• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ବଢିଲା ଲକଡାଉନ ଅବଧି, ଏହି ସବୁ ଅଞ୍ଚଳରେ ଚାଲିବ ବସ, ଟ୍ୟାକ୍ସି

ବଢିଲା ଲକଡାଉନ ଅବଧି, ଏହି ସବୁ ଅଞ୍ଚଳରେ ଚାଲିବ ବସ, ଟ୍ୟାକ୍ସି

ଗର୍ଭବତୀ ଓ ପିଲାଙ୍କୁ ବାହାରକୁ ଆସିବା ବାରଣ

Edited ByZee Odisha Desk
Published: May 01, 2020, 09:46 PM IST|Updated: May 01, 2020, 09:46 PM IST
joinshare
ବଢିଲା ଲକଡାଉନ ଅବଧି, ଏହି ସବୁ ଅଞ୍ଚଳରେ ଚାଲିବ ବସ, ଟ୍ୟାକ୍ସି

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ, ରାମଲୀଳା ମଞ୍ଚରେ ନୂଆ ଅବତାରରେ ଆସ

    ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ, ରାମଲୀଳା ମଞ୍ଚରେ ନୂଆ ଅବତାରରେ ଆସ

    2

    Delhi Metro: ଦିଲ୍ଲୀ ମେଟ୍ରୋ ଚଳାଚଳକୁ ନେଇ ଆସିଲା ବଡ଼ ଅପଡେଟ୍! ସ୍ବାଭାବିକ୍ ହେବା ସହ...

    3

    CJP Protest:‘ଏବେ ପୂରା ଦେଶ ଜନ୍ତର ମନ୍ତର’:ପ୍ରତିବାଦ ସ୍ଥଳ ଉପରେ କଟକଣାକୁ ନେଇ ଅଭିଜିତ ଦୀପକେଙ୍

    4

    ୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

    5

    Top 10 News: ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା, ଦିଲ୍ଲୀରେ ବର୍ଷା ଓ ଅନ୍ୟ ଖବର

    ନୂଆଦିଲ୍ଲୀ: କୋରୋନା ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଦେଶରେ ଦ୍ୱିତୀୟ ଥର ପାଇଁ ଲକଡାଉନକୁ ବୃଦ୍ଧି କରାଯାଇଛି। ଆସନ୍ତା ୩ ତାରିଖରେ ଶେଷ ହେଉଥିବା ଏହି ଲକଡାଉନ ଅବଧିକୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ତେବେ ଏହାରି ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ଏହି ବର୍ଦ୍ଧିତ ଲକଡାଉନ ସମୟରେ କଣ ଚାଲିବ ଆଉ କେଉଁଟା ନୁହେଁ।  

    ତେବେ ଏଠାରେ କହି ରଖୁଛୁ ଯେ, ଆସନ୍ତା ୧୭ ତାରିଖ ମଧ୍ୟରେ କୌଣସି ଟ୍ରେନ ଚଳାଚଳ କରିବ ନାହିଁ। ଏପରିକି ବସ ମଧ୍ୟ ଚଳାଚଳ କରିବାକୁ କେନ୍ଦ୍ର ସରକାର ବାରଣ କରିଛନ୍ତି। ବିମାନ ଉଡ଼ାଣ ଉପରେ ମଧ୍ୟ ପ୍ରତିବନ୍ଧକ ଜାରି ରହିଛି। ସେପଟେ କୋରୋନାର ସ୍ଥିତି ଅନୁଯାୟୀ ସମଗ୍ର ଦେଶକୁ କେନ୍ଦ୍ର ସରକାର ୩ଟି ଜୋନରେ ବିଭକ୍ତ କରିଛନ୍ତି। ସେଗୁଡ଼କ ହେଲା ରେଡ଼, ଅରେଞ୍ଜ ଓ ଗ୍ରୀନ ଜୋନ। ଅରେଞ୍ଜ ଜୋନରେ ସର୍ତ୍ତମୂଳକ ଭାବେ ସାମାନ୍ୟ ଲକଡାଉନ ନିୟମକୁ କୋହଳ କରାଯାଇଛି। ରେଡଜୋନରେ ପୂର୍ବଭଳି ଲକଡାଉନକୁ କଡାକଡ଼ି କରାଯାଇଛି। ଗ୍ରୀନ ଜୋନରେ ନିୟମକୁ କୋହଳ କରାଯାଇଛି।  

    ତେବେ ରେଡ ଓ ଅରେଞ୍ଜ ଜୋନରେ ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ ମନା କରାଯାଇଛି। ଗର୍ଭବତୀ ମହିଳାଙ୍କୁ ବାହାରକୁ ବାହାରିବାକୁ ଅନୁମତି ପ୍ରଦାନ କରାଯାଇନାହିଁ। ସୂଚନା ଯୋଗ୍ୟ ଗ୍ରୀନ ଜୋନରେ ୩୧୯ ଓ ଅରେଞ୍ଜ ଜୋନରେ ୨୮୪ଟି ଜିଲ୍ଲା ରହିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଅହମଦାବାଦ ସହିତ ୧୩୦ଟି ଜିଲ୍ଲା ରେଡ଼ ଜୋନରେ ରହିଛି। ଗୃହ ମନ୍ତ୍ରଣାଳୟ ପ୍ରାକୃତିକ ବିପର୍ଯୟ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ ଏହି ଆଦେଶ ଜାରି କରାଯାଇଛି।  

    ତେବେ କିଛି ସର୍ତ୍ତ ଅନୁଯାୟୀ ଗ୍ରୀନ ଜୋନରେ ବସ ଚଳାଚଳ କରିପାରିବ। କ୍ଷମତା ଅନୁଯାୟୀ ବସରେ ଅଧା ଯାତ୍ରୀ ପରିବହନ କରିବେ ବସ ମାଲିକ। ସିନେମା ହଲ, ଜିମ, କ୍ଲବ, ମଲ ଆଦି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଅରେଞ୍ଜ ଜୋନରେ ଟ୍ୟାକ୍ସି ଡ୍ରାଇଭରଙ୍କ ସହିତ ଜଣେ ଯାତ୍ରୀଙ୍କୁ ଚଳାଚଳ କରିବାକୁ ଅନୁମତି ମିଳିଛି।  

     

    Add Zee News as a Preferred Source
    TAGS:
    lockdown
    EXTEND
    May 17
    Bus
    Train