ଏକା ଲଢିବ ଏଲଜେପି
ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଯାଉଛି ଝାଡଖଣ୍ଡ ବିଧାନସଭା ନିର୍ବାଚନ । ପାଞ୍ଚୋଟି ପର୍ଯ୍ୟାୟରେ ଏହାକୁ କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନିର୍ବାଚନରେ ଏକକୀ ଲଢିବେ ଲୋକ ଜନଶକ୍ତି ପାର୍ଟି(ଏଲଜେପି) । ଏନେଇ ଦଳର ଜାତୀୟ ସଭାପତି ଚିରାଗ ପାଶୱାନ ସ୍ପଷ୍ଟ କରିଛନ୍ତି ।
Trending Photos

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଯାଉଛି ଝାଡଖଣ୍ଡ ବିଧାନସଭା ନିର୍ବାଚନ । ପାଞ୍ଚୋଟି ପର୍ଯ୍ୟାୟରେ ଏହାକୁ କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନିର୍ବାଚନରେ ଏକକୀ ଲଢିବେ ଲୋକ ଜନଶକ୍ତି ପାର୍ଟି(ଏଲଜେପି) । ଏନେଇ ଦଳର ଜାତୀୟ ସଭାପତି ଚିରାଗ ପାଶୱାନ ସ୍ପଷ୍ଟ କରିଛନ୍ତି ।
ଚିରାଗ କହିଛନ୍ତି, ଆମେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଏକାକୀ ଲଢିବୁ । ଏନେଇ ଏଲଜେପି ରାଜ୍ୟ ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି । ତେଣୁ ଆମ ଦଳ କାହା ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇବ ନାହିଁ । ୫୦ଟି ଆସନରେ ଦଳ ପ୍ରାର୍ଥୀ ଦେବ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆଜି ପ୍ରକାଶ ପାଇବ ବୋଲି କହିଛନ୍ତି ଏଲଜେପି ମୁଖ୍ୟ ।
Chirag Paswan,LJP National President: Lok Janshakti Party's state unit has decided that we will contest alone, on 50 seats of Jharkhand, first list to be released later today #JharkhandAssemblyPolls (file pic) pic.twitter.com/fRn8YaIoK3
— ANI (@ANI) November 12, 2019
କହିରଖୁଛି, ଝାଡଖଣ୍ଡ ନିର୍ବାଚନ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ । ମୋଟ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟୟ ନଭେମ୍ବର ୩୦, ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟ ଡିସେମ୍ବର ୧୬ ଏବଂ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଡିସେମ୍ବର ୨୦ରେ ହେବ । ଡିସେମ୍ବର ୨୩ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ଏବେ ବିଜେପି ସରକାରରେ ଅଛି ।
More Stories