କଣ କହୁଛି ମହାରାଷ୍ଟ୍ର ଓ ହରିୟାଣାର ରାଜନୈତିକ ଗଣିତ? ପଢ଼ନ୍ତୁ ୮ଟି ପ୍ରମୁଖ କଥା
Advertisement

କଣ କହୁଛି ମହାରାଷ୍ଟ୍ର ଓ ହରିୟାଣାର ରାଜନୈତିକ ଗଣିତ? ପଢ଼ନ୍ତୁ ୮ଟି ପ୍ରମୁଖ କଥା

  ଆରମ୍ଭ ହୋଇଯାଇଛି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ । ଲୋକସଭା ନିର୍ବାଚନ ପରେ ବିଜେପିର ଏହା ହେବ ପ୍ରଥମ ପରୀକ୍ଷା । କାରଣ ଉଭୟ ରାଜ୍ୟର ଶାସନ କ୍ଷମତା ବିଜେପି ହାତରେ ରହିଛି । ତେଣୁ ପୁଣିଥରେ କ୍ଷମତାକୁ ଫେରିବାକୁ ଜୋରସରରେ ଲାଗି ପଡିଛି ଦଳ  । ଅନ୍ୟପଟେ ନିଜ ୫ ବର୍ଷର ବନବାସ ସାରି ପୁଣି କ୍ଷମତାକୁ ଫେରିବାକୁ ଚାହିଁବ କଂଗ୍ରେସ । ସେହିପରି ଅନ୍ୟାନ୍ୟ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟ କ୍ଷମତାକୁ ଫେରିବା ପାଇଁ ପୁରା ଦମ୍ ଲଗାଇଛନ୍ତି ।    

  •  ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି 
  • ମହାରାଷ୍ଟ୍ର ନିର୍ବାଚନରେ ସର୍ବମୋଟ ୮,୯୮,୩୯,୬୦୦ ମତଦାତା ମତଦାନ କରୁଛନ୍ତି
  • ହରିୟାଣା ବିଧାନସଭା ନିର୍ବାଚନରେ ପ୍ରାୟ ୧.୮୨ କୋଟି ମତଦାତା ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି

Trending Photos

କଣ କହୁଛି ମହାରାଷ୍ଟ୍ର ଓ ହରିୟାଣାର ରାଜନୈତିକ ଗଣିତ? ପଢ଼ନ୍ତୁ ୮ଟି ପ୍ରମୁଖ କଥା

ନୂଆଦିଲ୍ଲୀ:  ଆରମ୍ଭ ହୋଇଯାଇଛି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ । ଲୋକସଭା ନିର୍ବାଚନ ପରେ ବିଜେପିର ଏହା ହେବ ପ୍ରଥମ ପରୀକ୍ଷା । କାରଣ ଉଭୟ ରାଜ୍ୟର ଶାସନ କ୍ଷମତା ବିଜେପି ହାତରେ ରହିଛି । ତେଣୁ ପୁଣିଥରେ କ୍ଷମତାକୁ ଫେରିବାକୁ ଜୋରସରରେ ଲାଗି ପଡିଛି ଦଳ  । ଅନ୍ୟପଟେ ନିଜ ୫ ବର୍ଷର ବନବାସ ସାରି ପୁଣି କ୍ଷମତାକୁ ଫେରିବାକୁ ଚାହିଁବ କଂଗ୍ରେସ । ସେହିପରି ଅନ୍ୟାନ୍ୟ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟ କ୍ଷମତାକୁ ଫେରିବା ପାଇଁ ପୁରା ଦମ୍ ଲଗାଇଛନ୍ତି ।    

ମୁଖ୍ୟତଃ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ବା ମହାଯତି ମେଣ୍ଟ ଓ କଂଗ୍ରେସ ଓ ଏନସିପି ମେଣ୍ଟ ଅର୍ଥାତ ମହା ଅଘାଡ଼ି(ମୋର୍ଚ୍ଚା) ମଧ୍ୟରେ ଲଢେଇ ହେଉଛି । ଏହି ନିର୍ବାଚନରେ ୪,୨୮,୪୩,୬୩୫ ମହିଳା ମତଦାତା ସହିତ ସର୍ବମୋଟ ୮,୯୮,୩୯,୬୦୦ ମତଦାତା ମତଦାନ କରୁଛନ୍ତି ।
ଅନ୍ୟପଟେ ହରିୟାଣା ବିଧାନସଭା ନିର୍ବାଚନରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଛି । ଏହାଛଡା ଜନନାୟକ ଜନତା ଦଳ, ଇଣ୍ଡିଆନ ନ୍ୟାଶନାଲ ଲୋକଦଳ(ଆଇଏନଏଲଡି) ପରି ଆଞ୍ଚିଳିକ ଦଳ ମଧ୍ୟ କ୍ଷମତା ଫେରି ପାଇବା ପାଇଁ ମୈଦାନରେ ଅଛନ୍ତି । ଦୁଇ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଗ ମଧ୍ୟ ନିଜ ଦାୟିତ୍ୱରେ ଲାଗିଛି ।

ଆସନ୍ତୁ ଜାଣିବା ଏହି ଦୁଇ ରାଜ୍ୟର ନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କଥା:-

୧. ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି । ୨୩୫ ମହିଳା ସମେତ ସର୍ବମୋଟ ୩,୨୩୭ ପ୍ରାର୍ଥୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଭୋଟ ଗ୍ରହଣ ପାଇଁ ୯୬,୬୬୧ ମତଦାନ କେନ୍ଦ୍ର କରାଯାଇଛି । ଯାହା ଉପରେ ସାଢେ ଛଅ ଲକ୍ଷ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଯାଇଛି । ମହାରାଷ୍ଟ୍ରରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ନେତୃତ୍ୱରେ କ୍ରମାଗତ ୨ ଥର କ୍ଷମତାକୁ ଫେରିବାକୁ ପୁରା ଜୋରସରରେ ଦମ ଲଗାଇଛି ବିଜେପି । 

୨. ଏଠାରେ ବିଜେପି ୧୬୪ ଆସନରେ ନିର୍ବାଚନ ଲଢୁଛି, ପଦ୍ମ ଚିହ୍ନରେ ନିର୍ବାଚନ ଲଢୁଥିବା ସହଯୋଗୀ ଦଳର ପ୍ରାର୍ଥୀ ମଧ୍ୟ ସାମିଲ ରହିଛି । ସେହିପରି ଶିବସେନା ୧୨୬ ଆସନରେ ନିର୍ବାଚନ ଲଢୁଛି । ଅନ୍ୟପଟେ କଂଗ୍ରେସ ୧୪୭ ଓ ତାର ସହଯୋଗୀ ଏନସିପି ୧୨୧ ଆସନରେ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇଛି । 

୩. ଅନ୍ୟାନ୍ୟ ଦଳଗୁଡିକ ମଧ୍ୟରେ ରାଜ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ)ର ୧୦୧ ପ୍ରାର୍ଥୀ, ବାମଦଳର ୨୪ ପ୍ରାର୍ଥୀ ମୈଦାନରେ ଓହ୍ଲାଇଛନ୍ତି । ସେହିପରି ବହୁଜନ ସମାଜ ପାର୍ଟି(ବିଏସପି) ୨୬୨ ଆସନରେ ନିଜ ପ୍ରାର୍ଥୀ ଦେଇଛି । ଅନ୍ୟପଟେ ୧୪୦୦ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । 

୪. ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଡନାବିସ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ଅଶୋକ ଚୌହ୍ୱାନଙ୍କ ନାଁ ସାମିଲ ରହିଛି । ସେହିପରି କଂଗ୍ରେସ ନେତା ପୃଥ୍ୱୀରାଜ ଚୌହ୍ୱାନ ସତରା ଜିଲ୍ଲାର କରାଦ ଦକ୍ଷିଣରୁ ନିର୍ବାଚନ ଲଢୁଛନ୍ତି । ଉଦ୍ଧବ ଠାକରେଙ୍କ ପୁଅ ତଥା ଯୁବସେନା ଅଧ୍ୟକ୍ଷ ଆଦିତ୍ୟ ଠାକରେ ମୁମ୍ବାଇର ବର୍ଲିରୁ ନିର୍ବାଚନ ଲଢୁଛନ୍ତି । 

୫. ଏହିପରି ହରିୟାଣା ବିଧାନସଭା ନିର୍ବାଚନରେ ରାଜ୍ୟର ପ୍ରାୟ ୧.୮୨ କୋଟି ମତଦାତା ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ନିର୍ବାଚନୀ ମୈଦାନରେ ୧୧୬୯ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । 

୬. ୧.୮୨ କୋଟି ମତଦାତାଙ୍କ ମଧ୍ୟରୁ ୯୭.୭ ଲକ୍ଷ ପୁରୁଷ ଓ ୮୫ ଲକ୍ଷ ମହିଳା ଭୋଟର ସହ ୭୨୪ ପ୍ରବାସୀ ଭାରତୀୟ ଓ ୧.୦୭ ଲକ୍ଷ ସର୍ଭିସ ମତଦାତା ସାମିଲ ଅଛନ୍ତି । ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ସର୍ବମୋଟ ୧୧୬୯ ପ୍ରାର୍ଥୀ ମୈଦାନରେ ଓହ୍ଲାଇଛନ୍ତି । ଏଥିରୁ ୧୦୬୪ ପୁରୁଷ ଓ ୧୦୪ ମହିଳା ଓ ଜଣେ ଅନ୍ୟାନ୍ୟ ପ୍ରାର୍ଥୀ ଅଛନ୍ତି । 

୭. ସର୍ବାଧିକ ୨୫ ପ୍ରାର୍ଥୀ ହାଂସୀ ଆସନରେ ଓ ସବୁଠାରୁ କମ ୬ ପ୍ରାର୍ଥୀ ଅମ୍ବାଲା କ୍ୟାଣ୍ଟ ଓ ଶାହୱାଦ(ସୁରକ୍ଷିତ) ଆସନରେ ରହିଛି । ରାଜନୈତିକ ସମୀକରଣ କଥା କହିଲେ କ୍ଷମତାଧାରୀ ବିଜେପିର ମୁକାବିଲା ବିରୋଧୀ କଂଗ୍ରେସ ଓ ନୂଆ ପାର୍ଟି ଜେଜେପି ମଧ୍ୟରେ ହେଉଛି । କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ପୁରା ଜୋର ଲଗାଇଛି ।

୮. ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ବିଜେପି ୯୦ ଆସନରୁ ୭୫ ଆସନ ଜିତିବାର ଟାର୍ଗେଟ ରଖିଛି । ଖଟ୍ଟର କରନାଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ଗଢୀ ସାମ୍ପଲା କିଲୋଇ, ରଣଦୀପ ସିଂହ ସୁର୍ଜେୱାଲା କ୍ୟାଥଲ ଓ ଜେଜେପିରୁ ଦୁଷ୍ୟନ୍ତ ଚୌଟାଲା ଉଚନା କଲାଂରୁ ନିର୍ବାଚନ ଲଢୁଛନ୍ତି ।