ମହାରାଷ୍ଟ୍ର ଓ ହରିୟାଣାରେ ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ
Advertisement

ମହାରାଷ୍ଟ୍ର ଓ ହରିୟାଣାରେ ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ

ମହାରାଷ୍ଟ୍ରର ୮୮ ବିଧାନସଭା ଆସନ  ଓ ହରିୟାଣାରେ ୯୦ ବିଧାନସଭା ଆସନ ପାଇଁ ଶେଷ ହୋଇଛି ମତଦାନ ପ୍ରକ୍ରିୟା 

ମହାରାଷ୍ଟ୍ର ଓ ହରିୟାଣାରେ ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ, ଏନେଇ ପଢନ୍ତୁ ପୂରା ଖବର...

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ସରିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ଏବେ ଅପେକ୍ଷା ଫଳାଫଳକୁ । ସାରା ଦେଶର ନଜର ଆଜି ଦୁଇଟି ରାଜ୍ୟ ଉପରେ ରହିଥିଲା । ସକାଳ ୭ଟାରେ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟାରେ ଶେଷ ହୋଇଛି । ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ର ଓ ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣାରେ ଦିନ ତମାମ ଚାଲିଥିଲା ମତଦାନ ପ୍ରକ୍ରିୟା । ଦୁଇ ରାଜ୍ୟ ବ୍ୟତୀତ ୧୮ଟି ରାଜ୍ୟର ୫୧ ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ମଧ୍ୟ ମତଦାନ ଶେଷ ହୋଇଛି ।

ମହାରାଷ୍ଟ୍ରର ମହାସଂଗ୍ରାମ-
ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଭୋଟିଂ । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ୯୬,୬୬୧ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଛି । ଏଥିପାଇଁ ସାଢେ ଛଅ ଲକ୍ଷ କର୍ମଚାରୀ କାର୍ଯ୍ୟରେ ଲାଗିଥିଲେ । ତେବେ ୨୦୧୯ ନିର୍ବାଚନରେ ୫୫.୮୩ ପ୍ରତିଶତ ମତଦାନ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା  ପ୍ରତିଶତ ମତଦାନ ହୋଇଥିଲା । ମହାରାଷ୍ଟର ମହାରାଜା ଆସନରେ ପୁଣି ଥରେ ବସିବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ନାଗପୁର ପଶ୍ଚିମ-ଦକ୍ଷିଣ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଛନ୍ତି । ମହାରାଷ୍ଟର ଶାସନଭାର ପୁଣି ଥରେ ନିଜ କାନ୍ଧରେ କାନ୍ଧେଇବା ଆଶାରେ କଂଗ୍ରେସ ଏନସିପି ମେଣ୍ଟ ପକ୍ଷରୁ ଆଶୀଷ ଦେଶମୁଖ ଋଣକ୍ଷେତ୍ରକୁ ଓହ୍ଲାଇଛନ୍ତି । ତେବେ ସବୁ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ଏବେ କେବଳ ଅପେକ୍ଷା ପରୀକ୍ଷାଫଳ ଘୋଷଣାକୁ ।

ହରିୟାଣା ଯୁଦ୍ଧ-
ହିରିୟାଣାକୁ ହାତେଇବା ପାଇଁ ଚାଲିଥିବା ମତଦାନ ପ୍ରକ୍ରିୟାରେ ପଡ଼ିଛି ଯବନିକା । ଶେଷ ହୋଇଛି ଭାଗ୍ୟ ପରୀକ୍ଷା । ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ । ଏବେ ଅପେକ୍ଷା ଫଳାଫଳକୁ । ହରିୟାଣର ମହାଯୁଦ୍ଧ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା । ୯୦ ବିଧାନସଭା ଆସନ ପାଇଁ ୧୧୬୯ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ । ଏଥିରୁ ୧୦୬୪ ପୁରୁଷ ଓ ୧୦୪ ମହିଳା ଓ ଜଣେ ଅନ୍ୟାନ୍ୟ ପ୍ରାର୍ଥୀ ଅଛନ୍ତି । ତେବେ ୨୦୧୯ ନିର୍ବାଚନରେ ୬୨.୬୪ ପ୍ରତିଶତ ମତଦାନ ହୋଇଛି । ହରିୟାଣାରେ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ହରିୟାଣା ହାତେଇବାକୁ ଆଶା ବାନ୍ଧିଥିବା ବେଳେ ଭୂପେନ୍ଦ୍ର ସିଂ ହୁଡ୍ଡା ମଧ୍ୟ ୫ ବର୍ଷର ବନବାସ ସାରି ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଆଶା ରଖିଛି ।

ଅପରପକ୍ଷରେ ଉପନିର୍ବାଚନ ପାଇଁ ୧୮ଟି ରାଜ୍ୟର ୫୧ ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ମଧ୍ୟ ମତଦାନ ଶେଷ ହୋଇଛି । ଇଭିଏମ ମେସିନରେ ନେତାଙ୍କ ଭାଗ୍ୟ ବନ୍ଦ ହୋଇଛି । ଓଡ଼ିଶାର ବିଜେପୁରରେ ମଧ୍ୟ ତିନି ନେତାଙ୍କ ଭାଗ୍ୟ ସିଲ ହୋଇ ସାରିଛି ।

ଅକ୍ଟୋବର ୨୪ରେ ସବୁ ଚର୍ଚ୍ଚାକୁ ଫର୍ଚ୍ଚା କରି ବାହାରିବ ସମସ୍ତଙ୍କ ପରୀକ୍ଷା ଫଳ । କାହା କାନ୍ଧରେ ରହିବ ଶାସନ ଭାର ଓ ତ ପୁଣି କିଏ ଯିବ ବନବସ ଏସବୁ ଉପରୁ ୨୪ରେ ପରଦା ହଟିବ ।