• ଆଜିଠୁ ୨ ଦିନ ପାଇଁ ରାଜ୍ୟରେ ୬ ଯୋଡ଼ା ଯାତ୍ରୀବାହୀ ଟ୍ରେନ୍‌ ବାତିଲ
  • କୋଭିଡ-୧୯ ଟିକା ମୂଲ୍ୟ ନୀତି ପୁନଃ ସମୀକ୍ଷା କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ରାଜ୍ୟରେ ଦିନକରେ ଆଉ ୧୭ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି
  • ରାଜ୍ୟରେ ଦିନକରେ ଆଉ ୧୦ ହଜାର ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୪୪ ହଜାର ୮୭୩କୁ ବୃଦ୍ଧି
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩୭୫୪ ଜୀବନ
  • ଦେଶରେ ଦିନକରେ ୩ ଲକ୍ଷ ୬୬ ହଜାର ୧୬୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • କାଲି ସକାଳ ୬ଟାରୁ ସମଗ୍ର ଉତ୍ତରାଖଣ୍ଡରେ ଲାଗୁ ହେବ କୋଭିଡ କର୍ଫ୍ୟୁ
  • ଆଜିଠୁ କଟକରେ ଟିକାକରଣର ମେଗା କ୍ୟାମ୍ପ

ଜଗା ଜମିର ସତ-ମିଛ ଦ୍ୱନ୍ଦ୍ୱ

ଜଗନ୍ନାଥଙ୍କ ଜମି ବିକ୍ରି ଖବର ମିଛ । ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରଚାର କରାଯାଇଛି। ଜଗନ୍ନାଥଙ୍କ ସମ୍ପତ୍ତିକୁ ନେଇ ରାଜନୈତିକ ଲଢ଼େଇ ଜୋରଦାର ଦେଖିବାକୁ ମିଳିଛି । 

ଜଗା ଜମିର ସତ-ମିଛ ଦ୍ୱନ୍ଦ୍ୱ

ପୁରୀ: ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି ନେଇ ବିଧାନସଭାରେ ହଲ୍ଲାବୋଲ ହେବା ପରେ ସ୍ପଷ୍ଟୀକରଣ ରଖିଛି ଶ୍ରୀ ମନ୍ଦିର ପ୍ରଶାସନ । ମିଛ-ସତର ଭଅଁର ଭିତରେ ଆଇନ ମନ୍ତ୍ରୀଙ୍କ ଉତ୍ତର ଫସି ଯାଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ସଫେଇ ଦେଇଛି । ଜଗନ୍ନାଥଙ୍କ ଜମି ବିକ୍ରି ଖବର ମିଛ । ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରଚାର କରାଯାଇଛି। ଜଗନ୍ନାଥଙ୍କ ସମ୍ପତ୍ତିକୁ ନେଇ ରାଜନୈତିକ ଲଢ଼େଇ ଜୋରଦାର ଦେଖିବାକୁ ମିଳିଛି । ଜଗନ୍ନାଥଙ୍କ ନାଁରେ ଥିବା ଜମି ବିକ୍ରି ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।  

ଅର୍ଥାତ୍ ଓଡ଼ିଶା ସମେତ ବାକି ୬ଟି ରାଜ୍ୟରେ ଥିବା ୩୫ ହଜାର ୨୭୨ ଏକର ଜଗନ୍ନାଥ ଜମି ବିକ୍ରି ହେବ । ଆଉ ସେ ଅର୍ଥ ଶ୍ରୀମନ୍ଦିର ବିକାଶରେ ଲାଗିବ । ଅନାଧିକାର ଦଖଲରୁ ଜମି ମୁକ୍ତ କରିବା ଲାଗି ଏ ପ୍ରକ୍ରିୟା ଜରୁରୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବିଧାନସଭା (Odisha Assembly)ରେ ଏହା କହିଥିଲେ ଆଇନ ମନ୍ତ୍ରୀ। କିନ୍ତୁ ସରକାରଙ୍କ ଜମିବିକ୍ରି ମସୁଧାକୁ ବିଜେପି ହଜମ କରିପାରିନି । ଏ ଚିନ୍ତାଧାରାକୁ ଦଳ ନିନ୍ଦା କରିବା ସହ ପ୍ରଶ୍ନ ଉଠାଇଛି, ଦାନ ସୂତ୍ରରେ ମିଳିଥିବା ଜମି (Lord Jagannaths Land) କୁ କିଭଳି ବିକ୍ରି କରାଯାଇପାରିବ ? ସେପଟେ କଂଗ୍ରେସ ଖୋଲା ଧମକ ଦେଇଛି, ଜଗନ୍ନାଥଙ୍କ ଜମି ବିକ୍ରି ଗୋଟିଏ ଚକ୍ରାନ୍ତ । ସରକାର ଏଥିରୁ ନିବୃତ ନ ରହିଲେ ନିଆଁ ଜଳିବ।

Also Read: ବିଜେପିର 'ମୁଖ୍ୟମନ୍ତ୍ରୀ' ଖୋଜା: ନବୀନ-ବିରୋଧୀ ଭେଟଘାଟ

ରାଜ୍ୟର ୨୪ ଜିଲ୍ଲାରେ ରହିଛି ଜଗନ୍ନାଥ (Lord Jagannath) ଙ୍କ ଜମି । ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ବିହାର ଆଦି ୬ଟି ରାଜ୍ୟରେ ଜଗନ୍ନାଥଙ୍କୁ ଦାନ ସୂତ୍ରରେ ଜମି ମିଳିଛି । ସରକାରୀ ରେକର୍ଡରେ ଏ ଜମିର ପରିମାଣ ହେଉଛି, ୩୯୫ ଏକର, ଯାହାର ବିକ୍ରି ଲାଗି ସରକାର କ୍ଷେତ୍ର ପ୍ରସ୍ତୁତିରେ ଲାଗିଛନ୍ତି । ହେଲେ ଶ୍ରୀମନ୍ଦିର ପ୍ରଶାସନ ସଫେଇ ଦେଇଛି, ଜଗନ୍ନାଥ ଜମି ବିକ୍ରି ନେଇ ହେଉଥିବା ଆଲୋଚନା ମିଛ । ଏଥିରେ କିଛି ସତ୍ୟତା ନାହିଁ । ଅନ୍ୟପକ୍ଷରେ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ସରକାରଙ୍କ ନିଷ୍ପତ୍ତିକୁ ମହାପ୍ରଭୁଙ୍କ ବିକାଶ ବୋଲି ଦର୍ଶାଇଛନ୍ତି । 

Also Read: ଖୁସି ଖବର, ଶିଶୁଙ୍କୁ ଦିଆଯିବ Moderna କୋରୋନା ଟିକା !

ଏବେ ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ପ୍ରଶାସନର ସଫେଇ ଯଦି ସତ, ତେବେ ବିଧାନସଭାରେ ଆଇନ ମନ୍ତ୍ରୀଙ୍କ ଉତ୍ତର କ'ଣ ମିଛ । ବିଜେଡି ବିଧାୟକ ସୌମ୍ୟରଞ୍ଜନ କେଉଁ ଜମି ବିକ୍ରି କଥା କହୁଛନ୍ତି। ସେମିତି ଜୀ ଓଡ଼ିଶାର ପ୍ରଶ୍ନ ହେଲା, ସରକାର ଶ୍ରୀଜଗନ୍ନାଥଙ୍କ ଜମିକୁ କେମିତି ବିକିପାରିବେ ? କ'ଣ ରାଜସ୍ୱ ସଂଗ୍ରହ ଲାଗି ସରକାର ଭଗବାନଙ୍କ ଜମି ବିକିବେ ? ଭଗବାନଙ୍କ ଜମି ବିକିବା ଭକ୍ତଙ୍କ ଆସ୍ଥା ସହ ଖେଳିବା ନୁହେଁ କି ? ଶ୍ରୀମନ୍ଦିର ପ୍ରଶାସନ ନା ସରକାର, କାହା କଥା ସତ ? ମିଛ-ସତର ଏ ଭଅଁରରେ ଆଇନ ମନ୍ତ୍ରୀଙ୍କ ଉତ୍ତର ରାଜ୍ୟ ରାଜନୀତିକୁ ସରଗରମ କରିଥିବା ବେଳେ। କଥା ଗଲାଣି ସୁପ୍ରିମକୋର୍ଟ (Supreme Court) ରେ ଜନସ୍ୱାର୍ଥ ମାମଲା ଦାୟର ଯାଏ । ଅନ୍ୟପଟେ ଟ୍ୱିଟର (Twitter) ରେ ବଡ଼ଠାକୁରଙ୍କ ଜମି ବିକ୍ରି ପ୍ରସଙ୍ଗ ଏବେ ଟପରେ ଟ୍ରେଣ୍ଡ୍ କରୁଛି। 

Edited: Zee Odisha Desk