Advertisement
Article Detail0/zeeodisha/odisha675229

ଗୁଗୁଲ ଦେଲା ଠିକଣା, ଘରେ ପହଞ୍ଚିଲେ ଯୁବତୀ

ଯେକୌଣସି ତଥ୍ୟ ସମ୍ପର୍କରେ ଯଦି ଆପଣ ଗୁଗୁଲରେ ସର୍ଚ୍ଚ କରୁଛନ୍ତି, ତେବେ ତାହା ସମ୍ପର୍କରେ ତଥ୍ୟ ଦେଉଛି ଗୁଗୁଲ। କିନ୍ତୁ ଗୁଗୁଲ ମାଧ୍ୟମରେ କେହି ନିଜର ଠିକଣା ପାଉଛି, ତେବେ ତାହା ଶୁଣିବାକୁ ନିଶ୍ଚିତ ଭାବେ ତାଜୁବ ଲାଗିପାରେ। ମାତ୍ର ଏଭଳି କିଛି ଘଟଣା ଘଟିଛି ଅଯୋଧ୍ୟାରେ। ଜଣେ ଯୁବତୀ ଗୁଗୁଲ ସାହାଯ୍ୟରେ ନିଜ ଘରକୁ ଫେରିଛନ୍ତି।  ଘଟଣାଟି ଏହ

ଗୁଗୁଲ ଦେଲା ଠିକଣା, ଘରେ ପହଞ୍ଚିଲେ ଯୁବତୀ

ନୂଆଦିଲ୍ଲୀ: ଯେକୌଣସି ତଥ୍ୟ ସମ୍ପର୍କରେ ଯଦି ଆପଣ ଗୁଗୁଲରେ ସର୍ଚ୍ଚ କରୁଛନ୍ତି, ତେବେ ତାହା ସମ୍ପର୍କରେ ତଥ୍ୟ ଦେଉଛି ଗୁଗୁଲ। କିନ୍ତୁ ଗୁଗୁଲ ମାଧ୍ୟମରେ କେହି ନିଜର ଠିକଣା ପାଉଛି, ତେବେ ତାହା ଶୁଣିବାକୁ ନିଶ୍ଚିତ ଭାବେ ତାଜୁବ ଲାଗିପାରେ। ମାତ୍ର ଏଭଳି କିଛି ଘଟଣା ଘଟିଛି ଅଯୋଧ୍ୟାରେ। ଜଣେ ଯୁବତୀ ଗୁଗୁଲ ସାହାଯ୍ୟରେ ନିଜ ଘରକୁ ଫେରିଛନ୍ତି। 

ଘଟଣାଟି ଏହିପରି। ସମଗ୍ର ଦେଶରେ ଲକଡାଉନ ସ୍ଥିତି ଜାରି ରହିଛି। ଏହି ସମୟରେ ସାଧାରଣ ଲୋକଙ୍କ ବାହାରକୁ ନ ବାହାରିବା ପାଇଁ ସରକାର ନିବେଦନ କରିଛନ୍ତି। ମାତ୍ର ଏହି ଲକଡାଉନ ସମୟରେ ଅଯୋଧ୍ୟାରେ ଜଣେ ଯୁବତୀ ବୁଲୁଥିବା ପୋଲିସ ଦେଖିବାକୁ ପାଇଥିଲା। ଉକ୍ତ ଯୁବତୀଙ୍କୁ ପଚରା ଉଚୁରା କରିବା ସମୟରେ ସେ ମାନସିକ ବିକାରଗ୍ରସ୍ତ ଯୁବତୀ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଫଳରେ ଉକ୍ତ ଯୁବତୀଙ୍କ ସମ୍ପର୍କରେ ଅଧିକ କିଛି ତଥ୍ୟ ପାଇ ପାରିନଥିଲା। ତାଙ୍କ ହାତରେ ସୁଖମତୀ(ଛଦ୍ନନାମ) ବୋଲି ଏକ ନାଁ ଖୋଦେଇ କରି ଲେଖାଯାଇଥିବା ଦେଖିବାକୁ ପାଇଥିଲା। ଏହା ସହିତ ତାଙ୍କ ଘର ଠିକଣା ସମ୍ପର୍କରେ ମଧ୍ୟ କିଛି ଅଧିକ ଜାଣିପାରିନଥିଲା।  

ଫୈଜାବାଦ ମହିଳା ଥାନା ଅଧିକାରୀ ପ୍ରିୟଙ୍କା ପାଣ୍ଡେଙ୍କ କହିବା ମୁତାବକ ଉକ୍ତ ଯୁବତୀଙ୍କ ନିକଟରୁ ଏକ କାଗଜ ମିଳିଥିଲା। ସେଥିରେ ସେ କିଛି ଲେଖିଥିଲେ, ଯାହାକୁ ବୁଝିବା କଷ୍ଟକର ଥିଲା। ପରବର୍ତ୍ତୀ ସମୟରେ ସେ ବସନା ଓ ମହାସମୁନ୍ଦ ଲେଖିଥିଲେ ବୋଲି ଜଣାପଡ଼ିଥିଲା। ଏହି ସବୁ ଶବ୍ଦକୁ ଗୁଗୁଲରେ ପୋଲିସ ସର୍ଚ୍ଚ କରିବା ପରେ ତାହା ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ବସନା ଅଞ୍ଚଳ ବୋଲି ଜଣାପଡ଼ିଥିଲା। ପରେ ପୋଲିସ ବସନା ଅଞ୍ଚଳର ପୋଲିସ ସହିତ ଯୋଗାଯୋଗ କରିଥିଲେ। ଯୋଗାଯୋଗ କରିବା ପରେ ସୁଖମତୀ ନାମକ ଜଣେ ଯୁବତୀ ନିଖୋଜ ଥିବା ସମ୍ପର୍କରେ ସୂଚନା ପାଇଥିଲା ଫୈଜାବାଦ ପୋଲିସ ବୋଲି ପ୍ରିୟଙ୍କା ସୂଚନା ଦେଇଥିଲେ। 

Add Zee News as a Preferred Source

ଏ ସମ୍ପର୍କରେ ସୂଚନା ମିଳିବା ପରେ ବସନା ପୋଲିସ ସୁଖମତୀଙ୍କ ପରିବାରର ସଦସ୍ୟଙ୍କୁ ନେଇ ଫୈଜାବାଦରେ ପହଞ୍ଚିଥିଲା। ମହାସମୁନ୍ଦ ଠାରୁ ମହାସମୁନ୍ଦ ୮୦୦ କିଲୋମିଟର ଦୁର। ତେବେ ସେଠାରେ ପହଞ୍ଚିବା ପରେ ସୁଖମତୀଙ୍କୁ ଦେଖିବା କ୍ଷଣି ହିଁ ତାଙ୍କ ମା' ଚିହ୍ନି ପକାଇଥିଲେ। ସୁଖମତୀଙ୍କ ମା କହିଥିଲେ କି, ସେ ଘରୁ ପରିବା ଆଣିବା ପାଇଁ ବାହାରିଥିଲା। ମାତ୍ର ସେ ଘରେ ପହଞ୍ଚି ପାରିନଥିଲା। ତାହାର ମାନସିକ ଚିକିତ୍ସା ଜାରି ରହିଛି। 

About the Author