ମହାନଦୀ ଜଳ ବିବାଦ ମାମଲା: ଆଉ ଥରେ କ୍ଷେତ୍ର ପରିଦର୍ଶନ କରିବେ ଉଭୟ ପକ୍ଷ
Advertisement

ମହାନଦୀ ଜଳ ବିବାଦ ମାମଲା: ଆଉ ଥରେ କ୍ଷେତ୍ର ପରିଦର୍ଶନ କରିବେ ଉଭୟ ପକ୍ଷ

ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଆଜିର ଶୁଣାଣି ଶେଷ ହୋଇଛି ।  ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ପ୍ରଥମ ପଯ୍ୟାୟ ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି । ତେବେ ପ୍ରକଳ୍ପ ସମ୍ପର୍କରେ ଆହୁରି ଅନୁଧ୍ୟାନର ଆବଶ୍ୟକତା ରହିଥିବା ଟ୍ରିବ୍ୟୁନାଲକୁ ଜଣାଇଛନ୍ତି ଉଭୟ ଓଡିଶା ଏବଂ ଛତିଶଗଡ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଆଜିର ଶୁଣାଣି ଶେଷ ହୋଇଛି ।  ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ପ୍ରଥମ ପଯ୍ୟାୟ ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି । ତେବେ ପ୍ରକଳ୍ପ ସମ୍ପର୍କରେ ଆହୁରି ଅନୁଧ୍ୟାନର ଆବଶ୍ୟକତା ରହିଥିବା ଟ୍ରିବ୍ୟୁନାଲକୁ ଜଣାଇଛନ୍ତି ଉଭୟ ଓଡିଶା ଏବଂ ଛତିଶଗଡ ।

ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଉଭୟ ପକ୍ଷଙ୍କୁ ଟ୍ରିବ୍ୟୁନାଲ ଅନୁମତି ଦେଇଛନ୍ତି । ଉଭୟ ରାଜ୍ୟର ଅଧିକାରୀ ଜାନୁଆରୀରେ କ୍ଷେତ୍ର ପରିଦର୍ଶନ କରିବେ । ପ୍ରଥମେ ଛତିଶଗଡ଼ ପକ୍ଷରୁ ଜାନୁଆରୀ ୪ରେ କ୍ଷେତ୍ର ପରିଦର୍ଶନ ପାଇଁ ଆସିବେ । ସେହିପରି ଜାନୁଆରୀ ୧୬ରେ ଓଡ଼ିଶାର ଟିମ ଛତିଶଗଡ଼ ପ୍ରକଳ୍ପ ପରିଦର୍ଶନ କରିବେ । ଫେବୃୟାରୀ ୧ ତାରିଖ ସୁଦ୍ଧା ସମସ୍ତ ଜବାବ ସୁଆଲ ସମାପ୍ତ ହେବ ବୋଲି ଟ୍ରିବୁନାଲ କହିଛନ୍ତି । ଫେବୃୟାରୀ ୧ରେ ପରବର୍ତ୍ତୀ ଶୁଣାଣି ରହିଛି ।

ପ୍ରଥମେ ଅକ୍ଟୋବର ୨୯ରୁ ନଭେମ୍ବର ୩ ଭିତରେ ଓଡିଶା ପ୍ରତିନିଧି ଦଳ ଛତିଶଗଡରେ ଯାଇ ପ୍ରକଳ୍ପଗୁଡିକୁ ଅନୁଧ୍ୟାନ କରି ଫେରିଥିଲେ । ଏହାପରେ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଛତିଶଗଡ ମଧ୍ୟ ଓଡିଶାକୁ ଆସି ମହାନଦୀ ଉପରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ଗୁଡିକ ବୁଲି ଦେଖିଛନ୍ତି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଉଭୟ ଓଡିଶା ଓ ଛତିଶଗଡର ପକ୍ଷ ଶୁଣିବେ ।

ଆହୁରି ପଢନ୍ତୁ; ସାମ୍ନାରେ 'ଯମ' ! ଖିଆପିଆ କମାଇ ଦେଲେଣି 'ନିର୍ଭୟା' ଅପରାଧୀ