• ରାଜ୍ୟରେ ଆଜି ୬୧୬୪ କରୋନା ପଜିଟିଭ୍ ଚିହ୍ନଟ
  • କ୍ୱାରେଣ୍ଟାଇନରୁ ୩୫୭୫ ଓ ଲୋକାଲ କଣ୍ଟାକ୍ଟରୁ ୨୫୮୯ ଜଣ ଆକ୍ରାନ୍ତ ଚିହ୍ନଟ
  • ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧ ଶହ ୩୨ ପଜିଟିଭ ଚିହ୍ନଟ
  • ମହାରାଷ୍ଟ୍ରରେ ବେକାବୁ କୋରୋନା
  • ଆଜି ରାତି ୮ଟାରୁ ମେ ୧ ଯାଏ ରାଜ୍ୟ କଡ଼ା କଟକଣା
  • ବ୍ରେକ ଦି ଚେନ ଅଭିଯାନ ସମୟରେ ବିନା କାରଣରେ ଘରୁ ବାହାରିଲେ ୧୦ ହଜାର ଯାଏ ଜରିମାନା
  • କେବଳ ଜରୁରୀ ସେବା ଯୋଗାଣକାରୀ ଘରୋଇ ଗାଡ଼ିକୁ ମିଳିବ ଅନୁମତି
  • ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରେ ମୃତକଙ୍କ ସଂଖ୍ୟା ୨୪କୁ ବୃଦ୍ଧି
  • ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ
  • ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା

ପ୍ରସିଦ୍ଧ ମାଘ ପୂର୍ଣ୍ଣିମା ଅନୁଷ୍ଠିତ

ପବିତ୍ର ମାଘପୂର୍ଣ୍ଣିମାରେ ସମ୍ବଲପୁରର ତବଳା ଗାଁଠାରେ ପ୍ରସିଦ୍ଧ ମାଘପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

ପ୍ରସିଦ୍ଧ ମାଘ ପୂର୍ଣ୍ଣିମା ଅନୁଷ୍ଠିତ

ଅଜୟ ନାଥ, ସମ୍ବଲପୁର: ପବିତ୍ର ମାଘପୂର୍ଣ୍ଣିମାରେ ସମ୍ବଲପୁରର ତବଳା ଗାଁଠାରେ ପ୍ରସିଦ୍ଧ ମାଘପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବରେ ତବଳା ଗାଁର ଆରାଧ୍ୟ ଦେବତା ସିଦ୍ଧେଶ୍ୱର ବାବାଙ୍କ ଆଶୀର୍ବାଦ ଲାଭ କରିବା ସହ ମହୋତ୍ସବ ଦେଖିବା ପାଇଁ ତବଳା ଗାଁ ଠାରେ ବହୁ ଲୋକଙ୍କର ସମାଗମ ଦେଖିବାକୁ ମିଳିଥିଲା ।

ତବଲା ଗାଁର ମଧ୍ୟ ଭାଗରେ ଥିବା ପାହାଡରେ ବହୁ ବର୍ଷ ହେଲା ଗ୍ରାମର ଏହି ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ମହୋତ୍ସବ ଅବସରରେ ଗ୍ରାମରେ ଥିବା ପାହାଡରେ ସିଦ୍ଧେଶ୍ୱର ବାବାଙ୍କ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି ଭକ୍ତମାନେ। ଏହା ସହ ଏହି ପାହାଡରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ସ୍ୱାଧୀନତା ଆନ୍ଦୋଳନର ମୁକସାକ୍ଷୀ ହୋଇ ରହିଥିବା ଗୁମ୍ଫା ଗୁଡିକୁ ଲୋକେ ବୁଲି ଦେଖିଥାନ୍ତି।

ତବଲା ଗାଁର ପ୍ରସିଦ୍ଧ ମାଘ ମହୋତ୍ସବ ଅବସରରେ ନାମଯଜ୍ଞ, ଅର୍ଣ୍ଣକୋଟ ଆୟୋଜନ ହେବାସହ ବିଭିନ୍ନ ଦୋକାନ ବଜାରର ଆସର ଜମିଥାଏ। ଏହା ସହ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏହି ପ୍ରସିଦ୍ଧ ମାଘ ମହୋତ୍ସବ ପାହାଡ଼ ଶିଖରରେ ଅନୁଷ୍ଠିତ ହୋଇଥାଏ। ସବୁବର୍ଗର ଲୋକେ ଯିବା ଆସିବା ପାଇଁ ପାହାଚ ର ବ୍ୟବସ୍ଥା ତଥା ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଗୁମ୍ଫାର  ପ୍ରଚାର ପ୍ରସାର ପାଇଁ ସରକାର ଯଦି ପ୍ରାଧାନ୍ୟ ଦିଅନ୍ତି ଏହା ଏକ ପଯ୍ୟଟନ ସ୍ଥଳିର ମାନ୍ୟତା ପାଇ ପାରନ୍ତା । ଏନେଇ ରାଜ୍ୟ ସରକାର ଉଦ୍ୟମ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

ବର୍ତ୍ତମାନ ସରକାରୀ ସ୍ତରରେ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଉଥିବା ବେଲେ ବୀର ସୁରେନ୍ଦ୍ର ସାଏଙ୍କ ସ୍ୱାଧୀନତା ଆନ୍ଦୋଳନର ମୁଖସାକ୍ଷୀ ତବଲା ଗାଁର ଏହି ପ୍ରସିଦ୍ଧ ପାହାଡ ଓ ମାଘ ମହୋତ୍ସବର ପ୍ରଚାର ପ୍ରସାର ସଠିକ ଭାବରେ କରାଗଲେ ଏହା ଏକ ଭଲ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇପାରନ୍ତା।