ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ଷମତାରେ ଆସିବା ପରେ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେଉଛନ୍ତି । ଫଡନାଭିସ ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ବଦଳାଇବାରେ ଲାଗି ପଡ଼ିଛନ୍ତି ଉଦ୍ଧବ । ଏହାସହ ବିଗତ ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା ସହ ଏହାକୁ ବନ୍ଦ କରିବାରେ ଲାଗିଛନ୍ତି ବର୍ତ୍ତମାନର ରାଜ୍ୟ ସରକାର । ସିଏମ ଉଦ୍ଧବ ମଙ୍ଗଳବାର ଅପରାହ୍ନରେ ଅଧିକାରୀଙ୍କ ସହ ସମସ୍ତ ପ୍ରକଳ୍ପର ସମୀକ୍ଷା ବୈଠକ କରିବେ ।
I had given orders to stop the metro car shed work in Aarey. When the trees were cut in the middle of the night, Mumbaikars agitated against the decision. They were detained & charged. I have given orders to take back all the charges filed against them.
-@CMOMaharashtra #Aarey pic.twitter.com/OtNcemeDcN— Office of Uddhav Thackeray (@OfficeofUT) December 1, 2019
ମିଳିତ ସୂଚନା ମୁତାବକ, ମନ୍ତ୍ରାଳୟରେ ହେବାକୁ ଥିବା ଏହି ବୈଠକରେ ସିଏମ ଠାକରେ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ବିଷୟରେ ଜାଣିବେ । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିବା ଠାକରେ ବିଗତ ୬ ମାସରେ ଫଡନାଭିସ ସରକାର ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସମସ୍ତ ପ୍ରକଳ୍ପ ଉପରେ ରୋକ ଲଗାଇ ଦେଇଛନ୍ତି । ଏହାର ସମୀକ୍ଷା ପରେ ଏହା ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏହି ସମସ୍ତ ଯୋଜନାକୁ ନୂଆ ଭାବେ ସମୀକ୍ଷା କରାଯାଉଛି । ଏଥିରେ ଆରେ ମେଟ୍ରୋ ଶେଡ, କୋଷ୍ଟଲ ରୋଡ, ବର୍ସୋବା-ବାନ୍ଦ୍ରା ସି ଲିଙ୍କ ଓ ବୁଲେଟ ଟ୍ରେନ ପରିଯୋଜନା ସାମିଲ ରହିଛି ।
मुख्यमंत्री मा. श्री. उद्धव साहेब ठाकरे यांनी आज नाणार रिफायनरी प्रकल्पाविरोधात आंदोलन करणार्या आंदोलकांवरील गुन्हे मागे घेण्याचे निर्देश दिले.@CMOMaharashtra pic.twitter.com/9km4GbnysJ
— Office of Uddhav Thackeray (@OfficeofUT) December 2, 2019
ସିଏମ ଠାକରେ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି ଯେ, ଯେତେ ଯାଏ ମହା ବିକାଶ ଅଘାଡ଼ି ସରକାର ଏହି ଯୋଜନାର ମଞ୍ଜୁରୀ ନ ଦେଉଛନ୍ତି, ସେ ପର୍ଯ୍ୟନ୍ତ ଏହା ଉପରେ ରୋକ ଲଗାଯାଉ । ରବିବାର ଉଦ୍ଧବ ଠାକରେ ମୁମ୍ୱାଇ ମେଟ୍ରୋ ପାଇଁ ଆରେ କୋର ଶେଡର କାମ ରୋକି ଦେଇଥିଲେ । ସେ କହିଥିଲେ ଯେ, ମୁଁ ଆଜି ଅଧିକାରୀଙ୍କୁ ଆରେ ମେଟ୍ରୋ ଶେଡ ପ୍ରୋଜେକ୍ଟର କାମ ରୋକିବାକୁ ଆଦେଶ ଦେଇଛନ୍ତି । ବର୍ତ୍ତମାନ ଯାଏ ମେଟ୍ରୋ କାମକୁ ବନ୍ଦ କରାଯାଇ ନାହିଁ । କିନ୍ତୁ ସରକାରଙ୍କ ଆଗାମୀ ଆଦେଶ ଯାଏ ଏହା ପାଇଁ ଗଛ କଟା ଯିବ ନାହିଁ ବୋଲି କୁହାଯାଇଛି ।