ସରକାର ଗଠନ ପାଇଁ ଶିବସେନାକୁ ମିଳିଲା ଆମନ୍ତ୍ରଣ
Advertisement

ସରକାର ଗଠନ ପାଇଁ ଶିବସେନାକୁ ମିଳିଲା ଆମନ୍ତ୍ରଣ

ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ଲାଗି ରହିଛି ରାଜୈନତିକ ଅସ୍ଥିରତା । ବିଜେପି ସରକାର ଗଢିବା ପାଇଁ ଅସମର୍ଥ ହେବାରୁ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେଲେ ରାଜ୍ୟପାଳ । ଶିବସେନାକୁ ସୋମବାର ସନ୍ଧ୍ୟା ୭.୩୦ ମିନିଟ ମଧ୍ୟରେ ସରକାର ଗଠନ ବିଷୟରେ ରାଜ୍ୟପାଳଙ୍କୁ ଜଣାଇବା କୁହାଯାଇଛି । ଏନେଇ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଶିବସେନାକୁ ପତ୍ର ମଧ୍ୟ ଲେଖିଛନ୍ତି । ରାଜ୍ୟପାଳଙ୍କ ଏହି ଆମନ୍ତ୍ରଣ ପରେ ବର୍ତ୍ତମାନ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ନୂଆ ମୋଡ଼ ଆସିଯାଇଛି । 

ସରକାର ଗଠନ ପାଇଁ ଶିବସେନାକୁ ମିଳିଲା ଆମନ୍ତ୍ରଣ

ମୁମ୍ୱାଇ: ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ଲାଗି ରହିଛି ରାଜୈନତିକ ଅସ୍ଥିରତା । ବିଜେପି ସରକାର ଗଢିବା ପାଇଁ ଅସମର୍ଥ ହେବାରୁ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେଲେ ରାଜ୍ୟପାଳ । ଶିବସେନାକୁ ସୋମବାର ସନ୍ଧ୍ୟା ୭.୩୦ ମିନିଟ ମଧ୍ୟରେ ସରକାର ଗଠନ ବିଷୟରେ ରାଜ୍ୟପାଳଙ୍କୁ ଜଣାଇବା କୁହାଯାଇଛି । ଏନେଇ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଶିବସେନାକୁ ପତ୍ର ମଧ୍ୟ ଲେଖିଛନ୍ତି । ରାଜ୍ୟପାଳଙ୍କ ଏହି ଆମନ୍ତ୍ରଣ ପରେ ବର୍ତ୍ତମାନ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ନୂଆ ମୋଡ଼ ଆସିଯାଇଛି । 

ଏହାପୂର୍ବରୁ ସରକାର ଗଢିବାକୁ ମନା କରିଛି ବିଜେପି । ଦଳ ପାଖରେ ଆବଶ୍ୟକ ସଂଖ୍ୟା ବଳ ନାହିଁ, ତେଣୁ ଆମେ ସରକାର ଗଢିବାକୁ ଅସମର୍ଥ ବୋଲି କହିଥିଲା ବିଜେପି । ରାଜ୍ୟପାଳଙ୍କୁ ସାକ୍ଷାତ କରି ଏପରି କହିଥିଲା ବିଜେପି । ବର୍ତ୍ତମାନ ଦେଖିବାକୁ ରହିଲା ଶିବସେନା କଣ କଂଗ୍ରେସ ଓ ଏନସିପି ସହାୟତାରେ ସରକାର ଗଠନ କରିବାକୁ ପ୍ରୟାସ କରିବ ?  ନା ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିଶ କରିବେ ।

ଅନ୍ୟପକ୍ଷେ ଆଜି ଅର୍ଥାତ ରବିବାର ମାତାଶ୍ରୀ ବାହାରେ ଶିବସେନା କାର୍ଯ୍ୟକର୍ତ୍ତା ପୋଷ୍ଟର ଲଗାଇଛନ୍ତି । ଯେଉଁଥିରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖା ଯାଇଛି । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଯଦି କେହି ମହାରାଷ୍ଟ୍ରରେ ସରକାର ଗଠନ କରି ପାରୁ ନାହିଁ, ତେବେ ତାଙ୍କ ଦଳ ସରକାର ଗଠନ କରିବା ପାଇଁ ପ୍ରସ୍ତୁତ ଅଛି । ଏହି ଘଟଣା କ୍ରମ ମଧ୍ୟରେ ଶିବସେନା ଓ ଏନସିପି ମଧ୍ୟରେ କୋଳାକୋଳି ହେବାର ସମ୍ଭାବନା  ଦେଖାଦେଇଛି । 

ଚଳିତ ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୫ ଓ ଶିବସେନାକୁ ୫୬ଟି ଆସନ ମିଳିଛି । ଦୁଇ ଦଳ ଏକାଠି ମିଶି ନିର୍ବାଚନ ଲଢିଥିଲା । କିନ୍ତୁ ଫଳାଫଳ ଆସିବା ପରେ ବିଜେପି ଓ ଶିବସେନା ମଧ୍ୟରେ ବିବାଦ ଲାଗି ରହିଛି । ଏହି ସମସ୍ତ ବିବାଦ ମଧ୍ୟରେ ଶୁକ୍ରବାର ଅର୍ଥାତ ନଭେମ୍ୱର ୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନାବିସ । ରାଜ୍ୟର ବିଧାନସଭା ନିର୍ବାଚନର ପରିଣାମ ଅକ୍ଟୋବର ୨୪ରେ ଆସିଥିଲା । କିନ୍ତୁ ୧୩ ପରେ ମଧ୍ୟ ସରକାର ଗଠନ ହୋଇ ପାରିନାହିଁ । କାରଣ କୌଣସି ଦଳ ଆବଶ୍ୟକ ୧୪୫ଟି ଆସନ ଯୋଗାଡ଼ କରି ପାରି ନାହିଁ । ଚଳିତ ନିର୍ବାଚନରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ କଂଗ୍ରେସର ୪୪, ଏନସିପି ୫୪, ବିଜେପି ୧୦୫, ଶିବସେନା ୫୬ ଓ ଅନ୍ୟାନ୍ୟ ୨୯ଟି ଆସନ ଜିତିଛନ୍ତି ।