ଆଜି ଠିକ ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କୋରୋନା ମୁକାବିଲା ପାଇଁ ଦେଶବାସୀ ଯେଉଁପ୍ରକାର ସମର୍ଥନ ଜଣାଇଛନ୍ତି, ସେନେଇ ଧନ୍ୟବାଦ ଦେଇଛନ୍ତି ।
Trending Photos
)
ନୂଆଦିଲ୍ଲୀ: ବଢ଼ିଲା ଲକ୍ ଡାଉନ୍ । ସମଗ୍ର ଦେଶରେ ଆଉ ୧୯ ଦିନ ପାଇଁ ଲକ୍ ଡାଉନ୍ ବୃଦ୍ଧି ହୋଇଛି । ଅର୍ଥାତ ମଇ ୩ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିବ । ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି ଏନେଇ ଘୋଷଣା କରିଛନ୍ତି । ତେବେ ୨୦ ଏପ୍ରିଲ ପର୍ଯ୍ୟନ୍ତ ଲକ୍ ଡାଉନ୍ ପୁରା କଡାକଡି କରିବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ରାଜ୍ୟମାନେ କେତେ ଗୁରୁତର ସହ ଏହାକୁ ପାଳନ କରୁଛନ୍ତି, ତାକୁ ମଧ୍ୟ ପରଖାଯିବ ବୋଲି ମୋଦି କହିଛନ୍ତି । ତେବେ ୨୦ ଏପ୍ରିଲ ପରେ ଯେଉଁ ସ୍ଥାନରେ ହଟସ୍ପଟ ସୃଷ୍ଟି ହୋଇନଥିବ, ସେଠାରେ କଟକଣାକୁ ସାମାନ୍ୟ କୋହଳ କରାଯିବ । ଏନେଇ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ ଲାଇନ ଜାରି କରାଯିବ ।
ଆଜି ଠିକ ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କୋରୋନା ମୁକାବିଲା ପାଇଁ ଦେଶବାସୀ ଯେଉଁପ୍ରକାର ସମର୍ଥନ ଜଣାଇଛନ୍ତି, ସେନେଇ ଧନ୍ୟବାଦ ଦେଇଛନ୍ତି । ଦେଶବାସୀ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଲକ୍ ଡାଉନକୁ ସଫଳ କରୁଛନ୍ତି । ଦେଶବାସୀଙ୍କ ଧୋର୍ଯ୍ୟ ଯୋଗୁଁ ଆମେ କୋରୋନାକୁ କିଛି ମାତ୍ରାରେ ରୋକିବାରେ ସଫଳ ହୋଇଛୁ । ତେଣୁ ଶତଶତ ନମସ୍କତର ବୋଲି କହିଥିଲେ ମୋଦି । ଭାରତରେ ହେଉଥିବା କୋରୋନା ମୁକାବିଲାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେବା ସ୍ୱାଭାବିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାହିଁକିନା ଦେଶରେ ମାତ୍ର ୫୫୦ ଆକ୍ରାନ୍ତ ଥିବା ବେଳେ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରାଯାଇଥିଲା ।
ସେହିପରି ଯଦିଓ ଏପ୍ରକାର ମହାମାରୀକୁ ନେଇ ଦେଶ ଦେଶ ମଧ୍ୟରେ ତୁଳନା କରିବା ଠିକ୍ ନୁହେଁ, ତଥାପି ମଧ୍ୟ ପୂର୍ବର ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ମଧ୍ୟରେ ପ୍ରଭେଦ ସ୍ପଷ୍ଟ ଦେଖାଯାଉଛି ବୋଲି ମୋଦି କହିଛନ୍ତି । ଅର୍ଥାତ ଦେଢ଼ ମାସ ପୂର୍ବରୁ ଭାରତର ସ୍ଥିତି ଅନ୍ୟ କିଛି ଦେଶର ସ୍ଥିତି ସହ ସମାନ ଥିଲା । ମାତ୍ର ଏବେ ଏହି ଦେଶଗୁଡ଼ିକରେ ଭାରତ ଅପେକ୍ଷା ଆହୁରି ୩୦ରୁ ୪୦ ଗୁଣ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଯାଇଛି । ମାତ୍ର ଭାରତର ଆଗୁଆ ପଦକ୍ଷେପ ଯୋଗୁଁ କୋରୋନା ଆଜି ନିୟନ୍ତ୍ରଣରେ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।