ଜନମତକୁ 'ଯୋଡ଼ତୋଡ଼' ଅପମାନ
Advertisement

ଜନମତକୁ 'ଯୋଡ଼ତୋଡ଼' ଅପମାନ

ମହାରାଷ୍ଟ୍ର ବିଧାନସଭାର ରେଜଲ୍ଟକୁ ୩୩ ଦିନ ବିତିଗଲାଣି । ହେଲେ ୩୩ ଦିନ ପରେ ବି ମହାରାଷ୍ଟ୍ରରେ ସ୍ଥାୟୀ ସରକାର ଗଠନ ହୋଇପାରୁ ନାହିଁ । ଯେଉଁ ରାଜ୍ୟର ମତଦାତାମାନେ ଇମାନଦାରୀ ସହ ଭୋଟ ଦେଲେ, ଏବଂ ନିଜର ଫଇସଲା ସଫାସଫା ଶୁଣାଇଦେଲେ, ସେହି ରାଜ୍ୟର ଜନତାଙ୍କୁ ଇମାନଦାରୀ ବଦଳରେ ପ୍ରଥମେ ରାଷ୍ଟ୍ରପତି ଶାସନ ମିଳିଲା ଏବଂ ପରେ ମିଳିଲା ୮୦ ଘଣ୍ଟାର ଅସ୍ଥାୟୀ ସରକାର ।

ଡିଜାଇନ ଫଟୋ
ବିଭୂପ୍ରସାଦ ଦାସ, ନୂଆଦିଲ୍ଲୀ: କୁହାଯାଏ ଯିଏ ଜନତାଙ୍କ ଭାବନାକୁ ସମ୍ମାନ ଦିଏ, ସେ ଜଣେ ସଚ୍ଚୋଟ ଶାସକ । ହେଲେ ଏ ଦେଶରୁ ମୋଗଲ ଚାଲିଗଲେ, ଇଂରେଜ ବି ଚାଲିଗଲେ, ହେଲେ ଦେଶରେ ଶାସନ ଗାଦିର ସୁଖ ଭୋଗର ଲୋଭ ଯାଇନି । ଏବଂ ଆଜି ଲୋକତନ୍ତ୍ରରେ ବଛାଯାଇଥିବା ନେତା, ଜନତାଙ୍କ ଭାବନାକୁ ସମ୍ମାନ କରୁନାହିଁ । ଆଜିର ନେତାମାନଙ୍କୁ କେବଳ ଶାସନ ଗାଦି ହିଁ ଦେଖାଯାଉଛି । ଯାହାକୁ ହାସଲ କରିବା ପାଇଁ, ଏ ନେତାମାନେ ଜନାଦେଶକୁ ବି ଅପମାନିତ କରିବାକୁ ପଛାନ୍ତି ନାହିଁ ।
 
ମହାରାଷ୍ଟ୍ର ବିଧାନସଭାର ରେଜଲ୍ଟକୁ ୩୩ ଦିନ ବିତିଗଲାଣି । ହେଲେ ୩୩ ଦିନ ପରେ ବି ମହାରାଷ୍ଟ୍ରରେ ସ୍ଥାୟୀ ସରକାର ଗଠନ ହୋଇପାରୁ ନାହିଁ । ଯେଉଁ ରାଜ୍ୟର ମତଦାତାମାନେ ଇମାନଦାରୀ ସହ ଭୋଟ ଦେଲେ, ଏବଂ ନିଜର ଫଇସଲା ସଫାସଫା ଶୁଣାଇଦେଲେ, ସେହି ରାଜ୍ୟର ଜନତାଙ୍କୁ ଇମାନଦାରୀ ବଦଳରେ ପ୍ରଥମେ ରାଷ୍ଟ୍ରପତି ଶାସନ ମିଳିଲା ଏବଂ ପରେ ମିଳିଲା ୮୦ ଘଣ୍ଟାର ଅସ୍ଥାୟୀ ସରକାର । ଯେଉଁ ମହାରାଷ୍ଟ୍ର ଦେଶର ଅର୍ଥ ବ୍ୟବସ୍ଥାର ପ୍ରମୁଖ କେନ୍ଦ୍ର, ତାହା ଏବେ ରାଜନୈତିକ ଦଳଗୁଡ଼ିକର କେନ୍ଦ୍ରସ୍ଥଳୀ ପାଲଟିଛି । ଚାରି ଦିନ ତଳେ ଦେବେନ୍ଦ୍ର ଫଡନାଭଇସ ହଠାତ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପୂରା ଦେଶକୁ ଚମକାଇ ଦେଇଥିଲେ । ଯାହା ଜଣାପଡିଥିଲା ଯେ ମହାରାଷ୍ଟ୍ର ମହାନାଟକରେ ପୂର୍ଣ୍ଣଚ୍ଛେଦ ପଡିଯିବ । ହେଲେ ତାହା ନ ହୋଇ ପୁଣି ଥରେ ନାଟକ ରିଓପନ ହୋଇଛି । ଏହି ଯୋଡ଼ତୋଡ଼ ସରକାର ପାଇଁ ପ୍ରୟାସ ଜାରି ରହିଛି । ଏନସିପି, ଶିବସେନା ଓ କଂଗ୍ରେସ ଏବେବି ସରକାର ବନାଇବା ରେସରେ ସାମିଲ ଅଛନ୍ତି । ହେଲେ ଶାସନଗାଦିର ଫିନିସିଂ ଦୌଡ଼ରେ ଜନତାଙ୍କ ହିତ ବହୁତ ପଛରେ ରହିଯାଇଛି ।
 
ଅସଲରେ କହିବାକୁ ଗଲେ ଆମ ଦେଶର ନେତା କେବଳ ଲୋକ ଦେଖାଣିଆ ଜନତାଙ୍କ ହିତ କଥା କଥା କହିଥାନ୍ତି । ଯେମିତି କି ଏହି ୩ପାର୍ଟି ଆପଣ ଭାବନ୍ତୁ । କଂଗ୍ରେସ, ଏନସିପି ଓ ଶିବସେନା । ଏହି ତିନି ଦଳ ପାରିବାରିକ ଦଳ । ପରିବାର ଉପରେ ଆଧାରିତ ଦଳ । ଶିବସେନାକୁ ଠାକରେ ପରିବାର ଚଲାଏ । ଏନସିପି ଶରଦ ପାୱାରଙ୍କ ପରିବାର ଚଲାଏ । ଏବଂ କଂଗ୍ରେସକୁ ଗାନ୍ଧୀ ପରିବାର ଚଲାଏ...ଯାହାକି ସୋନିଆ ଗାନ୍ଧୀ କି ରାହୁଲ ଗାନ୍ଧୀ ଚଲାନ୍ତି । ଯାଗାକି ତିନୋଟି ଦଳ ପାରିବାରିକ ବା ପରିବାର ଉପରେ ଆଧାରିତ ଦଳ । ହେଲେ ଏସବୁ ନେତା କେବେ ଜନତାଙ୍କୁ କୁହନ୍ତିନି କି...ସବୁ ଫଇସାଲା ଆମ ଡ୍ରଇଁଙ୍ଗରୁମରେ ବସିକି ହୁଏ । ଏନେତାମାନେ ଲୋକଙ୍କ ପାଇଁ, ମିଡିଆ ପାଇଁ କୁହନ୍ତି ଆମର ଲୋକତାନ୍ତ୍ରିକ ଦଳ । ଏବଂ ଆମର ନେତା ଓ ବିଧାୟକଙ୍କ ସହ ବିନା ଆଲୋଚନାରେ କୌଣସି ଫଇସାଲା ହୁଏ ନାହିଁ, ଏମିତି କୁହାଯାଏ । ଏମିତି ଲାଗେ ଚର୍ଚ୍ଚାର ବିଶେଷ ବିନ୍ଦୁ ଯାହା ଆଲୋଚନା ହେଉଛି...କେବଳ ଶାସନର ଭାବବଣ୍ଟା ପାଇଁ ....କାହାକୁ କ'ଣ ମନ୍ତ୍ରାଳୟ ମିଳିବ  ?  ମୁଖ୍ୟମନ୍ତ୍ରୀ କିଏ ହେବ ? କାହାକୁ କେଉଁ ପଦବୀ ମିଳିବ । ଏମାନଙ୍କୁ ମହାରାଷ୍ଟ୍ରର ଜନତାଙ୍କ ହିତ ପାଇଁ କିଛି ଯାଏଆସେ ନାହିଁ ।  
 
ବର୍ତ୍ତମାନର ରାଜନୀତିକୁ ଦେଖିଲେ କୁହାଯାଇପାରିବ ନେତାମାନଙ୍କର ମୂଳ ଲକ୍ଷ୍ୟ ହେଲା ନିଜର ରାଜନୈତିକ ଭବିଷ୍ୟତ । ଜନତାଙ୍କ ହିତପାଇଁ କାହାର କିଛି ଯାଏଆସେ ନାହିଁ । କାହିଁକି ନା ଜନତାଙ୍କ କାମ ସରିଯାଇଛି । ଜନତାଙ୍କୁ କେବଳ ଭୋଟ ଦେବା ପାଇଁ ବ୍ୟବହାର କରାଯାଏ । ଜନତାଙ୍କ ଯାହା ଭୂମିକା, ତାହା ନିର୍ବାଚନ ଦିନ ହିଁ ସରିଯାଇଛି । ଏବେ ଯେଉଁ ଚାବି, ତାହା ନେତାଙ୍କ ପାଖରେ ଅଛି । କଂଗ୍ରେସକୁ ଲାଗୁଛି କେନ୍ଦ୍ରେରେ ବିଜେପି ଶାସନର ଦୂରୁପଯୋଗ କରି ରାଷ୍ଟ୍ରପତି ଶାସନ ଲାଗୁ କଲା...ଶିବସେନା ବି ସୁପ୍ରିମକୋର୍ଟ ଗଲା । କାହିଁକି ନା ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଥିବା ନେତା ସବୁ ମୋର ବୋଲି କହି ଯାବୁଡି ଧରିଛନ୍ତି । ତାଙ୍କୁ ଜନାଦେଶର କୌଣସି ମତଲବ ନାହିଁ । ପ୍ରାୟ ବହୁ ନେତାଙ୍କ ପାଇଁ ଶାସନ ଏବେ ଜନତାଙ୍କ ସେବାର ମାଧ୍ୟମ ହୋଇନାହିଁ । ବରଂ ଶାସନ ଗାଦିର ଶୁଖ ଭୋଗର ଜରିଆ ବନିଯାଇଛି । ଏବଂ ଏନେତା ସ୍ପଷ୍ଟ କରିଦେଲେଣି ...ଜନତାଙ୍କ ସେବା ସେତେବେଳେ କରିବେ...ଯେତେବେଳେ ତାଙ୍କୁ ଶାସନର ଗାଦି ମିଳିବ । ଯଦି ଶାସନର ଗାଦି ନ ମିଳିବ, ଜନତାଙ୍କ ସେବା କରିବା ବନ୍ଦ କରିଦେବେ ।
 
ମହାରାଷ୍ଟ୍ରରେ ସମୁଦାୟ ୨୮୮ ସିଟ । ଏବଂ ସରକାର ବନାଇବା ପାଇଁ କୌଣସି ଦଳକୁ ୧୪୫ ସିଟ୍ ଦରକାର । ବିଧାନସଭା ନିର୍ବାଚବରେ ବିଜେପିକୁ ୧୦୫, ଯାହାକି ସିଙ୍ଗଲ ଲାର୍ଜେଷ୍ଟ ପାର୍ଟି । ଶିବସେନା ୫୬ ସିଟ, ଏନସିପିକୁ ୫୪ ସିଟ୍, ଏବଂ କଂଗ୍ରେସକୁ ୪୪ ସିଟ ମିଳିଛି । ଏନମ୍ବର ଦେଖିକି ବୁଝାପଡୁଥିବ...ଜନତା ସମୂଦାୟ ୧୬୧ ସିଟ ଦେଇ ବିଜେପି-ଶିବସେନା ମେଣ୍ଟକୁ ଜନତା ଜନମତ ଦେଇଥିଲେ । ଏମିତିକି ଜନତାଙ୍କୁ ଜଣାଥିଲା ଦୁଇ ଦଳ ମିଶିକି ସରକାର ଗଢିବେ ।  ହେଲେ କଣ ହେଲା ...ନେତାମେନେ ଜନଦେଶକୁ ଅପମାନିତ କଲେ । ଦେଶର ଇତିହାସରେ ଏମିତି ବୋଧହୁଏ ପ୍ରଥମ ହୋଇଥିବ...ଯାହାକି ବହୁମତ ହାସଲ କରିଥିବା ମହାମେଣ୍ଟ ସରକାର ଗଠନ କରିବାରେ ବିଫଳ ହୋଇଛି । ଏଥି ପାଇଁ ଯେ ସମସ୍ତଙ୍କୁ ଦରକାର ଥିଲା ମୁଖ୍ୟମନ୍ତ୍ରୀ ପଦବୀ । ତେବେ ବର୍ତ୍ତମାନ ବିଜେପି, ଶିବସେନା, ଏନସିପି, କଂଗ୍ରେସ ସମସ୍ତେ ସମସ୍ତଙ୍କ ଉପରେ ଦୋଷ ଲଦୁଛନ୍ତି । କହୁଛନ୍ତି ସେ ଆମକୁ ଧୋକାଦେଲା, ଆଉ ଜଣେ କହୁଛି ସିଏ ବି ଆମକୁ ଧୋକା ଦେଇଛି । ଜନାଦେଶକୁ ନିଜ ନିଜ ଢଙ୍ଗରେ ସବୁ ନେତା ସବୁ ଦଳ ପଢ଼ୁଛନ୍ତି । କିଏ ଭାବୁ ନାହାଁନ୍ତି ଜନତାଙ୍କ ଜନମତର ମୂଲ୍ୟବୋଧ । ହେଲେ ଏସବୁ ଭିତରେ ଦେଖିବାର କଥା ସିଙ୍ଗଲ ଲାର୍ଜେଷ୍ଟ ପାର୍ଟି ବିଜେପି ଯେଉଁଠି ସରକାରରେ ତିଷ୍ଠି ରହିବାରେ ଅସମର୍ଥ ହେଲା, ସେଠି ପରିବାର ଉପରେ ଆଧାରିତ ତଥା ଭିନ୍ନଭିନ୍ନ ଚିନ୍ତାଧାରାରେ ଥିବା ତିନୋଟି ଦଳ କେତେ ଦିନ ସରକାରରେ ତିଷ୍ଠି ରହିପାରିବ ? ଦେଖିବାର କଥା ମହାରାଷ୍ଟ୍ର ଜନତାଙ୍କ ହିତ ପାଇଁ ତିନି ଚକିଆ ସରକାରର ଅବଧି କେତେ ଦିନ ହେଉଛି ?