close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜମ୍ମୁ କାଶ୍ମୀରର ଭାଗ୍ୟ ପରିବର୍ତ୍ତନ, କାଲିଠାରୁ ଲାଗୁ ହେବ କେନ୍ଦ୍ର ଶାସିତ ପ୍ରଦେଶର ନିୟମ

ଗୁରୁବାରଠାରୁ ଉପରାଜ୍ୟପାଳଙ୍କ ହାତରେ ରହିବ ରାଜ୍ୟ ଶାସନର ମଙ୍ଗ

ଜମ୍ମୁ କାଶ୍ମୀରର ଭାଗ୍ୟ ପରିବର୍ତ୍ତନ, କାଲିଠାରୁ ଲାଗୁ ହେବ କେନ୍ଦ୍ର ଶାସିତ ପ୍ରଦେଶର ନିୟମ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରକାଶ ପରିଡ଼ା, ଭୁବନେଶ୍ୱର: ଗୁରୁବାରଠାରୁ ବଦଳିଯିବ ଜମ୍ମୁ କାଶ୍ମୀରର ପ୍ରଶାସନ । ଜମ୍ମୁ କାଶ୍ମୀରରେ ଲାଗୁ ହେବାକୁ ଯାଉଛି କେନ୍ଦ୍ରଶାସିତ ପ୍ରଦେଶର ନିୟମ । ଉପରାଜ୍ୟପାଳଙ୍କ ହାତରେ ରହିବ ରାଜ୍ୟ ଶାସନର ମଙ୍ଗ ।  ଜମ୍ମୁ କାଶ୍ମୀର ୟୁନିଅନ ଟେରିଟୋରୀ ନୋଟିଫିକେସନ ପ୍ରକାଶ ପାଇବାକୁ ଯାଉଥିବାବେଳେ ଏହାକୁ ଦୃଷ୍ଚିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସେନା ଓ ପୋଲିସକୁ ଆଲର୍ଟ କରାଯାଇଛି ।

ସେପଟେ ବୁଧବାର ମଧ୍ୟ କୁପୱାଡ଼ାରେ ସାଧାରଣ ଲୋକଙ୍କ ଉପରେ ଗୁଳି ବର୍ଷା କରିଛି ପାକିସ୍ତାନ । ଗୁଳିମାଡ଼ରେ ଜଣେ ନାଗରିକଙ୍କ ମୃତ୍ୟୁ ହେବା ସହ ୭ ଜଣ ଆହତ ହୋଇଛନ୍ତି । ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି ପାକିସ୍ତାନ ସେନା । ଭାରତୀୟ ସେନା ପାଲଟା ଜବାବ ଦେବା ସହ ପାକିସ୍ତାନର ଉଦ୍ୟମକୁ ପଣ୍ଡ କରିଛନ୍ତି ।

ଅପରପକ୍ଷରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ୟୁରୋପିଆୟ ୟୁନିଅନ ସାଂସଦଙ୍କ ସମର୍ଥନ ମିଳିଛି । ଜମ୍ମୁ କାଶ୍ମୀର ପାଇଁ ଆତଙ୍କବାଦ ସବୁଠାରୁ ବଡ଼ ସମସ୍ୟା ହୋଇଥିବାବେଳେ ସରକାରଙ୍କ ପଦକ୍ଷେପ ଦ୍ୱାରା ଘାଟି ସ୍ଥିତିରେ ପରିବର୍ତ୍ତନ ହୋଇଛି ବୋଲି ସେମାନେ କହିଛନ୍ତି । ଭାରତ ସରକାରଙ୍କ ଆତଙ୍କବାଦୀ ନିରୋଧୀ ଅଭିଯାନକୁ ସମର୍ଥନ କରିବା ସହ ୟୁରୋପ ପ୍ରତିନିଧିମାନେ ଭାରତ ସହ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । କାଶ୍ମୀରର ସୁନ୍ଦରତା ଉପରେ କିଛି ଲୋକ କଳଙ୍କ ଲଗାଇବାକୁ ପ୍ରୟାସ କରିଛନ୍ତି । କାଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ଚାହିଁଛନ୍ତି । କାଶ୍ମୀରର ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ବି ଏଥିରେ ସଫଳ ହୋଇପାରି ନାହାଁନ୍ତି ।  କାଶ୍ମୀରରେ ଧାରା ୩୭୦ ଲାଗୁ କରି ଦେଶଠାରୁ କାଶ୍ମୀରକୁ ଅଲଗା କରି ରଖାଯାଇଥିଲା କିନ୍ତୁ କେନ୍ଦ୍ର ସରକାର କାଶ୍ମୀରକୁ ଧାରା ୩୭୦ ବନ୍ଧନରୁ ମୁକ୍ତ କରିଥିଲେ । ପାକସ୍ତାନ ଉପରେ ହୋଇଥିଲା ଶକ୍ତ ପ୍ରହାର । ନିଜ କଷ୍ଟକୁ ଲୁଚାଇବା ପାଇଁ କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱର ଅପପ୍ରଚାର କରିଥିଲା ପାକିସ୍ତାନ । କିନ୍ତୁ ୟୁରୋପିଆନ ୟୁନିଅନର ୨୩ ସାଂସଦ କାଶ୍ମୀର ଗସ୍ତରରେ ଆସି ପାକିସ୍ତାନର ପ୍ରଚାରକୁ ମିଥ୍ୟା ସାବ୍ୟସ୍ତ କରିଛନ୍ତି ।