Advertisement
Article Detail0/zeeodisha/odisha662905
Zee OdishaOther Newsଭେଣ୍ଟିଲେଟର, ମାସ୍କ ଇତ୍ୟାଦି ଜରୁରୀ ଚିକିତ୍ସା ଉପକରଣରୁ ଜିଏସଟି ହଟାଇବାକୁ ଅନୁରୋଧ

ଭେଣ୍ଟିଲେଟର, ମାସ୍କ ଇତ୍ୟାଦି ଜରୁରୀ ଚିକିତ୍ସା ଉପକରଣରୁ ଜିଏସଟି ହଟାଇବାକୁ ଅନୁରୋଧ

କୋରୋନନା ମୁକାବିଲା ପାଇଁ ଜରୁରୀ ଚିକିତ୍ସା ଉପକରଣରୁ ଜିଏସଟି ହଟାଇବାକୁ ଅନୁରୋଧ । ଏନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଅଜିତ ପାୱାର କେନ୍ଦ୍ରକୁ ଚିଠି ଲେଖିଛନ୍ତି । 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନନା ମୁକାବିଲା ପାଇଁ ଜରୁରୀ ଚିକିତ୍ସା ଉପକରଣରୁ ଜିଏସଟି ହଟାଇବାକୁ ଅନୁରୋଧ । ଏନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଅଜିତ ପାୱାର କେନ୍ଦ୍ରକୁ ଚିଠି ଲେଖିଛନ୍ତି । କେନ୍ଦ୍ର ଅନ୍ଦମନ୍ତ୍ରୀ ନିର୍ମଳା ସୀତାରମଣକୁ ଚିଠି ଲେଖି ଜରୁରୀ ଚିକିତ୍ସା ଉପକରଣ ଗୁଡ଼ିକ କ୍ଷେତ୍ରରେ ଜିଏସଟି ଛାଡ଼ କରିବାକୁ ସେ ଅନୁରୋଧ କରିଛନ୍ତି । 

 ନିଜ ଚିଠିରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କୋରୋନା ମୁକାବିଲା ପାଇଁ ବ୍ୟକ୍ତିଗତ ସୁରକ୍ଷାୀ ଉପକରଣ, ପ୍ରତିଷେଧକ ମାସ୍କ ଏବଂ ଭେଣ୍ଟିଲେଟର ଇତ୍ୟାଦିକୁ ଜିଏସଟି ମୁକ୍ତ କରାଯାଉ । ବର୍ତ୍ତମାନ ସମୟରେ କୋରୋନା ମୁକାବିଲା ଦେଶ ପାଇଁ ଏକ ଆହ୍ୱାନ ହୋଇଥିବା ବେଳେ ଅଜିତ ପାୱାରଙ୍କ ଏ ଚିଠି ବେଶ୍ ଗୁରୁତ୍ୱବହନ କରୁଛି । 

About the Author