କୋରୋନା: ଚିନ୍ତାରେ ଦେଶ, ବେଫିକର କୋରପୁଟ

ଲକଡାଉନ ସତ୍ତ୍ୱେ ଖୋଲା ରହିଛି ବଜାର

କୋରୋନା: ଚିନ୍ତାରେ ଦେଶ, ବେଫିକର କୋରପୁଟ

କୋରାପୁଟ: ଧିରେଧିରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସାରା ଭାରତରେ ଲକ ଡାଉନ ଘୋଷଣା କରିଛନ୍ତି. ଅନୁରୂପ ଭାବେ ରାଜ୍ୟ ସରକାର ମଧ୍ୟ ୩୦ଟି ଜିଲ୍ଲାରେ ଲକ ଡାଉନ ଘୋଷଣା କରିଛନ୍ତି ।  

ତେବେ ଏହି ଲକ ଡାଉନ ଘୋଷଣା ସତ୍ୱେ ଏହାକି ଲୋକେ ମାନୁ ନ ଥିବା ଦେଖିବାକୁ ମିଳିଛି କୋରାପୁଟ ଅଂଚଳରେ ଲୋକେ ବିଭିନ୍ନ ବାହାନା ଦେଖା ଘରୁ ବାହାରକୁ ବାହାରିବା ସହିତ ବେଫିକରେ ବୁଲିଛନ୍ତି । ପରିବା ବଜାର ସହିତ ମାଛ, ମାଂସ ବଜାର ଏପରିକି ୨୬ ନମ୍ବର ଜାତୀୟ ରାଜପଥ ଉପରେ ମଧ୍ୟ ଗହଳି ଜମାଉଥିବା ଦେଖିବାକୁ ମିଳିଛି ।  

ପୋଲିସ ଏନଫୋର୍ସ ଟିମ ଗାଡିରେ ବୁଲୁଥିବା ସତ୍ୱେ ‌ଲୋକେ ଖାତିର କରୁ ନ ଥିବା ଦେଖିବାକୁ ମିଳିଛି ।  ତେବେ ଦୁଇ ଚକିଆ ଯାନ ହେଉ କି ଚାରି ଚକିଆ ସବୁ କିଛି ଚାଲିଛି ଏଠାରେ । ବସଷ୍ଟାଣ୍ଡ ପରିସରରେ ଦୋକାନ ବଜାର ବନ୍ଦ ରହିଥିବାବେଳେ, ଅନ୍ୟ ସ୍ଥାନରେ କିଛି କିଛି ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳିଛି । 

ତେବେ ଲକ ଡାଉନ ସମୟରେ ଯେତିକି କଡା ଆଭିମୂଖ୍ୟ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ତାହା କୋରାପୁଟରେ ଦେଖିବାକି ମିଳିନାହିଁ ।  ଫଳରେ ଲୋକେ ଲକ ଡାଉନ ସତ୍ୱେ ବାହାରେ ବୁଲୁଛନ୍ତି ।