ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: ଏକ ରିସର୍ଚ୍ଚରୁ ଜଣାପଡିଛି କି ଖାଦ୍ୟ ପଦାର୍ଥର ବାସ୍ନା ଭୋକକୁ କମ୍ କରିଥାଏ ।ଏବଂ ପେଟ ଭର୍ତ୍ତି ହେଲା ପରି ମନେହୁଏ । ନିଜର ପସନ୍ଦର ଖାଦ୍ୟ ଦେଖି କରି ନିଜ ଉପରେ କାବୁ ନ ରଖିପାରୁଥିବା ଲୋକଙ୍କ ପାଇଁ ଏହା ବଡ଼ ଉପାୟ ।
ଆପଣ ଯଦି ନିଜର ପସନ୍ଦର ଖାଇବା ଦେଖିକରି ନିଜକୁ ରୋକି ପାରୁନାହାନ୍ତି ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଏକ ନୂଆ ରିସର୍ଚ୍ଚରୁ ଯାହା ଜଣାପଡିଛି କି ଅଧିକ କ୍ୟାରୋରୀ ଥିବା ଖାଦ୍ୟର ବାସ୍ନା ଦୁଇ ମିନିଟ୍ ଯାଏ ନେବା ଦ୍ୱାରା ଭୋକ କମ୍ ହୋଇଯାଇଥାଏ ।
ରିସର୍ଚ୍ଚରେ କୁହାଯାଇଛି ଖାଦ୍ୟ ପଦାର୍ଥର ବାସ୍ନା ଭୋକକୁ କମ୍ କରିଥାଏ । ଏବଂ ପେଟ ଭର୍ତ୍ତି ଥିବା ନିଜକୁ ମନେ ହୋଇଥାଏ । କୌଣସି ଖାଦ୍ୟ ନ ଖାଇ ପେଟ ଭର୍ତ୍ତି ହୋଇଥିବା ପରି ଲାଗୁଥିବା ପଛରେ ଥିବା ରହସ୍ୟକୁ ନେଇ ସାଇଣ୍ଟିଷ୍ଟମାନଙ୍କ କହିବା କଥା ଏହା ମସ୍ତିଷ୍କରେ ନଥାଏ କି ଆପଣ ଖାଦ୍ୟ ଖାଇଛନ୍ତି କି ବାସ୍ନା ନେଉଛନ୍ତି ।
କିପରି କରାଯାଇଛି ରିସର୍ଚ୍ଚ
ରିସର୍ଚ୍ଚ ମୁତାବକ କିଛି ଲୋକଙ୍କୁ ଗୋଟିଏ ଖାଇବାର ବାସ୍ନା ୩୦ ସେକେଣ୍ଡ ପର୍ଯ୍ୟନ୍ତ ଦିଆଯାଇଥିଲା । ଏହା ପରେ ରିସର୍ଚ୍ଚରମାନେ ଦେଖିଲେ କି ଲୋକମାନେ ବାସ୍ନା ଥିବା ଖାଦ୍ୟ ପଦାର୍ଥକୁ ଖାଇବାକୁ ଡିମାଣ୍ଡ କରିଥିଲେ । ତେବେ ଯେତେବେଳେ ରିସର୍ଚ୍ଚରମାନେ ସେହି ଲୋକମାନଙ୍କୁ ଦୁଇ ମିନିଟ ଯାଏ ଖାଦ୍ୟର ବାସ୍ନା ନେବାକୁ ଦେଇଥିଲେ ସେତେବେଳେ ଦେଖିବାକୁ ପାଇଥିଲେ କି ସେହି ଲୋକମାନେ ଏହି ଖାଦ୍ୟ ପଦାର୍ଥକୁ ଖାଇବାକୁ କମ୍ ଇଚ୍ଛା ପ୍ରକାଶ କରିଥିଲେ ।
ଅଧିକ କ୍ୟାଲୋରୀ ଥିବା ଖାଦ୍ୟ ନଷ୍ଟ
ଯେଉଁ ଖାଦ୍ୟ ପଦାର୍ଥରେ ଅଧିକ ଫ୍ୟାଟ୍ ଏବଂ ସୁଗର ରହିଥାଏ ତାହାକୁ ଖାଇବା ଦ୍ୱାରା ଟାଇପ୍-୨ ଡାଇବେଟିସ୍, କାଡିଓଭେସ୍କୁଲର ଡିଜିଜ୍ ଓ ମୋଟା ହେଉଥିବା ରୋଗ ହୋଇଥାଏ । ସେଥିପାଇଁ ଡକ୍ଟରମାନେ କହିଥାନ୍ତି କି ଯେତେ ପାରିବେ ନୀଳ ରଙ୍ଗର ପରିବା ଖାଇବା ଆବଶ୍ୟକ । ନୀଳ ରଙ୍ଗର ପରିବା ଦ୍ୱାରା ଶରୀରରେ ଶକ୍ତି ଭରି ହୋଇଥାଏ ।
ଅଧିକ ପଢନ୍ତୁ...