ଆଜି ଫୈସଲା !

ମହାରାଷ୍ଟ୍ରରେ ମହାନାଟକରେ କେବେ ପଡ଼ିବ ଯବନିକା ? କଂଗ୍ରେସ ନେତା ସଞ୍ଜୟ ନିରୂପମ ଗଣମାଧ୍ୟମକୁ ଦେଇଥିବା ବୟାନରୁ ଏଇଆ ସ୍ପଷ୍ଟ ଯେ ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ସରକାର ଗଢିବା ହୁଏତ ଅସମ୍ଭବ ହେଇପାରେ । କିନ୍ତୁ କିଏ ଗଢିବ ସରକାର ତାହା ଆଜି ଫୈସଲା ହେବ । 

ଆଜି ଫୈସଲା !
ଫାଇଲ ଫଟୋ

ବିକ୍ରମ ସାହୁ, ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାନାଟକରେ କେବେ ପଡ଼ିବ ଯବନିକା ? କଂଗ୍ରେସ ନେତା ସଞ୍ଜୟ ନିରୂପମ ଗଣମାଧ୍ୟମକୁ ଦେଇଥିବା ବୟାନରୁ ଏଇଆ ସ୍ପଷ୍ଟ ଯେ ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ସରକାର ଗଢିବା ହୁଏତ ଅସମ୍ଭବ ହେଇପାରେ । କିନ୍ତୁ କିଏ ଗଢିବ ସରକାର ତାହା ଆଜି ଫୈସଲା ହେବ । 

ଯଦି କଂଗ୍ରେସ-ଏନ୍‌ସିପି ଓ ଶିବସେନା ମଧ୍ୟରେ ଆଜି ସମ୍ପର୍କରେ ବୁଝାମଣା ହୋଇପାରିଲା ତାହେଲେ ମହାରାଷ୍ଟ୍ରରେ ତିନି ଦଳ ମେଣ୍ଟ ସରକାର ଗଢିବାର ସମ୍ଭାବନା ଦେଖାଦେବ । ଶିବସେନା ସହ କଂଗ୍ରେସ ସରକାର ଗଠନ କରିବାକୁ ନେଇ କଂଗ୍ରେସର ସଞ୍ଜୟ ନିରୂପମଙ୍କ ଭଳି ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି । 

ସଞ୍ଜୟ ନିରୂପମ ବିଗତ ଦିନରେ ମହାରାଷ୍ଟ୍ରରେ କଂଗ୍ରେସ-ବିଏସପି ସରକାରର ସ୍ଥିତିକୁ ମନେପକାଇଦେଇ କହିଛନ୍ତି, ''ଯଦି ଶିବସେନା, କଂଗ୍ରେସ ଓ ଏନସିପି ମିଶି ସରକାର ଗଢନ୍ତି କଂଗ୍ରେସ ତୃତୀୟ ଦଳ ହିସାବରେ ଗଣାଯିବ । ଏ ସରକାର କେତେଦିନ ତିଷ୍ଠିବ ଓ କିଭଳି ଚାଲିବ ତାହା ଭଗବାନ ମଧ୍ୟ କହିପାରିବେ ନାହିଁ । ଆଉ ଏଥିରେ ସର୍ବାଧିକ କ୍ଷତି ସହିବ କଂଗ୍ରେସ । ତେଣୁ ଏହାକୁ କଂଗ୍ରେସ ଅଧ୍ୟକ୍ଷା ପୁନଃବିଚାର କରନ୍ତୁ ।''

ସେପଟେ ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରଠାରୁ ଅନେକ କଂଗ୍ରେସ ନେତା ବି ଏହି ଭେଟଘାଟକୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି । ସେପଟେ କମନ ମିନିମମ ପ୍ରୋଗ୍ରାମ ଆଧାରରେ ବି ତିନି ଦଳ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇ ପାରୁନାହାନ୍ତି । ଯାହା କୁହାଯାଉଛି ପ୍ରଥମ ଦୁଇବର୍ଷ ଏନସିପି ମୁଖ୍ୟ ଶରଦ ପାୱାର ଓ ପରେ ଆଉ ଦୁଇ ବର୍ଷ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ନିଷ୍ପତ୍ତି ହୋଇଛି । 

କିନ୍ତୁ ଶିବସେନାର ସଞ୍ଜୟ ରାଉତ ଓ ଏକନାଥ ସିନ୍ଧେଙ୍କ ଭଳି ନେତା ଉଦ୍ଧବ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ବାରମ୍ବାର ଯୁକ୍ତି ବାଢୁଛନ୍ତି । ସେପଟେ କଂଗ୍ରେସର ମତ ମନ୍ତ୍ରୀମଣ୍ଡଳ ୩ ଦଳଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯାଉ । ପ୍ରତି ଦଳକୁ ୧୪ଟି ଲେଖାଏଁ ମନ୍ତ୍ରୀ ପଦ ମିଳୁ। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲା ସାହେବ ଥୋରାଟ କହିଛନ୍ତି ଆସନ୍ତା ୫ ବର୍ଷ ପାଇଁ କଂଗ୍ରେସ-ଏନ୍‌ସିପି ଓ ଶିବସେନା ସରକାର ଚଳାଇବା ନେଇ ଆହୁରି ଆଲୋଚନା ହେବା ଦରକାର ।

ଶିବସେନାର ହିନ୍ଦୁତ୍ୱବାଦ ରାଜନୀତି କଂଗ୍ରେସ ଓ ଏନ୍‌ସିପି ପାଇଁ ବର୍ତ୍ତମାନ କଣ୍ଟା ହୋଇଛି ।  ସୋନିଆ ଗାନ୍ଧୀଙ୍କ ବାସଭବନରେ ବସିଥିବା  ବୈଠକ ପରେ ସରକାର ନେଇ ସୋନିଆଙ୍କ ସହମତି ପରେ ବି କିଛି ବରିଷ୍ଠ କଂଗ୍ରେସ ନେତା କଂଗ୍ରେସ ଆସନ୍ତାକାଲି ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ସେପଟେ ଏଭଳି ସ୍ଥିତିରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଶିବସେନା ସର୍ବଦା ଧର୍ମନିରପେକ୍ଷତାରେ ବିଶ୍ୱାସ କରେ । ଦେଶ ଧର୍ମନିରପେକ୍ଷ ପାଇଁ ଚାଲିଛି । ଆଜି ଦିନ ଶେଷ ସୁଦ୍ଧା କଂଗ୍ରେସ-ଏନ୍‌ସିପି ଓ ଶିବସେନା ମିଳିତ ଭାବେ ସରକାର ଗଢିବାକୁ ନେଇ ଚିତ୍ର ସ୍ପଷ୍ଟ ହେବାକୁ ଥିବାବେଳେ ବିଭାଗ ଓ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବି ଆଲୋଚନା ହୋଇପାରେ ।

ଆହୁରି ପଢନ୍ତୁ; ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ କଂଗ୍ରେସ-NCP ମଧ୍ୟରେ ସହମତି