• ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ୧୦୦ ସ୍କୁଲର ବିକାଶ ଦାୟିତ୍ୱ ନେବ 'ମୋ-ସ୍କୁଲ୍ ଅଭିଯାନ'
  • ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ
  • '5Tରେ ଅନ୍ତର୍ଭୂକ୍ତ ପରେ ମୋ-ସ୍କୁଲ୍ ଅଭିଯାନ'କୁ ଗୁରୁତ୍ୱ
  • ଶିକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ସରକାର ନିଷ୍ପତ୍ତି
  • ବର୍ଷକ ମଧ୍ୟରେ ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲ ଚୟନ ହେବ
  • ଚୟନ ସ୍କୁଲକୁ ମଡେଲ୍ ସ୍କୁଲରେ ବିକଶିତ କରାଯିବ
  • ପ୍ରତି ଜିଲ୍ଲାରୁ ଅତିକମରେ ୩ଟି ଲେଖାଁଏ ସ୍କୁଲ ରହିବ
  • ଖୁବଶୀଘ୍ର ଆରମ୍ଭ ହେବ 'ଷ୍ଟୁଡେଣ୍ଟ ଆଡପସନ୍' କାର୍ଯ୍ୟକ୍ରମ

ଗୁଜୁରାଟ ମୁହାଁ 'ମହା'

ଗୁଜୁରାଟ ମୁହାଁ ବାତ୍ୟା 'ମହା' । ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ର ପ୍ରଭାବ ଅନୁଭୂତ ହେଲାଣି । ଗତକାଲି ବିଳମ୍ବିତ ରାତିରୁ ମଧ୍ୟମ ଗତିରେ ପବନ ପ୍ରବାହିତ ହେଉଛି । ଏହାସହ ହାଲୁକା ବର୍ଷା ଆରମ୍ଭ ମଧ୍ୟ ହୋଇଛି । 

ଗୁଜୁରାଟ ମୁହାଁ 'ମହା'
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଗୁଜୁରାଟ ମୁହାଁ ବାତ୍ୟା 'ମହା' । ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ର ପ୍ରଭାବ ଅନୁଭୂତ ହେଲାଣି । ଗତକାଲି ବିଳମ୍ବିତ ରାତିରୁ ମଧ୍ୟମ ଗତିରେ ପବନ ପ୍ରବାହିତ ହେଉଛି । ଏହାସହ ହାଲୁକା ବର୍ଷା ଆରମ୍ଭ ମଧ୍ୟ ହୋଇଛି । 

ଗୁରୁବାର ସକାଳେ ଘୂର୍ଣ୍ଣିଝଡ଼ 'ମହା' ଗୁଜରାଟର ପୋରବନ୍ଦର ଓ ଦୀବ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ଶହେ ରୁ ୨ଶହ କିଲୋମିଟର ବେଗରେ ପବନ ବହିପାରେ ।  ଏଥିସହ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । 

ପାଣିପାଗ ବିଭାଗର ସୂଚନା ମୁତାବକ, ଗୁରୁବାର ସକାଳେ ସାମୁଦ୍ରିକ ଝଡ଼ ‘ମହା’ପୋରବନ୍ଦର ଓ ଦୀବ ମଧ୍ୟରେ ଲ୍ୟାଣ୍ଡ କରିପାରେ । ଏହାର ପ୍ରଭାବରେ ଜୁନାଗଡ଼, ଗିର-ସୋମନାଥ, ଅମରେଲି, ଭାବନଗର, ସୁରତ, ବଦୋଦରା, ଭରୁଚ, ଆନନ୍ଦ, ଅହମ୍ମଦାବାଦ, ପୋରବନ୍ଦର ଓ ରାଜକୋଟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଜିଠୁ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ ରୁ ୬୦ କିମି ବେଗରେ ପବନ ବହିବ, ଯାହା ପରବର୍ତ୍ତୀ ଦିନ ଘଣ୍ଟା ପ୍ରତି ୧୦୦ କିମି ବେଗକୁ ଛୁଇଁବ। ଏହି ସମୟରେ ସମୁଦ୍ରରେ ପ୍ରାୟ ଦେଢ ମିଟର ଉଚ୍ଚରେ ଲହଡି ଆସିପାରେ ।