)
ନୂଆଦିଲ୍ଲୀ: କୋରୋନା ଭାଇରସ(coronavirus) ଓ ଲକଡାଉନ ମଧ୍ୟରେ ଏଲପିଜି ଉପଭୋକ୍ତାଙ୍କୁ ଖୁସି ଖବର ଦେଇଛନ୍ତି ସରକାର। ସିଲିଣ୍ଡର ପିଛା ବୃହତ ପରିମାଣର ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଏହି ହ୍ରାସ ଅଣସବସିଡ଼ି ଟାଙ୍କି ଉପରେ ହୋଇଛି।
ମିଳିଥିବା ସୂଚନା ମୁତାବକ କେନ୍ଦ୍ର ସରକାର ୧୪। ୨ କିଲୋ ବିଶିଷ୍ଟ ଅଣସବସିଡ଼ି ଗ୍ୟାସ ଟାଙ୍କି ଉପରେ ୧୬୨। ୫୦ ପଇସା ହ୍ରାସ କରିଛନ୍ତି। ଏହି ଦର ହ୍ରାସ ହେବା ପରେ ୫୮୧। ୫୦ ଟଙ୍କାରେ ଉପଲବ୍ଧ ହୋଇ ପାରିବ। ସେହିପରି ୧୯ କିଲୋଗ୍ରାମ ଟାଙ୍କିରେ ୨୫୬ ଟଙ୍କା ହ୍ରାସ ହୋଇଥିବା ସୂଚନା ରହିଥିବା ଜଣାପଡ଼ିଛି। ଏହି ଦର ହ୍ରାସ ପରେ ୧୯ କିଲୋ ବିଶିଷ୍ଟ ଟାଙ୍କି ୧୦୨୯। ୫୦ ଟଙ୍କାରେ ଉପଲବ୍ଧ ହୋଇ ପାରିବ।
ଦର ହ୍ରାସ ପରେ ମୁମ୍ବାଇରେ ଘରୋଇ ଗ୍ୟାସ ୫୭୯ ଟଙ୍କାରେ ଦର ପହଞ୍ଚିଛି। ସେହିପରି କୋଲକାତାରେ ଏହି ଦର ୫୮୪। ୫୦ ଟଙ୍କାରେ ପହଞ୍ଚିଥିବା ବେଳେ ଚେନ୍ନାଇରେ ୫୬୯। ୫୦ ଟଙ୍କା ପହଞ୍ଚିଛି। ଦିଲ୍ଲୀରେ ଦର ହ୍ରାସ ପରେ ୬୧୧। ୫୦ ଟଙ୍କା ରହିଥିବା ସୂଚନା ରହିଛି।
ତେବେ ଦେଶର ପ୍ରାୟ ଦେଢ କୋଟି ଲୋକ ଏହାର ଫାଇଦା ଉଠାଇ ପାରିବେ। ରନ୍ଧନ ଗ୍ୟାସର ଏଲପିଜି ବ୍ୟବହାର ବୃଦ୍ଧି ହେବାର କାରଣ ହେଉଛି ଅନେକ ପରିବାର ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ପରେ ସିଲିଣ୍ଡର ଉପରେ ସବସିଡିର ଲାଭ ପାଇନାହାଁନ୍ତି। ବର୍ତ୍ତମାନ ସେହି ପରିବାରଗୁଡିକ ମଧ୍ୟ ଏହି ରିହାତିରୁ ଉପକୃତ ହୋଇପାରିବେ।
ପରିବର୍ତ୍ତିତ ଗ୍ୟାସ ଦର
| ସହର | ଦର ହ୍ରାସ ପରେ | ଦର ହ୍ରାସ ପୂର୍ବରୁ |
| ଦିଲ୍ଲୀ | 611.50 | 744 |
| କୋଲକାତା | 584.50 | 744.50 |
| ମୁମ୍ବାଇ | 579 | 714.50 |
| ଲକ୍ଷ୍ନୌ | 581 | 779 |
| ପାଟନା | 621 | 835 |
| ଜୟପୁର | 583 | 791 |
| ଗୁରୁଗ୍ରାମ | 588.50 | 750 |
| ନୋଏଡ଼ା | 585.50 | 739.50 |
| ବେଙ୍ଗାଲୁରୁ | 585 | 744 |
| ଭୁବନେଶ୍ୱର | 592.50 | 744.50 |
| ଚଣ୍ଡିଗଡ଼ | 583 | 758.50 |
| ହାଇଦ୍ରାବାଦ | 589.50 | 796.50 |
| ଥିରୁବନନ୍ତପୁରମ | 588.50 | 741.50 |