Advertisement
Article Detail0/zeeodisha/odisha664686
Zee OdishaOther Newsଘୁଞ୍ଚିପାରେ ଲକଡ଼ାଉନର ସମୟ ଅବଧି

ଘୁଞ୍ଚିପାରେ ଲକଡ଼ାଉନର ସମୟ ଅବଧି

କୋରୋନା ସଂକ୍ରମଣ ଉପରେ ଆସୁନି ନିୟନ୍ତ୍ରଣ...

ଘୁଞ୍ଚିପାରେ ଲକଡ଼ାଉନର ସମୟ ଅବଧି

ନୂଆଦିଲ୍ଲୀ: କୋରୋନା ବିପକ୍ଷରେ ଲଢିବା ପାଇଁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ ସ୍ଥିତି ଘୋଷଣା କରିଥିଲେ। ଆସନ୍ତା ୧୪ ତାରିଖରେ ଲକଡାଉନର ଅବଧି ଶେଷ ହେବାକୁ ଯାଉଛି। ମାତ୍ର ଏହି ଅବଧି ସମୟ ମଧ୍ୟରେ କୋରୋନା ଉପରେ ନିୟନ୍ତ୍ରଣ ଆସିପାରିବା ନେଇ କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଲକଡାଉନ ପିରିୟଡ଼କୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି।  

କୋରୋନା ଅବଧି ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର ଆଲୋଚନା କରୁଥିବା ନେଇ ସୂଚନା ମିଳିଛି। ଏହା ସହିତ କେନ୍ଦ୍ର ସରକାର ମଧ୍ୟ ଗୁରୁତର ସହିତ ଏହି ଲକଡାଉନ ଅବଧୀକୁ ବୃଦ୍ଧି କରିବା ନେଇ ଚିନ୍ତା ମଧ୍ୟ କରୁଛନ୍ତି। ସେପଟେ ସୋମବାର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ। ଚନ୍ଦ୍ରଶେଖର ରାଓ ଲକଡାଉନ ପିରିୟଡ଼କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାଙ୍କ ଠାରୁ ଅନୁମତି ମାଗିଥିଲେ। ସେହିପରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଲକଡାଉନ ପିରିୟଡକୁ ବୃଦ୍ଧି କରିବା ପାଇଁ ସଂକେତ ଦେଇଥିବା ଜଣାପଡ଼ିଛି।  

ଉତ୍ତରପ୍ରଦେଶ ସରକାର ମଧ୍ୟ ଏଭଳି କିଛି ସଂକେତ ଦେଇଛନ୍ତି। ରାଜ୍ୟର ମୁଖ୍ୟ ଶାସନ ସଚିବ ଅବନୀଶ କୁମାର ଅବସ୍ତୀ କହିଛନ୍ତି କି, ଯଦି ଜଣେ କୋରୋନା ଆକ୍ରାନ୍ତ ଖସି ଯାଉଛନ୍ତି, ତେବେ ରାଜ୍ୟ ପାଇଁ ସମସ୍ୟା ଗୁରୁତର ହୋଇ ପଡ଼ିବ। ସବୁ ପ୍ରୟାସ ବିଫଳ ହୋଇଯିବ ବୋଲି ସେ କହିଥିଲେ। ଏଭଳି ସ୍ଥିତିରେ କୋରୋନାକୁ ସମୂଳେ ନାଶ କରିବାକୁ ହେଲେ ଆମକୁ ଆହୁରି ଅଧିକ ଦିନ ଲକଡାଉନ ପିରିୟଡକୁ ବୃଦ୍ଧି କରିବାକୁ ହେବ ବୋଲି ସେ କହିଥିଲେ।  

Add Zee News as a Preferred Source

କୋରୋନା ଭାଇରସର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନରେ ୨୭, ମହାରାଷ୍ଟ୍ର ୨୩, ଗୁଜୁରାଟରେ ୧୯, ହରିଆଣାରେ ୧୬, ମଧ୍ୟପ୍ରଦେଶରେ ୧୨, କର୍ଣ୍ଣାଟକରେ ୧୨, ମୁମ୍ବାଇର ଧରାଓ୍ୱିରେ ଦୁଇ ଓ ଓଡ଼ିଶାରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ବିଗତ ୨୪ ଘଣ୍ଟା ମଧ୍ୟରେ  କୋରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହିତ ସମଗ୍ର ଦେଶରେ ୩୫୪ଟି ନୂଆ ମାମଲା ଆସିଛି। ବିଗତ ସାତ ଦିନ ମଧ୍ୟରେ ଆକ୍ରାନ୍ତ ଓ ମୃତକ ସଂଖ୍ୟା ସବୁଠାରୁ କମ ରହିଛି ବୋଲି ବିଭାଗ ସୂଚନା ଦେଇଛି।  ସେହିପରି କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୪୨୧ ହୋଇଥିବା ବେଳେ ୩୯୮୧ ଜଣ ଚିକିତ୍ସିତ ଥିବା ଜଣାପଡ଼ିଛି।  

About the Author