୫ ଏପ୍ରିଲରେ ଘରର ଲାଇଟ ବନ୍ଦ ନ କରିବାକୁ କହିଲେ ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ
Advertisement

୫ ଏପ୍ରିଲରେ ଘରର ଲାଇଟ ବନ୍ଦ ନ କରିବାକୁ କହିଲେ ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ

ଶ୍ରୀଯୁକ୍ତ ରାଉତଙ୍କ କହିବା କଥା ହେଲା, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ଚିଟିଙ୍ଗ କରୁଛନ୍ତି । ଯଦି ଦେଶବ୍ୟାପୀ ସମସ୍ତଙ୍କ ଘରର ଲାଇଟ ସମାନ ସମୟରେ ବନ୍ଦ ରୁହେ, ତେବେ ଏହା ପାୱାର ଗ୍ରୀଡ ଉପରେ ଖରାପ ପ୍ରଭାବ ପକାଇବ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: କୋରୋନା ମୁକାବିଲା କ୍ଷେତ୍ରରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କିଛି ଅପିଲ କରିଛନ୍ତି । ଆସନ୍ତା ୫ ତାରିଖ ଦିନ ରାତି ୯ଟାରେ ୯ ମିନିଟ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟ ବନ୍ଦ କରିବାକୁ କହିଛନ୍ତି ମୋଦି । ଏହି ସୟୟରେ ଦେଶବାସୀ ନିଜ ଘର ଦ୍ୱାରରେ କିମ୍ବା ବାଲକୁନୀରେ ଦୀପ, ମହମ କିମ୍ବା ମୋବାଇଲ ଫ୍ଲାସ ଲାଇନ ଜାଳିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି । ତେବେ ଏନେଇ ବେପାରୁଆ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିତିନ ରାଉତ । ଏହି ଦିନ ଘରର ଲାଇଟ ବନ୍ଦ ନକରିବାକୁ ମହାରାଷ୍ଟ୍ରବାସୀଙ୍କ ସେ କହିଛନ୍ତି । 

ଶ୍ରୀଯୁକ୍ତ ରାଉତଙ୍କ କହିବା କଥା ହେଲା, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ଚିଟିଙ୍ଗ କରୁଛନ୍ତି । ଯଦି ଦେଶବ୍ୟାପୀ ସମସ୍ତଙ୍କ ଘରର ଲାଇଟ ସମାନ ସମୟରେ ବନ୍ଦ ରୁହେ, ତେବେ ଏହା ପାୱାର ଗ୍ରୀଡ ଉପରେ ଖରାପ ପ୍ରଭାବ ପକାଇବ । ଏପରିକି ପାୱାର ଗ୍ରୀଡ ଫେଲ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି ।  ତେଣୁ ଘରର ଲାଇଟ ବନ୍ଦ ନକରିବା ପାଇଁ ମୁଁ ମହାରାଷ୍ଟ୍ରବାସୀଙ୍କୁ ଅପିଲ କରୁଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ । 

ଏଠାରେ ଆମେ ଆପଣଙ୍କୁ କହିରଖୁଛୁ, ସୋସିଆଲ ମିଡିଆରେ ମଧ୍ୟ ଏମିତି କିଛି ଗୁଜବ ପ୍ରଚାର ହେଉଛି । ଏକାସାଙ୍ଗରେ ଏତେ ସଂଖ୍ୟକ ଲାଇଟ ବନ୍ଦ ହେଲେ ପାୱାର ଗ୍ରୀଡ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି । ତେବେ ଏ ସମ୍ପର୍କରେ ଶକ୍ତି ମନ୍ତ୍ରାଳୟର ଅଧିକାରୀଙ୍କ କହିବା କଥା, ୯ ମିନିଟ ପର୍ଯ୍ୟନ୍ତ ଘରର ଲାଇଟ ବନ୍ଦ ରହିଲେ ପାୱାର ଗ୍ରୀଡ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ପାୱାର ପ୍ଲାଣ୍ଟ ମଧ୍ୟ ବନ୍ଦ ହେବ ନାହିଁ । ମାତ୍ର କିଛି ଲୋକ ଏପ୍ରକାର ପ୍ରଚାର କରୁଥିବା ଅଧିକାରୀ ଜଣକ କହିଛନ୍ତି ।