ଫ୍ଲୋର ଟେଷ୍ଟ ପୂର୍ବରୁ ଫଡନାଭିସଙ୍କ ସରେଣ୍ଡର, CM ପଦରୁ ଇସ୍ତଫା ଘୋଷଣା
Advertisement

ଫ୍ଲୋର ଟେଷ୍ଟ ପୂର୍ବରୁ ଫଡନାଭିସଙ୍କ ସରେଣ୍ଡର, CM ପଦରୁ ଇସ୍ତଫା ଘୋଷଣା

ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜନୀତିର ଛବି ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଯାଇଛି । ସଂଖ୍ୟା ଗରିଷ୍ଠତା ଦାବି କରୁଥିବା ବିଜେପିକୁ ଲାଗିଛି ଜୋରଦାର ଝଟକା । କିଛି ସମୟ ପୂର୍ବେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ  ଅଜିତ ପାୱାର । ଏହି ସମସ୍ତ ଘଟଣାକୁ ଦେଖିବା ପରେ ଲାଗୁଛି ମହାରାଷ୍ଟ୍ର ମହାନାଟକର କ୍ଲାଇମେକ୍ସ ଆଡ଼କୁ ବଢୁଛି । 

 

ଫ୍ଲୋର ଟେଷ୍ଟ ପୂର୍ବରୁ ଫଡନାଭିସଙ୍କ ସରେଣ୍ଡର, CM ପଦରୁ ଇସ୍ତଫା ଘୋଷଣା

ମୁମ୍ୱାଇ: ଫ୍ଲୋର ଟେଷ୍ଟ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ଆସିଛି ନୂଆ ମୋଡ଼ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ । ସେ କହିଛନ୍ତି ଯେ ଆମ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ଏଥିପାଇଁ ମୁଁ ଇସ୍ତଫା ଦେଉଛି । ଯେଉଁମାନେ ସରକାର ଗଢିବାକୁ ଯାଉଛନ୍ତି, ସେମାନଙ୍କୁ ମୋର ଶୁଭେଚ୍ଛା । ଆମେ ୫ ବର୍ଷ ବହୁତ କଠିନ ପରିଶ୍ରମ କରିଥିଲୁ । ଜନତା ଆମର ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ଦେଇଥିଲେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଆମକୁ ଧମକ ଦେଇଥିଲା ବୋଲି ସେ କହିଛନ୍ତି ।

ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜନୀତିର ଛବି ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଯାଇଛି । ସଂଖ୍ୟା ଗରିଷ୍ଠତା ଦାବି କରୁଥିବା ବିଜେପିକୁ ଲାଗିଛି ଜୋରଦାର ଝଟକା । କିଛି ସମୟ ପୂର୍ବେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ  ଅଜିତ ପାୱାର । ଏହି ସମସ୍ତ ଘଟଣାକୁ ଦେଖିବା ପରେ ଲାଗୁଛି ମହାରାଷ୍ଟ୍ର ମହାନାଟକର କ୍ଲାଇମେକ୍ସ ଆଡ଼କୁ ବଢୁଛି । ଶନିବାର ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । କିନ୍ତୁ ଦୁହେଁ ନିଜ ପଦରୁ ଇସ୍ତଫା ଦେବାର ନିର୍ଣ୍ଣୟ ନେଇଛନ୍ତି  । ଏନସିପି ନେତାଙ୍କ ତରଫରୁ କ୍ରମାଗତ ଅଜିତଙ୍କ ଉପରେ ଇସ୍ତଫା ଦେବା କୁହାଯାଉଥିଲା । ଶେଷରେ ମଙ୍ଗଳବାର ସୁପ୍ରିମକୋର୍ଟରୁ ଆସିଥିବା ରାୟ ପରେ ସେ ଇସ୍ତଫା ଦେଇଛନ୍ତି ।

ଅନ୍ୟପଟେ ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ପ୍ରଭାବ ଦିଲ୍ଲୀରେ ମଧ୍ୟ ପଡୁଛି । ସୁପ୍ରିମକୋର୍ଟ ବୁଧବାର ସନ୍ଧ୍ୟା ୫ଟା ପୂର୍ବରୁ ଫ୍ଲୋର ଟେଷ୍ଟ କରାଇବାକୁ ଆଦେଶ ଦେଇଛନ୍ତି ।  ଏହା ପରେ ସମସ୍ତ ରାଜନୈତିକ ଦଳ ସକ୍ରିୟ ହୋଇ ଉଠିଛନ୍ତି । ଦିଲ୍ଲୀରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଏହି ମାମଲାରେ ବୈଠକ କରିଛନ୍ତି । ଏହି ବୈଠକରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି । ବିଜେପି ଆଗରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିଛି ।