ମହାରାଷ୍ଟ୍ରର ପାଇଁ ନଭେମ୍ବର ୨୩କୁ 'ଲାଫ୍ଟର ଡେ' କହିଲେ ପରେଶ ରାୱଲ ଓ ଧମାକା କହିଲେ ତୁଷାର ...

ମହାରାଷ୍ଟ୍ରରେ କ୍ଷମତା ହାତେଇବା ପାଇଁ ଅନେକ ଦିନ ହେଲା 'ଗ୍ରେଟ୍ ମହାରାଷ୍ଟ୍ର ପଲିଟିକାଲ ସର୍କସ' ଚାଲିଥିଲା । ଛକା ପଞ୍ଝା ସାଙ୍ଗକୁ ବୈଠକ ପରେ ବୈଠକ, ଆଉ ସାରା ଦେଶର ନଜର ଥିଲା କି ମହାରାଷ୍ଟ୍ରରେ ସକାର କିଏ ଗଢିବ ? ଆଉ ଆଜି ତାର ସମାଧାନ ହୋଇଛି, ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କହିବାକୁ ଗଲେ ରାଜନୀତିରେ ଏମିତି ହିଁ ହୁଏ, ରାତାରାତି ରଣନୀତି ବଦଳି ଯାଏ ।

ମହାରାଷ୍ଟ୍ରର ପାଇଁ ନଭେମ୍ବର ୨୩କୁ 'ଲାଫ୍ଟର ଡେ' କହିଲେ ପରେଶ ରାୱଲ ଓ ଧମାକା କହିଲେ ତୁଷାର ...

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କ୍ଷମତା ହାତେଇବା ପାଇଁ ଅନେକ ଦିନ ହେଲା 'ଗ୍ରେଟ୍ ମହାରାଷ୍ଟ୍ର ପଲିଟିକାଲ ସର୍କସ' ଚାଲିଥିଲା । ଛକା ପଞ୍ଝା ସାଙ୍ଗକୁ ବୈଠକ ପରେ ବୈଠକ, ଆଉ ସାରା ଦେଶର ନଜର ଥିଲା କି ମହାରାଷ୍ଟ୍ରରେ ସକାର କିଏ ଗଢିବ ? ଆଉ ଆଜି ତାର ସମାଧାନ ହୋଇଛି, ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କହିବାକୁ ଗଲେ ରାଜନୀତିରେ ଏମିତି ହିଁ ହୁଏ, ରାତାରାତି ରଣନୀତି ବଦଳି ଯାଏ ।

ନଭେମ୍ବର ୨୩, ଶନିବାର ସକାଳ ମହାରାଷ୍ଟ୍ର ମହାଭାରତରେ ଯେଉଁ ଟ୍ୱିଷ୍ଟ ଦେଖିବାକୁ ମିଳିଲା, ତାହା ଲୋକଙ୍କୁ ଚକିତ କରି ଦେଇଛି । ଆଉ ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ କଳାକାର, ସେମାନଙ୍କ ମଧ୍ୟରେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏବେ ବଲିଉଡ ଅଭିନେତା ପରେଶ ରାୱଲ ଓ ତୁଷାର କପୁରଙ୍କ ପ୍ରତିକ୍ରିୟାକୁ ନେଇ ବେଶ ଚର୍ଚ୍ଚା ।

ବଲିଉଡର ଲୋକପ୍ରିୟ ଅଭିନେତା ପରେଶ ରାୱଲ ଟ୍ୱିଟ୍ କରି କହିଛନ୍ତି, ନଭେମ୍ବର ୨୩କୁ ମହାରାଷ୍ଟ୍ରର 'ଲାଫ୍ଟର ଡେ' ବୋଲି ଘୋଷଣା କରାଯିବା ଆବଶ୍ୟକ । ପରେଶଙ୍କ ଟ୍ୱିଟକୁ କେତେକ ଲୋକ ରି-ଟ୍ୱିଟ୍ କରି ବିଜେପିକୁ ସମର୍ଥନ କରିଥିବା ବେଳେ, କେତେକ ଲୋକଙ୍କ ଅମିତ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରଙ୍କର ଫଟୋ ସେୟାର କରି ପରିହାସ କରିଛନ୍ତି । 

ସେପଟେ ବଲିଉଡ ଅଭିନେତା ତୁଷାର କପୁର ମଧ୍ୟ ମହାରାଷ୍ଟ୍ର ରାଜନିତୀକୁ ନେଇ ଟ୍ୱିଟ କରିଛନ୍ତି । ତୁଷାର ଲେଖିଛନ୍ତି କି ''ଯଦି ବା ଆଜି କୌଣସି ନିର୍ବଚନ ଫଳାଫଳ ବାହାରିନାହିଁ, ତଥାପି ମହାରାଷ୍ଟ୍ର ରାଜନୀତି ଏକ ଧମାକା ଠାରୁ କିଛି କମ୍ ନୁହେଁ '' । ଏହା ଛଡ଼ା ତୁଷାର ଆମିତ ଶାହଙ୍କର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଲେଖା ଅଛି 'ତମେ ସମସ୍ତେ ମିସି ଟ୍ରେଲର ଦେଖାଅ, ମୁ ତମକୁ ପୁରା ଫିଲ୍ମ ଦେଖାଇବି' । ତୁଷାରଙ୍କ ଟ୍ୱିଟରକୁ ନେଇ ମଧ୍ୟ ଲୋକମାନେ ତାଙ୍କର ଭିନ୍ନ ଭିନ୍ନ ମତ ପ୍ରକାଶ କରୁଛନ୍ତି । ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି କି, 'ଭାଇ କି ଜବରଦସ୍ତ ଫିଲ୍ମ, ସେ ପୁଣି ଗଜବ ଟ୍ରେଲର ସହିତ' ।

ମହାରାଷ୍ଟ୍ରର ପୁରା ମାମଲା ଜାଣନ୍ତୁ....
ମହାରାଷ୍ଟ୍ରରେ ବିଜେପି ଓ ଏନସିପିର ଅଜିତ ପାୱାର ମିଳିତ ସରକାର ଗଠନ କରିଛନ୍ତି । ଶୁକ୍ରବାର ଶିବଶେନା, କଂଗ୍ରେସ ଓ ଏନସିପର ମିଳିତ ବୈଠକରେ ନିଷ୍ପତି ହୋଇଥିଲା ।  ଅନ୍ୟପକ୍ଷେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏହି ମେଣ୍ଟର ମୁଖ୍ୟମନ୍ତ୍ରୀ ହେବେ । ଶନିବାର ସକାଳେ ୩ ଦଳର ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଢିବାର ଦାବି ଉପସ୍ଥାପନ କରିବାର ଥିଲା । କିନ୍ତୁ ରାତି ପାହିଲା ବେଳକୁ ଶନିବାର ସକାଳୁ ମହାରାଷ୍ଟ୍ର ମହା ନାଟକରେ ଆସିଥିଲା ଟ୍ୱିଷ୍ଟ । ଆଉ ବିଜେପି ଓ ଏନସିପି ମେଣ୍ଟ ସମ୍ଭାଳିଛନ୍ତି ମହାରାଷ୍ଟ୍ରର ଶାସନ ଭାର, ଆଉ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ।