ମହାନଦୀ ଜଳ ବିବାଦ ମାମଲା: ଆଜି ଓଡ଼ିଶା ଆସୁଛି ଛତିଶଗଡ଼ ଟିମ୍
Advertisement

ମହାନଦୀ ଜଳ ବିବାଦ ମାମଲା: ଆଜି ଓଡ଼ିଶା ଆସୁଛି ଛତିଶଗଡ଼ ଟିମ୍

ମହାନଦୀ ଜଳ ବିବାଦ ମାମଲା । ଆଜି ଓଡ଼ିଶା ଗସ୍ତ କରିବ ଛତିଶଗଡ଼ ଟିମ୍ । ଓଡ଼ିଶାର ଅଭିଯୋଗ ଅନୁଯାଇ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବ ଏହି ବୈଷୟିକ ଟିମ୍ । ଅଣ ମୌସୁମୀ ସମୟରେ ଜଳର ସ୍ଥିତି ନେଇ ଅନୁଧ୍ୟାନ କରିବ । ସେହିପରି ଜାନୁଆରୀ ୧୬ରେ ଛତିଶଗଡ଼ ଗସ୍ତ କରିବ ଓଡ଼ିଶା ଟିମ୍ । 

ଫାଇଲ ଫଟୋ

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲା । ଆଜି ଓଡ଼ିଶା ଗସ୍ତ କରିବ ଛତିଶଗଡ଼ ଟିମ୍ । ଓଡ଼ିଶାର ଅଭିଯୋଗ ଅନୁଯାଇ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବ ଏହି ବୈଷୟିକ ଟିମ୍ । ଅଣ ମୌସୁମୀ ସମୟରେ ଜଳର ସ୍ଥିତି ନେଇ ଅନୁଧ୍ୟାନ କରିବ । ସେହିପରି ଜାନୁଆରୀ ୧୬ରେ ଛତିଶଗଡ଼ ଗସ୍ତ କରିବ ଓଡ଼ିଶା ଟିମ୍ । 

ପୂର୍ବରୁ ମୌସୁମୀ ସମୟରେ ଉଭୟ ରାଜ୍ୟ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧ରେ ହେବ । ମହାନଦୀ ଜଳବିବାଦ ମାମଲର ଶୁଣାଣି ଗତ ୧୩ ମାସ ହେଲା ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି । ବର୍ତ୍ତମାନ ଏହି ମାମଲାକୁ ନେଇ କୌଣସି ପ୍ରକାର ଆଦେଶ ଟ୍ରିବ୍ୟୁନାଲ ଶୁଣାଇ ନାହାନ୍ତି ।

ପ୍ରଥମ ପର୍ଯ୍ୟାୟ ବିବାଦୀୟ ପ୍ରକଳ୍ପ ସ୍ଥଳ ପରିଦର୍ଶନ ପରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ । ଏହାପରେ ଦୁଇ ରାଜ୍ୟ ପକ୍ଷରୁ ଆପୋଷ ଆଲୋଚନା ସମ୍ପର୍କିତ ବିବରଣୀ ଟ୍ରିବ୍ୟୁନାଲରେ ଉପସ୍ଥାପନ କରାଯିବ ।

ଏହି ରିପୋର୍ଟ ଉପରେ ଓଡ଼ିଶାର ମଧ୍ୟବର୍ତ୍ତୀ କାଳୀନ ଆବେଦନର ରାୟ ଆସିବାର ସମ୍ଭାବନା ରହିଛି । ଫେବୃଆରୀ ୧ରେ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।  ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ମୂଳ ଆବେଦନର ଶୁଣାଣି ହୋଇନାହିଁ । 

କ'ଣ ଦାବି କରିଥିଲା ଓଡ଼ିଶା ? 

ଅଣମୌସୁମୀ ଋତୁରେ ଓଡ଼ିଶାକୁ ୧।୭୪ ନିୟୁତ ଏକର ଫୁଟ୍ ଜଳ ମହାନଦୀରେ ଛାଡ଼ିବାକୁ ଦାବି ରଖିଛି ଓଡ଼ିଶା । ସେହିପରି ଛତିଶଗଡ଼ରେ ନିର୍ମାଣାଧୀନ ବ୍ୟାରେଜଗୁଡ଼ିକ ଉପରେ ମଧ୍ୟ ରହିତାଦେଶ ଜାରି କରିବାକୁ ଓଡ଼ିଶା ନିଜ ଆବେଦନରେ କହିଛି ।  

କ'ଣ ରହିଛି ବର୍ତ୍ତମାନର ସ୍ଥିତି ?

ମାର୍ଚ୍ଚ ୧୨, ୨୦୧୮ରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ପରେ ଅକ୍ଟୋବର ୧୩, ୨୦୧୮ରୁ ଟ୍ରିବ୍ୟୁନାଲ ଶୁଣାଣି ଆରମ୍ଭ କରିଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଦୁଇ ରାଜ୍ୟର ଜଳବିବାଦକୁ ନେଇ ଟ୍ରିବ୍ୟୁନାଲ କୌଣସି ପ୍ରକାର ଆଦେଶ ଦେଇନାହାଁନ୍ତି । 

ଆହୁରି ପଢ଼ନ୍ତୁ; 'ଏଥର ଭାରତ ସୀମାରେ ଥାଇ ପାକ୍ ଉପରେ ହମଲା କରିପାରିବେ ଅଭିନନ୍ଦନ'