ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ ଦେଲେ ରାଜ୍ୟପାଳ

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ ଦେଲେ ରାଜ୍ୟପାଳ

ପ୍ରତୀକ୍ଷାର ଅନ୍ତ ଘଟିଛି । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ବଡ଼ ପଦକ୍ଷେପ । ଶନିବାର ସରକାର ଗଢିବା ପାଇଁ ବିଜେପିକୁ ଆମନ୍ତ୍ରଣ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗବତ ସିଂହ ଖୋସାୟାରୀ । ବିଜେପି ବୃହତ ଦଳ ହୋଇଥିବାରୁ  ଏହି ଆମନ୍ତ୍ରଣ ମିଳିଛି ।

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ ଦେଲେ ରାଜ୍ୟପାଳ

ମୁମ୍ୱାଇ: ପ୍ରତୀକ୍ଷାର ଅନ୍ତ ଘଟିଛି । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ବଡ଼ ପଦକ୍ଷେପ । ଶନିବାର ସରକାର ଗଢିବା ପାଇଁ ବିଜେପିକୁ ଆମନ୍ତ୍ରଣ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗବତ ସିଂହ ଖୋସାୟାରୀ । ବିଜେପି ବୃହତ ଦଳ ହୋଇଥିବାରୁ  ଏହି ଆମନ୍ତ୍ରଣ ମିଳିଛି ।

ଅନ୍ୟପଟେ ପ୍ରାୟ ଦିନ ସରକାର ଗଠନକୁ ନେଇ ବିଜେପି ଓ ଶିବସେନା ମୁହାଁମୁହିଁ  ହେଉଥିଲେ । ଶନିବାର ପୁଣିଥରେ ଶିବସେନା ବିଜେପିକୁ ଟାର୍ଗେଟ କରିଛି । ଶିବସେନାର ମୁଖପତ୍ର ସାମନାରେ ବିଜେପିକୁ କଡା ସମାଲୋଚନା କରିଯାଇଛି । କଣ ପାଇଁ ବିଜେପି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରୁନାହିଁ ବୋଲି ସାମନାରେ ପ୍ରଶ୍ନ କରାଯାଇଛି । ରାଜ୍ୟର ବିଧାନସଭା ନିର୍ବାଚନର ପରିଣାମ ଅକ୍ଟୋବର ୨୪ରେ ଆସିଥିଲା । କିନ୍ତୁ ୧୩ ପରେ ମଧ୍ୟ ସରକାର ଗଠନ ହୋଇ ପାରିନାହିଁ । କାରଣ କୌଣସି ଦଳ ଆବଶ୍ୟକ ୧୪୫ଟି ଆସନ ଯୋଗାଡ଼ କରି ପାରି ନାହିଁ । 

ଚଳିତ ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୫ ଓ ଶିବସେନାକୁ ୫୬ଟି ଆସନ ମିଳିଛି । ଦୁଇ ଦଳ ଏକାଠି ମିଶି ନିର୍ବାଚନ ଲଢିଥିଲା । କିନ୍ତୁ ଫଳାଫଳ ଆସିବା ପରେ ବିଜେପି ଓ ଶିବସେନା ମଧ୍ୟରେ ବିବାଦ ଲାଗି ରହିଛି । ଏହି ସମସ୍ତ ବିବାଦ ମଧ୍ୟରେ ଶୁକ୍ରବାର ଅର୍ଥାତ ନଭେମ୍ୱର ୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନାବିସ ।

ସେହିପରି ଗୋଟିଏ ପଟେ ଶିବସେନା ୫୦-୫୦ ଫର୍ମୁଲା ଅନ୍ତର୍ଗତ ସିଏମ ପଦ ଦାବି ଉପରେ ଅଟଳ ରହିଛି । ଅନ୍ୟପଟେ ବିଜେପି ମଧ୍ୟ ଶିବସେନା ସହ ସିଏମ ପଦ ଭାଗ କରିବାକୁ ସହମତ ନୁହଁ । ତେଣୁ ରାଜ୍ୟରେ ସରକାର ଗଠନ ହେବାରେ ବିଲମ୍ୱ ହେଉଥିଲା । ଏହି ସମସ୍ତ ପରିସ୍ଥିତି ମଧ୍ୟରେ ଶିବସେନା ନିଜର ସମସ୍ତ ବିଧାୟକଙ୍କୁ ମୁମ୍ୱାଇର ରଙ୍ଗଶାରଦା ହୋଟେଲରେ ରଖିଛି । କାରଣ ଘୋଡ଼ା ବେପାରରୁ ରକ୍ଷା ପାଇବା ପାଇଁ ଶିବସେନା ଏମିତି କରିଛି । 

 

Trending news