• ବିହାର ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ
  • ବିହାର ନିର୍ବାଚନ: ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ
  • ସରିଲା ଦୁର୍ଗାପୂଜା, କୋରୋନା କଟକଣା ମଧ୍ୟରେ ଭସାଣୀ ଶେଷ
  • IPL 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ,
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ପିଠାପଟା ପଟରୁ ୨୫ଟି ଓ ଯଶିପୁର କାଳିଆପାଣି ପଟୁ ୩୫ଟି ଗାଡ଼ି ପ୍ରବେଶ କରିପାରିବ
  • ଗୁଡ଼ଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଡିଜିଟାଲ ରାଲି କରିବେ

ଶିକ୍ଷୟତ୍ରୀଙ୍କ ଘରୁ ୪୦ ଭରି ସୁନା ଅଳଙ୍କାର ଚୋରି

ଶିକ୍ଷୟତ୍ରିଙ୍କ ଘରେ କଳ କନା ବୁଲାଇଲେ ଲୁଟେରା। 

ଶିକ୍ଷୟତ୍ରୀଙ୍କ ଘରୁ ୪୦ ଭରି ସୁନା ଅଳଙ୍କାର ଚୋରି

କାମାକ୍ଷାନଗର: ଶିକ୍ଷୟତ୍ରୀଙ୍କ ଘରେ କଳା କନା ବୁଲାଇଲେ ଲୁଟେରା । କାମାକ୍ଷାନଗର ଥାନା ବସ୍ ଷ୍ଟାଣ୍ଡ ପଛପାଖ ନୀଳକଣ୍ଠ ନଗରରେ ରହୁଥିବା ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ମିଶ୍ରଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତ ସଦସ୍ୟ ଶୋଇଥିବା ବେଳେ ଗ୍ରିଲ ତାଡ଼ି ନଗଦ ୨୦ ହଜାର ଟଙ୍କା ସହ ଝିଅର ବିବାହ ପାଇିଁ କିଣାଯାଇଥିବା ୪୦ ଭରି ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସ୍ଵର୍ଣ୍ଣଲତା ମିଶ୍ର କହିବା ଅନୁଯାଇ ସେ ରାତିରେ ସୋଇଥିବା ସମୟରେ ଚୋର ଘରୁ ତାଡ଼ି ସବୁ ନେଇଯାଇଥିଲେ । ରାତିରେ ଉଠିବା ସମୟରେ ମୁଁ କିଛି ଜାଣିପାରିଲି ନାହିଁ  । ପୁଣି ଭୋରରୁ ଉଠିଲା ବେଳକୁ ସବୁ ଚୋରି ହୋଇଥିବା ଜାଣିବାକୁ ପାଇଲି ଘରୁ ଯାହା ଥିଲା ସବୁ ଚୋରି ହେଇଯାଇଛି ।

ଗତ ଅକ୍ଟୋବର ୬ ତାରିଖରେ କାମାକ୍ଷାନଗରର ଅନନ୍ତପୂର ସ୍ଥିତ ଜର୍ଜଙ୍କ ଘରୁ ଗ୍ରିଲ ତାଡ଼ି ଟଙ୍କା ଚୋରିହୋଇଥିଲା । ସପ୍ତାହକ ମଧ୍ୟରେ ୨ଟି ଲୁଟ୍ ହୋଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଲୁଟେରାଙ୍କ କୈାଣସି ପତ୍ତା ପାଇପାରି ନାହିଁ । ପୋଲିସଙ୍କୁ ଏକ ପ୍ରକାର ଖୋଲା ଚାଲେଞ୍ଚ ଦେଇ ଲୁଟେରାମାନେ ଲୁଟ କରିବାରେ ସକ୍ଷମ ହେଉଛନ୍ତି । ଯାହା ଫଳରେ କାମାକ୍ଷାନଗରର ଜନ ସାଧାରଣ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି ।