• ଚାଷୀ ଟ୍ରାକ୍ଟର ରାଲି: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୋଲିସ
  • ବର୍ଷ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ୧୧.୫ ପ୍ରତିଶତ ହେବ: IMF
  • ୱାର୍ଲଡ୍ ଇକୋନୋମିକ୍ ଆଉଟଲୁକ୍ ଅପଡେଟରେ ପ୍ରକାଶ ପାଇଛି, IMFର ଅନୁମାନ
  • ବର୍ଷ ୨୦୨୧ରେ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ଭାରତ ବିଶ୍ୱର ଏକ ମାତ୍ର ଦେଶ
  • ବର୍ଷ ୨୦୨୧ରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୮.୧ ପ୍ରତିଶତ ହେବ
  • ଆଜିଠାରୁ ପୁରୀ ସେବାୟତଙ୍କ କୋଭିଡ ଟେଷ୍ଟ
  • ଡାକ୍ତରଖାନାରେ ପୁଣି ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ।
  • ନିକଟରେ ସେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ ।
  • ଶିଶୁ ଉଦ୍ଧାର ଦିଗରେ ଓଡ଼ିଶା ପୋଲିସକୁ ସଫଳତା
  • ୮ ଦିନରେ ୮୯୪ ନିଖୋଜ ଶିଶୁ ଉଦ୍ଧାର ନେଇ ପୋଲିସ୍ ଡିଜି ଅଭୟଙ୍କ ସୂଚନା

ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଶିବସେନା ସହ ହାତ ମିଶାଇବ କଂଗ୍ରେସ-ଏନସିପି!

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି । ଏଠାରେ ବିଜେପି ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି । କିନ୍ତୁ ଗତଥର ଅପେକ୍ଷା ବିଜେପିର ଆସନ ସଂଖ୍ୟାରେ କମି ଆସିଛି । ଯାହା ପରେ ସହଯୋଗୀ ଶିବସେନାର ଆଖି ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଉପରେ ପଡିଛି । ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲାର ଦାବି କରିଛନ୍ତି ।

ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଶିବସେନା ସହ ହାତ ମିଶାଇବ କଂଗ୍ରେସ-ଏନସିପି!
Maharashtra Assembly Election 2019

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି । ଏଠାରେ ବିଜେପି ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି । କିନ୍ତୁ ଗତଥର ଅପେକ୍ଷା ବିଜେପିର ଆସନ ସଂଖ୍ୟାରେ କମି ଆସିଛି । ଯାହା ପରେ ସହଯୋଗୀ ଶିବସେନାର ଆଖି ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଉପରେ ପଡିଛି । ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲାର ଦାବି କରିଛନ୍ତି ।

ଅନ୍ୟପଟେ ବିରୋଧୀ କଂଗ୍ରେସ ଓ ଏନସିପି ମେଣ୍ଟକୁ ନୂଆ ସଞ୍ଜିବନୀ ମିଳିଛି । ଗତଥର ଅପେକ୍ଷା ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି । ହରିୟାଣା ପରେ ମହାରାଷ୍ଟ୍ରରେ ମଧ୍ୟ ବିଜେପିକୁ ସରକାର ଗଢିବାରେ ବାଧା ଆସିପାରେ । କାରଣ ଏକାକୀ ବିଜେପି ସରକାର ଗଢିବାରେ ଅସମର୍ଥ । ଯାହାକୁ ଦୃଷ୍ଟିରେ ରଖି ବିରୋଧୀ କଂଗ୍ରେସ ଓ ଏନସିପି ଏହାର ଫାଇଦା ଉଠାଇବାରେ ଲାଗି ପଡିଛି ।

ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦର ଅଫର ଦେଇ ଏନସିପି ସମସ୍ତଙ୍କୁ ଚକିତ କରି ଦେଇଛି । ଏନସିପିର ବରିଷ୍ଠ ନେତା ଛଗନ ଭୁଜବଲ କହିଛନ୍ତି ଯେ, ଶିବସେନାକୁ ଖୋଲା ଅଫର ଦେଉଛି, ସେମାନେ ମୁଖ୍ୟମନ୍ତ୍ରୀ ପଦ ନେଇ ଆମ ସହ ମିଶି ସରକାର ଗଢନ୍ତୁ । ବିଜେପି ସହ ସରକାର ଗଢିଲେ ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ କିନ୍ତୁ ଆମ ସହ ଆସିଲେ ମୁଖ୍ୟମନ୍ତ୍ରୀ ପଦ ମିଳିବ । ବର୍ତ୍ତମାନ ଶିବସେନା ସ୍ଥିର କରୁ ସେ କଣ କରିବ ।

ଅନ୍ୟପକ୍ଷେ କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନଙ୍କ ଏକ ମନ୍ତବ୍ୟ ମଧ୍ୟ ସମସ୍ତଙ୍କୁ ଚକିତ କରିଦେଇଛି ।  ବିଜେପିକୁ ରାଜ୍ୟ କ୍ଷମତାରୁ ଦୂରେଇ ରଖିବା ପାଇଁ ଶିବସେନା ସହ ହାତ ମିଶାଇ ପାରନ୍ତି ଏନସିପି ଓ କଂଗ୍ରେସ । ଚୌହ୍ୱାନ କହିଛନ୍ତି ଯେ, ନିର୍ବାଚନୀ ଫଳାଫଳ ଆସିବା ସହ ମହାରାଷ୍ଟ୍ରରେ ଆଗାମୀ ସରକାର ଗଢିବାର ରୋଚକ ସମ୍ଭାବନା ମଧ୍ୟ ଦେଖା ଦେଇଛି । 

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା । ଯଦି ଶିବସେନା, କଂଗ୍ରେସ ଓ ଏନସିପି ଏକାଠି ଆସିବେ ତେବେ ୧୬୦ଟି ଆସନ ହୋଇଯିବ । ଯାହା ସରକାର ଗଢିବା ପାଇଁ ଯଥେଷ୍ଟ ।