Advertisement
Article Detail0/zeeodisha/odisha661782
Zee OdishaOther Newsଖସିଲା ଗ୍ୟାସ ଦର

ଖସିଲା ଗ୍ୟାସ ଦର

ଖୁସି ଖବର ଦେଲେ କେନ୍ଦ୍ର ସରକାର

ଖସିଲା ଗ୍ୟାସ ଦର

ନୂଆଦିଲ୍ଲୀ: କୋରୋନା ପ୍ରତିହତ ପାଇଁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଜାରି ରହିଛି। ଏହାରି ମଧ୍ୟରେ ପେଟ୍ରୋଲିୟମ ବିଭା ସାଧାରଣ ନାଗରିକଙ୍କୁ ଖୁସିଖବର ଦେଇଛି। ଆଜିଠାରୁ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ୬୧୫ ଟଙ୍କା ଶସ୍ତା କରିଛନ୍ତି। ଫଳରେ ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି ସରକାର। 

ମିଳିଥିବା ସୂଚନା ମୁତାବକ ସିଲିଣ୍ଡର ପିଛା ଏହି ଦର ହ୍ରାସ ହେବା ପରେ ଏହାର ଦର ୭୪୪ ଟଙ୍କ ହୋଇଛି। ଯାହାର ଦାମ ପୂର୍ବରୁ ୮୦୫.୫୦ ଟଙ୍କା ରହିଥିଲା। ଦର ହ୍ରାସ ପରେ କୋଲକାତାରେ ଏହାର ଦାମ ୭୪୪.୫୦ ପଇସା ହୋଇଛି। ମୁମ୍ବାଇରେ ୭୧୪.୫୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୭୬୧.୫୦ ଟଙ୍କା ରହିଛି। ଦର ହ୍ରାସ ପୂର୍ବରୁ ଏହି ସିଲିଣ୍ଡରର ମୂଲ୍ୟ କୋଲକାତାରେ ୮୩୯.୫୦, ମୁମ୍ବାଇରେ ୭୭୬.୫୦ ଓ ଚେନ୍ନାଇରେ ୮୨୬ ଟଙ୍କା ରହିଥିଲା। 

ସେହିପରି ୧୯ କିଲୋ ଏଲପିଜି ସିଲିଣ୍ଡରରେ ମଧ୍ୟ ଦର ହ୍ରାସ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ୧୯ କିଲୋ ଘରୋଇ ଗ୍ୟାସ ସିଲିଣ୍ଡରରେ ୯୬ ଟଙ୍କା ଶସ୍ତା ହୋଇଛି। ପୂର୍ବରୁ ଏହା ୧୩୮୧.୫୦ ଟଙ୍କା ରହିଥିବା ବେଳେ ଆଜି ଠାରୁ ଗ୍ରାହକ ଏହାକୁ ୧୨୮୫.୫୦ ଟଙ୍କାରେ ପାଇପାରିବେ। ସେହିଭଳି କୋଲକାତାରେ ଏହାର ଦର ହ୍ରାସ ପୂର୍ବରୁ ୧୩୮୧.୫୦ ପଇସାରେ ବିକ୍ରି ହେଉଥିଲା। ସେହିପରି କୋଲକାତାରେ ୧୩୮୪.୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ମୁମ୍ବାଇରେ ୧୨୩୪.୫୦  ଓ ଚେନ୍ନାଇରେ ୧୪୦୨ ଟଙ୍କା ରହିଥିବା ଜଣାପଡ଼ିଛି। 

Add Zee News as a Preferred Source

ଏହା ସହିତ ଏହି ଲକଡାଉନ ସମୟରେ ଗ୍ରାହକମାନଙ୍କ ସୁବିଧା ପାଇଁ ପ୍ରତି ୧୫ ଦିନ ମଧ୍ୟରେ ଗ୍ୟାସ ବୁକ କରିପାରିବେ। ଏନେଇ ଆଇଓସି ଆଧ୍ୟକ୍ଷ ସଞ୍ଜୀବ ସିଂହ କହିଛନ୍ତି, ଦେଶରେ ବର୍ତ୍ତମାନ ପ୍ରଚୁର ପରିମାଣରେ ଗ୍ୟାସ ଟାଙ୍କି ଯଥେଷ୍ଟ ମହଜୁଦ ରହିଛି। ସ୍ୱାଭାବିକ ଭାବେ ଲୋକମାନଙ୍କୁ ଗ୍ୟାସ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। 

About the Author