ନୂଆଦିଲ୍ଲୀ: ଶାହିନବାଗକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା। ନାଗରିକତା ସଂଶୋଧନ ଆଇନକୁ ବିରୋଧ ପାଇଁ ଏବେ ଚର୍ଚ୍ଚାରେ ରହିଛି ଏହି ଯାଗା। ଦିଲ୍ଲୀ ନିକଟବର୍ତ୍ତି ଅଞ୍ଚଳରେ ଦୀର୍ଘ ୫୦ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଏଠାରେ ମହିଳା ଓ ପୁରୁଷମାନେ ଆନ୍ଦୋଳନ କରିଆସୁଛନ୍ତି। ଫଳରେ ଆନ୍ଦୋଳନକାରୀମାନେ ଦିନରାତି ସେଠାରେ ରହି ଅହୋରାତ୍ର ଧାରଣାରେ ବସିଛନ୍ତି। ଫଳରେ କାଳନ୍ଦିକୁଞ୍ଜ ଓ ନୋଏଡ଼ାକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନରୁ ବନ୍ଦ ରହିଛି।
ଅଧିକ ପଢନ୍ତୁ: ଜନ୍ମଦାତାଙ୍କ ନିକଟକୁ ଫେରିବ ମହାରାଜା...
ଆନ୍ଦୋଳନ ସମୟରେ ଅନେକ ଘଟଣାଦୁର୍ଘଟଣା ମଧ୍ୟ ସାମ୍ନାକୁ ଆସିଛି। ନିକଟରେ ଜଣେ ମହିଳା ତାଙ୍କର ଛୋଟ ଛୁଆକୁ ଧାରଣାକୁ ନେଇଆସି ଧାରଣାରେ ବସିଥିଲେ। ମାତ୍ର ଧାରଣାସ୍ଥଳରେ ଅତ୍ୟାଧିକ ଥଣ୍ଡା କାରଣରୁ ଉକ୍ତ ଛୁଆଟି ମୃତ୍ୟୁବରଣ କରିଥିଲେ। ସେହିପରି ଏହି ଧାରଣାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ।
ତେବେ ଏହି ଘୃଣା, ହିଂସା ମଧ୍ୟରେ ପ୍ରେମର ବାର୍ତ୍ତା ମଧ୍ୟ ସାମ୍ନାକୁ ଆସିଛି। ଏହି ଆନ୍ଦୋଳନରେ ବସିଥିବା ବେଳେ ଏବେ ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରି ପକାଇଛି। ଦୀର୍ଘଦିନରୁ ହିଂସାର ମୁକସାକ୍ଷୀ ପାଲଟିଥିବା ଏହି ଶାହିନ ବାଗ ଆଗାମୀ ଦିନରେ ଏକ ସୁନ୍ଦର ପ୍ରେମ କାହାଣୀର ମଧ୍ୟ ସାକ୍ଷୀ ରହିବ।
କାରଣ ଏହି ଆନ୍ଦୋଳନରେ ଅନେକ ଯୁବ ଗୋଷ୍ଠୀ ମଧ୍ୟ ସାମିଲ ହୋଇଥିଲେ। ତେବେ ସାମିଲ ହୋଇଥିବା ଯୁବଗୋଷ୍ଠୀ ମଧ୍ୟରେ ଭଲପାଇବା ଧିରେ ଧିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଚଳିତ ମାସ ୭ ଓ ୮ ତାରିଖରେ ଦୁଇ ଯୋଡା ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବନ୍ଧ ହେବାକୁ ଯାଉଛନ୍ତି। ଆଉ ଯୁବଗୋଷ୍ଠୀଙ୍କ ଏହି ସମ୍ପର୍କକୁ ସ୍ୱିକୃତ ଦେଇଛନ୍ତି ସେମାନଙ୍କର ପରିବାର ଲୋକେ।
ଅଧିକ ପଢନ୍ତୁ: ଯମ ଦ୍ୱାରରୁ ଟାଣି ଆଣିଲେ 'ଏ ଯୁଗର ସାବିତ୍ରୀ'
କୁହାଯାଉଛି ଏହି ପ୍ରେମୀଯୁଗଳଙ୍କ ପରିବାର ସଦସ୍ୟ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ମାତ୍ର ଉଭୟ ପରିବାର ମଧ୍ୟରେ ମତାନ୍ତର ରହିଥିଲା। ମାତ୍ର ପ୍ରେମୀଯୁଗଳଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ ସେମାନଙ୍କ ପରିବାରସଦସ୍ୟ। ଫଳରେ ସେମାନଙ୍କ ବିବାହ ଆଜି ଅର୍ଥାତ ଶୁକ୍ରବାର ଦିନ ସେମାନଙ୍କ ବିବାହ କରାଯିବ ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ନାମ ହେଉଛି ଜୁନୈଦ ଓ ସମର ବୋଲି ସୂଚନା ରହିଛି।
ସେହିପରି ଅନ୍ୟ ଏକ ଯୋଡ଼ି ହେଉଛି ଜିଶାନ ଓ ଆୟାଶା। ଏହି ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ଏହି ଶାହିନବାଗରୁ ମଧ୍ୟ ଆରମ୍ଭ। ଆନ୍ଦୋଳନରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସମ୍ପର୍କକୁ ନେଇ ଏବେ ଶାହିନବାଗ। ତେବେ ଜିଶାନ ଓ ଆୟାଶାଙ୍କ ଯୋଡ଼ି ଆସନ୍ତା ୮ ତାରିଖରେ ବିବାହ କରିବେ ବୋଲି ସୂଚନା ମିଳିଛି।