ମହିଳାଙ୍କ ସୁରକ୍ଷା ଚିନ୍ତା: ପୋଲିସ ଗାଡିରେ ବସାଇବ, ଘରେ ନେଇ ଛାଡିବ

ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ପରେ ମହିଳାଙ୍କ ସୁରକ୍ଷା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । କିପରି ମହିଳାଙ୍କୁ ଶତ ପ୍ରତିଶତ ସୁରକ୍ଷା ଦିଆଯାଇପାରିବ ? ରାତି ସମୟରେ କିପରି ନିର୍ଭୟର ସହ ଘରକୁ ଫେରିବେ ମହିଳା ? ପଞ୍ଜାବ ଲୁଧିଆନା ପୋଲିସ ନେଇଛି ଏକ ସୁନ୍ଦର ପଦକ୍ଷେପ । 

ମହିଳାଙ୍କ ସୁରକ୍ଷା ଚିନ୍ତା: ପୋଲିସ ଗାଡିରେ ବସାଇବ, ଘରେ ନେଇ ଛାଡିବ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ପରେ ମହିଳାଙ୍କ ସୁରକ୍ଷା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । କିପରି ମହିଳାଙ୍କୁ ଶତ ପ୍ରତିଶତ ସୁରକ୍ଷା ଦିଆଯାଇପାରିବ ? ରାତି ସମୟରେ କିପରି ନିର୍ଭୟର ସହ ଘରକୁ ଫେରିବେ ମହିଳା ? ପଞ୍ଜାବ ଲୁଧିଆନା ପୋଲିସ ନେଇଛି ଏକ ସୁନ୍ଦର ପଦକ୍ଷେପ । 

ରାତିରେ ମହିଳାଙ୍କୁ ଶତ ପ୍ରତିଶତ ସୁରକ୍ଷା ଦେବ ଲୁଧିଆନା ପୋଲିସ । ପୋଲିସ ଗାଡିରେ ବସାଇବ, ଘରେ ନେଇ ଛାଡିବ । ଅର୍ଥାତ ଯଦି କେହି ମହିଳା ରାତି ସମୟରେ ଘରକୁ ଫେରୁଛନ୍ତି, ତେବେ ସେ  ପୋଲିସର ସହାୟତା ନେଇପାରିବେ । ଯଦି ଗାଡି ମିଳୁନଥିବ, ପୋଲିସ ନିଜ ଗାଡିରେ ବସାଇ ମହିଳାଙ୍କୁ ଘରେ ନେଇ ଛାଡିବ । ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଏହି ସୁବିଧା ଉପଲବ୍ଧ ହେବ । 

ଗୁରୁତ୍ୱପୂର୍ଣ୍ଣ କଥା, ଏହି ସୁବିଧା ମାଗଣାରେ ମିଳିବ । ଏଥିପାଇଁ ଦୁଇଟି ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ୧୦୯୧ ଏବଂ ୭୮୩୭୦୧୮୫୫୫ ନମ୍ବରକୁ କଲ କରି ଏହି ସୁବିଧା ପାଇପାରିବେ ମହିଳା । 

ସେହିପରି ହାଇଦ୍ରାବାଦ ପୋଲିସ ମହିଳାଙ୍କ ସୁରକ୍ଷା ପାଇଁ ୧୪ଟି ସେଫ୍ଟି ଟିପ୍ସ ଜାରି କରିଛି । 

  1. ଯଦି କୌଣସି ମହିଳା ଟ୍ରାଭେଲିଂ କରୁଛନ୍ତି ତେବେ ନିଜର ଲୋକେସନ ନିଜର ପରିବାର ଓ ସାଙ୍ଗମାନଙ୍କ ସିହତ ସେୟାର କରନ୍ତୁ । 
  2. ଯଦି ମହିଳାମାନେ କୌଣସି ଟ୍ୟାକ୍ସି ବା ଅଟୋ ରିକ୍ସାରେ ଯାଉଛନ୍ତି ତେବେ ଟ୍ୟାକ୍ସିର ନମ୍ୱର ପ୍ଲେଟର ନମ୍ୱର ଘର ଲୋକଙ୍କ ସହିତ ସେୟାର କରନ୍ତୁ ।
  3. କୌଣସି ଅଜଣା ଜାଗାକୁ ଯାଉଥିଲେ ପ୍ରଥମେ ଜାଗା ବିଷୟରେ ପଚାରି ବୁଝନ୍ତୁ ଏବଂ ରାସ୍ତାରେ କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତା ନିଅନ୍ତୁ ନାହିଁ ।
  4. ସବୁବେଳେ ଭିଡ଼ ବା ଜନଗହଳି ଥିବା ସ୍ଥାନରେ ରହିବାକୁ ଚେଷ୍ଟା କରନ୍ତୁ ।
  5. ରାତି ହେଉ କି ଦିନ ଖାଲି ସ୍ଥାନ ବା ଲୋକ ନ ଥିବା ଜାଗାକୁ ନ ଯିବାକୁ ଚେଷ୍ଟା କରନ୍ତୁ ।
  6. ଯଦି ଆପଣଙ୍କ ଆଖ ପାଖରେ କେହି ଲୋକ ନାହାନ୍ତି ତେବେ ନିକଟରେ ଥିବା ଦୋକାନକୁ ଚାଲି ଯାଆନ୍ତୁ ।
  7. ଆଉ ସବୁବେଳେ ରାସ୍ତା ବିଷୟରେ ଜାଣିବା ପାଇଁ ବା କୌଣସି ସାହାଯ୍ୟ ପାଇଁ ପୋଲିସର ବା ଟ୍ରାଫିକ ପୋଲିସର ସହାୟତା ନିଅନ୍ତୁ ।
  8. ସବୁବେଳେ ପୋଲିସ ହେଲ୍ପ ଲାଇନ ନମ୍ୱର ୧୦୦ ଡାଏଲ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ହାଇଦ୍ରାବାଦରେ ରହୁଥିବା ମହିଳାମାନଙ୍କ ପାଇଁ ହାୱାକ ଆୟ ନାମକ ମୋବାଇଲ ଆପର ସୁବିଧା ଯୋଗେଇ ଦିଆଯାଇଛି ।
  9. ଯଥା ସମ୍ଭବ ଚତାର ବ୍ୟବହାର କରନ୍ତୁ । ସେହି ଆପରେ ଆପଣ ନିଜର ଲୋକେସନ ସେୟାର କରି ପାରିବେ ।
  10. ଯଦି ଆପଣଙ୍କ ଆଖପାଖରେ କେହି ନାହାନ୍ତି ତେବେ ଆପଣ ଘର ଲୋକଙ୍କ ସହିତ କଥା ହେବା ପରି ଅଭିନୟ କରନ୍ତୁ । ତା ସହିତ ନିଜ ପାଖରେ ଯଦି କୌଣସି ଗାଡ଼ି ବା ଲୋକ ଅଛନ୍ତି ସେମାନଙ୍କ ବିଷୟରେ କିଛିଟା ଡିଟେଲ୍ସ ଘର ଲୋକ ସହିତ ସେୟାର କରନ୍ତୁ ।
  11. ସବୁବେଳେ କନଫିଡେଣ୍ଟ ରୁହନ୍ତୁ । ଆଉ ସାମ୍ନାରେ ଥିବା ଲୋକଙ୍କ ସହିତ ସାହସର ସହିତ ମୋଟା ଗଳାରେ ଉଚ୍ଚ ସ୍ୱରରେ କଥା ହୁଅନ୍ତୁ । 
  12. ଯଦି ଆପଣ ବିପଦରେ ଅଛନ୍ତି ତେବେ ପାଟି କରି ଲୋକଙ୍କୁ ଡାକନ୍ତୁ ଓ ଜନଗହଳିପୂର୍ଣ୍ଣ ସ୍ଥାନକୁ ଦୌଡନ୍ତୁ ।
  13. ଲୋକାଲ ପୋଲିସକୁ ଲୋକାଲ ଗୁଣ୍ଡା ବିଷୟରେ ଅବଗତ କରାନ୍ତୁ ।
  14. ଭେରିଫିକେସନ ପାଇଁ ହ୍ୱାଟ୍ସଆପ ନମ୍ୱର 9490616555 ନମ୍ୱରକୁ ମଧ୍ୟ ଫଟୋ ପଠାଇ ପାରିବେ ।