ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନ ପ୍ରତି ଥିବା ବିପଦ ମଧ୍ୟ ଟଳିଯାଇଛି ।
Trending Photos
ମୁମ୍ବାଇ: ନାମାଙ୍କନ ଭରିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ରାଜ୍ୟ ବିଧାନ ପରିଷଦ ପାଇଁ ସେ ନାମାଙ୍କନ ଭରିଛନ୍ତି । ଆସନ୍ତା ୨୧ ତାରିଖରେ ଏହି ନିର୍ବାଚନ ହେବ । ତେବେ ଉଦ୍ଧବ ଠାକରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । କାହିଁକିନା ଆସନ ବୁଝାମଣାକୁ ନେଇ କଂଗ୍ରେସ ସହ ଯେଉଁ ମତାନ୍ତର ଥିଲା, ତାହା ଗତକାଲି ସମାଧାନ ହୋଇସାରିଛି । କେବଳ ଏତିକି ନୁହେଁ, ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନ ପ୍ରତି ଥିବା ବିପଦ ମଧ୍ୟ ଟଳିଯାଇଛି ।
Mumbai: Maharashtra CM Uddhav Thackeray files his nomination for the elections to State Legislative Council which is scheduled to be held on 21st May.
CM Uddhav Thackeray to become Member of Legislative Council unopposed. pic.twitter.com/cKpjcHa7Q0
— ANI (@ANI) May 11, 2020
ନିର୍ବିରୋଧ ଭାବେ ବିଧାନ ପରିଷଦ ସଦସ୍ୟ ହେବାକୁ ଯାଉଛନ୍ତି ଉଦ୍ଧବ ଠାକରେ । କାରଣ କଂଗ୍ରେସ ଏହାର ୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କୁ ହଟାଇବା ନେଇ ନିଷ୍ପତ୍ତି ନେଇଛି । ଗତକାଲି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ମୁଖ୍ୟ ବାଲାସାହେବ ଥୋରାଟ ଏହି ସୂଚନା ଦେଇଥିଲେ । କଂଗ୍ରେସ ରବିବାର ଦିନ ଘୋଷଣା କରିଛି ଯେ, ମେ ୨୧ରେ ମହାରାଷ୍ଟ୍ର ବିଧାନ ପରିଷଦର ୯ଟି ଆସନରେ ହେବାକୁ ଥିବା ନିର୍ବାଚନରେ ୨ରୁ ଜଣେ ପ୍ରାର୍ଥୀଙ୍କ ନାଁ ପ୍ରତ୍ୟାହାର କରିନେଉଛି । ଏହାସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବିରୋଧ ଭାବେ ବିଧାନ ପରିଷଦର ସଦସ୍ୟ ଭାବରେ ମନୋନୀତ ହେବେ ।
ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରାଟ କହିଥିଲେ ଯେ, ଆମେ ବିଧାନ ପରିଷଦ ନିର୍ବାଚନ ପାଇଁ ୨ ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କ ନାମ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ । ଅର୍ଥାତ୍ MVA (ଶିବସେନା, ଏନସିପି ଏବଂ କଂଗ୍ରେସର ମହା ବିକାଶ ଆଘାଡ଼ୀ) ୯ଟି ଆସନ ମଧ୍ୟରୁ ୫ଟିରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅନ୍ୟପକ୍ଷେ ବିଜେପି ୪ଟି ପ୍ରାର୍ଥୀ ଦେଇଛନ୍ତି ।