ବାଲ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଫଡନାଭିସ: ଶିବସେନା କହିଲା, ଆମେ ବହୁତ ଦୂରକୁ ଚାଲି ଆସୁଛୁ

ମହାରାଷ୍ଟ୍ରରେ ଜାରି ରହିଛି ରାଷ୍ଟ୍ରପତି ଶାସନ । ଏହା ମଧ୍ୟରେ ସରକାର ଗଢିବା ପାଇଁ ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଛି ବୈଠକ ପରେ ବୈଠକ ।  ଗୋଟିଏ ପଟେ ବିଜେପି ଠାରୁ ଅଲଗା ହୋଇ ଶିବସେନା ରାଜ୍ୟରେ ସରକାର ଗଢିବା 

ବାଲ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଫଡନାଭିସ: ଶିବସେନା କହିଲା, ଆମେ ବହୁତ ଦୂରକୁ ଚାଲି ଆସୁଛୁ

ମୁମ୍ୱାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଷ୍ଟ୍ରପତି ଶାସନ । ଏହା ମଧ୍ୟରେ ସରକାର ଗଢିବା ପାଇଁ ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଛି ବୈଠକ ପରେ ବୈଠକ ।  ଗୋଟିଏ ପଟେ ବିଜେପି ଠାରୁ ଅଲଗା ହୋଇ ଶିବସେନା ରାଜ୍ୟରେ ସରକାର ଗଢିବା ପାଇଁ ପ୍ରୟାସ କରୁଛି ।  ଅନ୍ୟପଟେ ବିଜେପି ଶିବସେନାର ସଂସ୍ଥାପକ ବାଲା ସାହେବ ଠାକରେଙ୍କ ପୁଣ୍ୟତିଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଟ୍ୱିଟ କରି ମନେ ପକାଇଛନ୍ତି । 

ବାଲା ଠାକରେଙ୍କ ପୁଣ୍ୟତିଥିରେ ଫଡନାଭିସ ଟ୍ୱିଟ କରି କହିଛନ୍ତି ଯେ ବାଲା ସାହେବ ଠାକରଙ୍କ ଠାରୁ ସ୍ୱାଭିମାନର ଶିକ୍ଷା ମିଳିଛି । ଏହା ଜବାବ ଦେଇଛି ଶିବସେନା ।  ଦଳର ନେତା ସଚିନ ଅହୀର କହିଛନ୍ତି ଯେ ସେ ଆଜି ଯଦିଓ ସମ୍ମାନ ଜଣାଇଛନ୍ତି, କିନ୍ତୁ ତାଙ୍କୁ ନିଜ କର୍ମରୁ ଏପରି କରିବାର ଥିଲା ।  ଆମେ ବହୁତ ଆଗକୁ ପଳେଇ ଆସିଛୁ ବୋଲି ସେ କହିଛନ୍ତି । 

ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଟ୍ୱିଟ କରି ବାଲା ସାହେବ ଠାକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବାଲା ସାହେବଙ୍କ ପୁଣ୍ୟତିଥି ଅବସରରେ ରବିବାର ମୁମ୍ୱାଇରେ ବହୁ ସଂଖ୍ୟାରେ ଶିବ ସୈନିକ ଏକାଠି ହୋଇଥିଲେ ।  ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସମେତ ତାଙ୍କ ପୁରା ପରିବାର ବାଲ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।  ଆପଣଙ୍କୁ କହି ରଖୁଛୁ ଯେ ୧୯୬୬ରେ ଶିବସେନାର ସ୍ଥାପନା ବାଲା ସାହେବ ଠାକରେ କରିଥିଲେ । ନଭେମ୍ୱର ୧୭ ୨୦୧୨ ତାଙ୍କର ନିଧନ ହୋଇଥିଲା ।