ନିଜ କୋରୋନା ଟେଷ୍ଟିଂ ରିପୋର୍ଟକୁ ପ୍ରକାଶ କରିଛନ୍ତି ମହାରାଷ୍ଟ୍ରର ଗୃହ ନିର୍ମାଣ ମନ୍ତ୍ରୀ ଡଃ ଜିତେନ୍ଦ୍ର ଆହାଦ ।
Trending Photos
ନୂଆଦିଲ୍ଲୀ: ନିଜ କୋରୋନା ଟେଷ୍ଟିଂ ରିପୋର୍ଟକୁ ପ୍ରକାଶ କରିଛନ୍ତି ମହାରାଷ୍ଟ୍ରର ଗୃହ ନିର୍ମାଣ ମନ୍ତ୍ରୀ ଡଃ ଜିତେନ୍ଦ୍ର ଆହାଦ । ସେ ଯେ କୋରୋନା ପଜିଟିଭ୍ ନୁହଁନ୍ତି, ମାତ୍ର କିଛି ଗଣମାଧ୍ୟମ ତାଙ୍କୁ କୋରୋନା ପଜିଟିଭ ବୋଲି ଦର୍ଶାଉଥିବା ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଟିଆରପି ପାଇଁ ଗଣମାଧ୍ୟମ ଏପରି କରୁଥିବା ଅଭିଯୋଗ କରିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା ।
I m fit and fine
Working on streets
But some channels using me for #TRP
Interesting to know that they think people watch this also @ANI @PTI_News
Plz c the report
Undoubtebly i was over exposed for over a month
God is kind who are kind to others pic.twitter.com/UkOAxXTRKk— Dr.Jitendra Awhad (@Awhadspeaks) April 15, 2020
ଆଜି ଟ୍ୱିଟରରେ ନିଜର କୋରୋନା ପରୀକ୍ଷା ରିପୋର୍ଟକୁ ପ୍ରକାଶ କରିଛନ୍ତି ଡଃ ଜିତେନ୍ଦ୍ର ଆହାଦ । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ମାତ୍ର ତାଙ୍କୁ ଟିଆରପି ପାଇଁ କିଛି ଗଣମାଧ୍ୟମ ବ୍ୟବହାର କରୁଛନ୍ତି । ସେମାନେ ଭାବୁଛନ୍ତି, ଲୋକେ ମଧ୍ୟ ଏସବୁ ଦେଖୁଛନ୍ତି ବୋଲି କଟାକ୍ଷ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ । ସେ କୋରୋନା ପଜିଟିଭ ବୋଲି କିଛି ଗଣମାଧ୍ୟମ ଦାବି କରିବା ଘଟଣାକୁ ନେଇ ଖପ୍ପା ହୋଇଛନ୍ତି ଜିତେନ୍ଦ୍ର । କହିଛନ୍ତି, ମୁଁ ପୁରା ଫାଇନ୍ ଓ ଫିଟ୍ ଅଛି ।
ନିଜ କର୍ମକ୍ଷେତ୍ରକୁ ଆଜି ଅପରାହ୍ନ ୨ଟାରେ ଫେରୁଥିବା ଅନ୍ୟଏକ ଟ୍ୱିଟରେ କହିଛନ୍ତି ମହାରାଷ୍ଟ୍ରର ଗୃହ ନିର୍ମାଣ ମନ୍ତ୍ରୀ ।
Thanx for sending msg or talking on mobile
Showing concern
Thanx @OfficeofUT @Jayant_R_Patil @mieknathshinde @Dev_Fadnavis @AnilDeshmukhNCP @dhananjay_munde
I will b back to work from today 2pm
I believe in leading the army from front #coronavirus #WarAgainstVirus— Dr.Jitendra Awhad (@Awhadspeaks) April 15, 2020