ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବ ଦଳୀୟ ବୈଠକ ଡକାଇଲେ ବାଚସ୍ପତି
ଶୀତ କାଳୀନ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହେଉଥିଲା ବେଳେ ଦୁଇ ଦିନ ପୂର୍ବରୁ ଆଜି ସର୍ବ ଦଳୀୟ ବୈଠକ ଡାକିଲେ ବାଚସ୍ପତି । ଲୋକସଭା ବାଚସ୍ପତି ଓମ ବିର୍ଲା ଆଜି ଅପରାହ୍ନ ରେ ସର୍ବ ଦଳୀୟ ବୈଠକ ଡାକିଛନ୍ତି ।
- ଶୀତ କାଳୀନ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହେଉଥିଲା ବେଳେ ଦୁଇ ଦିନ ପୂର୍ବରୁ ଆଜି ସର୍ବ ଦଳୀୟ ବୈଠକ ଡାକିଲେ ବାଚସ୍ପତି
- ଲୋକସଭା ବାଚସ୍ପତି ଓମ ବିର୍ଲା ଆଜି ଅପରାହ୍ନ ରେ ସର୍ବ ଦଳୀୟ ବୈଠକ ଡାକିଛନ୍ତି
Trending Photos

ଗଗନ ବିଶ୍ୱାଳ,ନୂଆଦିଲ୍ଲୀ: ସଂସଦର ଶୀତ କାଳୀନ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହେଉଥିଲା ବେଳେ ଦୁଇ ଦିନ ପୂର୍ବରୁ ଆଜି ସର୍ବ ଦଳୀୟ ବୈଠକ ଡାକିଲେ ବାଚସ୍ପତି । ଲୋକସଭା ବାଚସ୍ପତି ଓମ ବିର୍ଲା ଆଜି ଅପରାହ୍ନ ରେ ସର୍ବ ଦଳୀୟ ବୈଠକ ଡାକିଛନ୍ତି ।
ଆସନ୍ତାକାଲି ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ସର୍ବ ଦଳୀୟ ବୈଠକ ଡାକିଛନ୍ତି। ଏବଂ ଅସନ୍ତାକାଲି ସନ୍ଧ୍ୟାରେ ରାଜ୍ୟସଭା ଅଧକ୍ଷ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମଧ୍ୟ ସର୍ବ ଦଳୀୟ ବୈଠକ ଡାକିଛନ୍ତି। ତେବେ ଦିଲ୍ଲୀ ରେ ପ୍ରଦୂଷଣ ଯୋଗୁଁ ଏହି ବୈଠକରେ କିଛି ସଂସଦୀୟ ଦଳ ନେତା ଅନୁପସ୍ଥିତ ରହିବେ ବୋଲି କହିଛନ୍ତି।
ସରକାର ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆଣିବା ନେଇ ଯୋଜନା କରିଛନ୍ତି । ମୁଖ୍ୟତଃ କର୍ପୋରେଟ ଟ୍ୟାକ୍ସ ହ୍ରାସ, ଇ ସିଗାରେଟ ବ୍ୟାନ ବିଲ ଆଣି ପରନ୍ତି ସରକାର । ଗୃହ ସୁରୁଖୁରୁରେ ଚାଲିବା ପାଇଁ ସରକାର ବୈଠକରେ ସମସ୍ତ ଦଳକୁ ସହଯୋଗ ପାଇଁ ଅନୁରୋଧ କରିବେ। । ବିରୋଧୀ ମଧ୍ୟ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା ରଖିଛନ୍ତି ।
More Stories