧ଜଣ ନିୟମ ଉଲଂଘନକାରୀଙ୍କ ଉପରେ ୧୪ଟା କେସ୍ ରୁଜୁ ହୋଇଥବା ଜଣାପଡ଼ିଛି । 

Add Zee News as a Preferred Source
About the Author