ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ

ଗୁରୁବାର ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ମୁମ୍ୱାଇର ଐତିହାସିକ ଶିବାଜୀ ପାର୍କରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଶପଥ ଗ୍ରହଣ ସହ ଉଦ୍ଧବ ମୁଖ୍ୟମନ୍ତ୍ରୀର ଆସନରେ ବିରାଜମାନ ହୋଇଥିବା ଠାକରେ ପରିବାର ପ୍ରଥମ ସଦସ୍ୟ ମଧ୍ୟ ହୋଇ ଯାଇଛନ୍ତି । 

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ
ଶିବସେନା ପ୍ରମୁଖ ଉଦ୍ଧବ ଠାକରେ

ମୁମ୍ୱାଇ: ମହାରାଷ୍ଟ୍ରରେ ଠାକରେ ସରକାରର କାର୍ଯ୍ୟକାଳ ଆରମ୍ଭ ହୋଇ ସାରିଛି । ଗୁରୁବାର ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ମୁମ୍ୱାଇର ଐତିହାସିକ ଶିବାଜୀ ପାର୍କରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଶପଥ ଗ୍ରହଣ ସହ ଉଦ୍ଧବ ମୁଖ୍ୟମନ୍ତ୍ରୀର ଆସନରେ ବିରାଜମାନ ହୋଇଥିବା ଠାକରେ ପରିବାର ପ୍ରଥମ ସଦସ୍ୟ ମଧ୍ୟ ହୋଇ ଯାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ, ଏନସିପି ଓ ଶିବସେନାର ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି ।

ଏହି ଶପଥ ଗ୍ରହଣ ଉତ୍ସବରେ ବିଭିନ୍ନ ରାଜ୍ୟର ସିଏମ ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଉତ୍ସବରେ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନସି)ର ପ୍ରମୁଖ ରାଜ ଠାକରେ ମଧ୍ୟ ଉପସ୍ଥିତ ଅଛନ୍ତି । ମହାରାଷ୍ଟ୍ରରେ ଶିବସେନାର ପ୍ରତିଷ୍ଠା କରିଥିବା ବାଲା ସାହେବ ଠାକରେଙ୍କ ପୁଅ ହେଉଛନ୍ତି ଉଦ୍ଧବ ଠାକରେ । ତାଙ୍କ ଜନ୍ମ ୨୭ ଜୁଲାଇ ୧୯୬୦ରେ ବମ୍ୱେର ହୋଇଥିଲା । ତାଙ୍କ ପ୍ରାଥମିକ ଶିକ୍ଷା ବାଲା ମୋହନ ବିଦ୍ୟା ମନ୍ଦିରରେ ହୋଇଥିଲା । ଏହାପରେ ସର ଜେଜେ ଇନଷ୍ଟିଟ୍ରୁଟ ଅଫ ଏଫ୍ଲାଇଡ ଆର୍ଟରୁ ଉଚ୍ଚ ଶିକ୍ଷା ହାସଲ କରିଥଲେ ସେ ।  

ଉଦ୍ଧବ ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ବ୍ୟତୀତ ଶିବସେନାର ଏକନାଥ ସିନ୍ଦେ ଓ ସୁଭାଷ ଦେସାଇ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଏହାସହ ଏନସିପିର ଜୟନ୍ତ ପାଟିଲ ଓ ଛଗନ ଭୁଜବଲ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । କଂଗ୍ରେସରୁ ବାଲା ସାହେବ ଥରାଟେ ଓ ନିତିନ ରାଉତ ମନ୍ତ୍ରୀ ପଦର ଶପଥ ନେଇଛନ୍ତି ।